ରେକର୍ଡରେ ଉସେନ ବୋଲ୍ଟଙ୍କୁ ପଛରେ ପକାଇଲେ ଭାରତର ଏହି ଯୁବକ...

ଆଉ ଜଣେ ମିଲଖା ସିଂ...

ରେକର୍ଡରେ ଉସେନ ବୋଲ୍ଟଙ୍କୁ ପଛରେ ପକାଇଲେ ଭାରତର ଏହି ଯୁବକ...

ନୂଆଦିଲ୍ଲୀ: ଦ୍ରୁତ ଧାବକ ଭାବେ ବେଶ ଖ୍ୟାତି ଲାଭ କରିଛନ୍ତି ମିଲଖା ସିଂ। ତାଙ୍କ ଭଳି ଅନ୍ୟ ଜଣେ ଧାବକ ମିଳିବା ଯେ, କଷ୍ଟକର ହୋଇ ତାହା ଦେଶବାସୀ ଧରିନେଇଥିଲେ। ମାତ୍ର ଦୀର୍ଘ ଦିନ ପରେ କର୍ଣ୍ଣାଟକରେ ଉଭା ହୋଇଛନ୍ତି ଆଉ ଜଣେ ମିଲଖା ସିଂ। ନିକଟରେ ମଇଁଷି ଦୌଡ଼ ପ୍ରତିଯୋଗିତାରେ ସାମିଲ ହୋଇଥିଲେ। ପରେ ସେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହୋଇଥିଲେ। 

କର୍ଣ୍ଣାଟକର ଶ୍ରୀନିବାସ ଗୌଡ଼। ପେସାରେ ଜଣେ ଶ୍ରମିକ ନିକଟରେ ରାଜ୍ୟରେ ଅନୁଷ୍ଠିତ ହୋଇଥିଲା ମଇଁଷି ପ୍ରତିଯୋଗିତା। ଏଥିରେ ସେ ମାତ୍ର ୯.୫୫ ସେକେଣ୍ଡରେ ୧୦୦ ମିଟର ଦୂରତାକୁ ଅତିକ୍ରମ କରିଥିଲେ। ଯାହା ଜାମାଇକାର ଦ୍ରୁତତମ ଧାବକ ଉସେନ ବୋଲ୍ଟଙ୍କ ଠାରୁ ମଧ୍ୟ ଅଧିକ। ଏହି ରେକର୍ଡକୁ ଦେଖିଲେ ବିଶ୍ୱର ଦ୍ରୁତତମ ଧାବକ କୁହାଯାଉଥିବା ଉସେନ ବୋଲ୍ଟକୁ ମଧ୍ୟ ସେ ପଛରେ ପକାଇଛନ୍ତି। ଉସେନ ବୋଲ୍ଟଙ୍କ ସର୍ବଶ୍ରେଷ୍ଠ ରେକର୍ଡ ହେଉଛି ୯.୫୮ ସେକେଣ୍ଡ।  

ସେପଟେ ମଇଁଷି ଦୌଡ଼ ପ୍ରତିଯୋଗିତାରେ ୩୦ ବର୍ଷ ତଳେ ସୃଷ୍ଟି କରିଥିବା ନିଜ ରେକର୍ଡକୁ ଅତିକ୍ରମ କରିଛନ୍ତି ଖୋଦ ଶ୍ରୀନିବାସ। ଶ୍ରୀନିବାସ ଏହି ମଇଁଷି ଦୌଡ଼ ପ୍ରତିଯୋଗିତାରେ ୧୩.୬୨ ସେକେଣ୍ଡରେ ୧୪୨.୫୦ ମିଟର ଦୂରତାକୁ ଅତିକ୍ରମ କରିଥିଲେ। ତେବେ ଶ୍ରୀନିବାସଙ୍କ ଏହି ପ୍ରତିଭାର ବେଶ ପ୍ରଶଂସା କରିଛନ୍ତି କ୍ରୀଡା ମନ୍ତ୍ରୀ କିରଣ ରିଜଜୁ। ଏନେଇ ସେ ଟ୍ୱିଟ ମାଧ୍ୟମରେ ସାଇରେ ପ୍ରଶିକ୍ଷଣ ନେବାକୁ ମଧ୍ୟ କହିଛନ୍ତି।  

 

ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ ଅର୍ଥାତ ସାଇରେ ସୋମବାର ପହଞ୍ଚିବାକୁ କ୍ରୀଡ଼ା ମନ୍ତ୍ରୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି, ସାଇ ନିକଟରେ ଟ୍ରାଏଲ ଦେବା ପରେ ଅଲମ୍ପିକ ପାଇଁ ପ୍ରସ୍ତୁତ କରାଯିବ ।

ଶ୍ରୀନିବାସଙ୍କ ଏହି ପ୍ରତିଭାରେ ସମଗ୍ର ଦେଶ ତାଙ୍କୁ ପ୍ରଶଂସା କରିଛନ୍ତି। ଏହି ଖବର ଟ୍ୱିଟରରେ ଭାଇରାଲ ହେବା ପରେ ଅନେକ ଟ୍ୱିଟର ହ୍ୟାଣ୍ଡେଲକାରୀ ବେଶ ପ୍ରଶଂସା ମଧ୍ୟ କରିଛନ୍ତି। ଜଣେ ଲେଖିଛନ୍ତି କି ତୁମ ପାଇଁ ଆମେ ଗର୍ବିତ। ଆମ ଦେଶରେ ଅନେକ ପ୍ରତିଭା ରହିଛନ୍ତି। ଯେଉଁମାନେ ସାମ୍ନାକୁ ଆସିପାରିନାହାନ୍ତି ବୋଲି ସେ ଲେଖିଛନ୍ତି।  

ସେହିପରି ଆଉ ଜଣେ ଲେଖିଛନ୍ତି ସୁନ୍ଦର ସ୍ୱାସ୍ଥ୍ୟା ସହିତ ତୁମେ ଜଣେ ପ୍ରତିଭାବାନ ବ୍ୟକ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ତୁମେ ଦ୍ରୁତ ଧାବକ ଉସେନ ବୋଲ୍ଟକୁ ମଧ୍ୟ ପଛରେ ପକାଇଛି ବୋଲି ସେ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି।  

 

ସୂଚନା ଯୋଗ୍ୟ ଶ୍ରୀନିବାସ ଗୌଡ଼ ହେଉଛନ୍ତି କର୍ଣ୍ଣାଟକର ଦକ୍ଷିଣ କନ୍ନଡ ଜିଲ୍ଲାର ମୋଡ଼ାବିନ୍ଦ୍ରୀ ଅଞ୍ଚଳର ବାସିନ୍ଦା। କମ୍ବାଲା ଅଞ୍ଚଳରେ ହେଉଥିବା ମଇଁଷି ଦୌଡ଼ କାର୍ଯ୍ୟକ୍ରମରେ ଏହି ରେକର୍ଡ କରିଥିଲେ ଶ୍ରୀନିବାସ। ବିଶେଷ କରି ଏହି ମଇଁଷି ଦୌଡ଼ ପାଣି ଭର୍ତ୍ତି ଚାଷ ଜମିରେ ଅନୁଷ୍ଠିତ ହୋଇଥାଏ।