ଶିଖ୍ ସମୁଦାୟଙ୍କ ସ୍ମରଣୀୟ ଦିନ, କରତାରପୁର କୋରିଡରର ଉଦଘାଟନ କରିବେ ମୋଦି
trendingNow,recommendedStories0/zeeodisha/odisha594408

ଶିଖ୍ ସମୁଦାୟଙ୍କ ସ୍ମରଣୀୟ ଦିନ, କରତାରପୁର କୋରିଡରର ଉଦଘାଟନ କରିବେ ମୋଦି

ଆଜି ହେବ ବହୁ ପ୍ରତୀକ୍ଷିତ କରତାରପୁର କୋରିଡରର ଉଦଘାଟନ । ଏହାର ଭାରତ ପାର୍ଶ୍ୱକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

 ଶିଖ୍ ସମୁଦାୟଙ୍କ ସ୍ମରଣୀୟ ଦିନ, କରତାରପୁର କୋରିଡରର ଉଦଘାଟନ କରିବେ ମୋଦି

ନୂଆଦିଲ୍ଲୀ: ଆଜି ହେବ ବହୁ ପ୍ରତୀକ୍ଷିତ କରତାରପୁର କୋରିଡରର ଉଦଘାଟନ । ଏହାର ଭାରତ ପାର୍ଶ୍ୱକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିପରି ପାକ୍ ପାର୍ଶ୍ୱକୁ ଇମ୍ରାନ ଖାନ ଉଦଘାଟନ କରିବେ । ଆସନ୍ତା ନଭେମ୍ୱର ୧୨ରେ ଗୁରୁ ନାନକଙ୍କ ୫୫୦ ତମ ଜୟନ୍ତୀ। ଏହାର ୩ ଦିନ ପୂର୍ବରୁ କରତାରପୁର କରିଡରକୁ ଉଦଘାଟନ କରାଯାଉଛି । 

ଭାରତ ପାର୍ଶ୍ୱର ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ହେଭିୱେଟ ସାମିଲ ହେବେ । ଏହି ଅବସରରେ ଏକ ପେସେଞ୍ଜର ଟର୍ମିନାଲ ବିଲ୍ଡିଂକୁ ମଧ୍ୟ ମୋଦି ଉଦଘାଟନ କରିବେ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ବୋଲି ଜଣାପଡିଛି । 

ସେପଟେ ପାକିସ୍ତାନ ପୁଣିଥରେ ଆରମ୍ଭ କରିଛି ବଦମାସୀ । ପ୍ରଥମେ ପ୍ରତିଶ୍ରୁତି, ମାତ୍ର ପରେ ଏହାକୁ ରକ୍ଷା କରିବାକୁ ପଛଘୁଞ୍ଚା  । ଭାରତୀୟ ଶ୍ରଦ୍ଧାଳୁଙ୍କ ଠାରୁ କୌଣସି କର ଆଦାୟ କରାଯିବ ନାହିଁ ବୋଲି ପ୍ରତିଶୃତି ଦେଇଥିଲେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ହେଲେ ସେନା ଇମ୍ରାନଙ୍କ କଥାକୁ ଅଗ୍ରାହ୍ୟ କରି ଭାରତୀୟ ଶ୍ରଦ୍ଧାଳୁଙ୍କ ଠାରୁ ଆଦାୟ କରିବ ଟ୍ୟାକ୍ସ । ପାକ୍ ସେନା ସ୍ପଷ୍ଟ କରିଛି ଯେ ନଭେମ୍ୱର ୯ରେ କରତାରପୁର କୋରିଡର ଆସୁଥିବା ଭାରତୀୟ ଶ୍ରଦ୍ଧାଳୁଙ୍କ ଠାରୁ ୨୦ ଡଲାର ଆଦାୟ କରାଯିବ ।

କରତାରପୁର ସାହିବ ଯାତ୍ରା ଆରମ୍ଭ ହେବା ପାଇଁ ଆଉ କିଛି ସମୟର ଅପକ୍ଷା । ଅନ୍ୟପକ୍ଷେ ପାକିସ୍ତାନର ନୂଆ ନୂଆ ବାହାନ ସବୁ ସାମ୍ନାକୁ ଆସିବାରେ ଲାଗିଛି । ସର୍ବ ପ୍ରଥମେ ପ୍ରଧାନମନ୍ତ୍ରୀ ଇମ୍ରାନ ଟ୍ୱିଟ କରି କହିଥିଲେ ଯେ କରତାରପୁର ସାହିବ ଦର୍ଶନକୁ ଆସୁଥିବା ଭାରତୀୟ ଶ୍ରଦ୍ଧାଳୁଙ୍କ ପାଇଁ ପାସପୋର୍ଟର ଆବଶ୍ୟକତା ନାହିଁ । କିନ୍ତୁ ପାକିସ୍ତାନୀ ସେନା ଇମ୍ରାନଙ୍କ କଥାକୁ ଅଗ୍ରାହ୍ୟ କରି ଦେଇଥିଲା ।

ଏହାସହ ଇମ୍ରାନ କହିଥିଲେ ଯେ, ଉଦଘାଟନ ଓ ଗୁରୁ ନାନକ ଦେବଙ୍କ ୫୫୦ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଳୁଙ୍କ ଠାରୁ ଏଣ୍ଟ୍ରି ଫି ଆଦାୟ କରାଯିବ ନାହିଁ । କିନ୍ତୁ ପାକ୍ ସେନା ଇମ୍ରାନଙ୍କ କଥାକୁ ଖାରଜ କରି ଦେଇଛି । ସେନା କହିଛି, ଉଦଘାଟନ ଅବସରରେ ଆସୁଥିବା ଶ୍ରଦ୍ଧାଳୁଙ୍କ ଠାରୁ ଏଣ୍ଟ୍ରି ଫି ଆଦାୟ କରାଯିବ । ଏହା ବ୍ୟତୀତ ଇମ୍ରାନ ତୃତୀୟ ଘୋଷଣା କରିଥିଲେ ଯେ କରତାରପୁର ସାହିବ ଦର୍ଶନ ପାଇଁ ରେଜିଷ୍ଟ୍ରେଶନର ସୂଚନା ୧୦ ଦିନ ପୂର୍ବରୁ ପାକିସ୍ତାନକୁ ଦେବାକୁ ପଡ଼ିବ ନାହିଁ । କିନ୍ତୁ ସରକାରଙ୍କ ପ୍ରବକ୍ତା ଇମ୍ରାନଙ୍କ ମନ୍ତବ୍ୟର ବିପରୀତ ବୟାନ ଦେଇଛନ୍ତି । ପାକ୍ ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ଶାହ ଫୈସଲ କହିଛନ୍ତି, ଆମକୁ ୧୦ ଦିନ ପୂର୍ବରୁ ସୂଚନା ଦେବାକୁ ପଡ଼ିବ ।

Trending news