ପବିତ୍ର କାର୍ତ୍ତିକ ପୂର୍ଣ୍ଣମା: ଉଜ୍ଜୀବିତ ହେଲା ଉତ୍କଳୀୟ ସଂସ୍କୃତି
Advertisement

ପବିତ୍ର କାର୍ତ୍ତିକ ପୂର୍ଣ୍ଣମା: ଉଜ୍ଜୀବିତ ହେଲା ଉତ୍କଳୀୟ ସଂସ୍କୃତି

ଆ-କା-ମା-ବୈ । ପାନ ଗୁଆ ଥୋଇ । ପାନ ଗୁଆ ତୋର ମାସକ ଧରମ ମୋର। ଆଜି ରାସ ପୂର୍ଣ୍ଣିମା । ମନେପଡୁଛି ସେହି ନୌବାଣିଜ୍ୟ ପରମ୍ପରା । 

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଭୁବନେଶ୍ୱର: ଆ-କା-ମା-ବୈ । ପାନ ଗୁଆ ଥୋଇ । ପାନ ଗୁଆ ତୋର ମାସକ ଧରମ ମୋର। ଆଜି ରାସ ପୂର୍ଣ୍ଣିମା । ମନେପଡୁଛି ସେହି ନୌବାଣିଜ୍ୟ ପରମ୍ପରା । ମନେପଡେ ସାଧବ ପୁଅଙ୍କ କଥା । ଆଜି ଭଳି ପବିତ୍ର ଦିନରେ ଡଙ୍ଗା ଭସାଇ ଏହି ମହାନ ପରମ୍ପରାକୁ ମନେ ପକାଉଛନ୍ତି ସମସ୍ତେ । 

ଯେମିତି ମାସଗୁଡିକ ମଧ୍ୟରେ କାର୍ତ୍ତିକକୁ ଶ୍ରେଷ୍ଠ କୁହାଯାଏ, ସେମିତି ପୁଣ୍ୟମାସର ଶେଷ ଦିନକୁ ଶ୍ରେଷ୍ଠ ଦିନ ବୋଲି ବିଶ୍ୱାସ କରାଯାଏ । ଓଡିଶା ସଂସ୍କୃତି ଓ ପରମ୍ପରାର ମହାନ ପର୍ବ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଗାଁଠୁ ସହର, ସବୁଠି ଉତ୍ସବ ମୁଖର ପରିବେଶ । ବୋଇତ ବନ୍ଦାଣ କରି ବେଶ ଧୁବଧାମରେ ଏହାକୁ ପାଳନ କରାଯାଇଛି । 

ଶୈବପୀଠ ଓ ଜଳାଶୟଗୁଡିକରେ ସକାଳୁ ସକାଳୁ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ । କଦଳୀ ପାଟୁଆ, ସୋଲ ଡଙ୍ଗା ଭସାଇଥିଲେ ସମସ୍ତେ । ଭୋରରୁ ଜଳାଶୟରେ ଭଳିକି ଭଳି ଡଙ୍ଗା ଭାସିୁଥିବାର ଦୃଶ୍ୟ ଅତି ସୁନ୍ଦର ଲାଗୁଥିଲା । ସବୁଠି ସୃଷ୍ଟି ହୋଇଛି ଏକ ଆଧ୍ୟାତ୍ମିକ ପରିବେଶ । ଏ ଜାତିର ସଂସ୍କୃତି ଓ ପରମ୍ପରା କେତେ ମହାନ, କାର୍ତ୍ତିକ ପୂର୍ଣ୍ଣମା ଡଙ୍ଗା ଭସେଇବା ଦୃଶ୍ୟ ହିଁ ମନେ ପକାଇ ଦେଉଛି ।