close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

କାଶ୍ମୀରରେ ୩ ମାସରେ ୧୦,୦୦୦ କୋଟି ଟଙ୍କାର ହୋଇଛି ବ୍ୟବସାୟିକ କ୍ଷତି

ଚଳିତ ବର୍ଷ ଅଗଷ୍ଟରେ ଜମ୍ମୁ କାଶ୍ମୀରକୁ ବିଶେଷ ରାଜ୍ୟର ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦କୁ ମୋଦି ସରକାର ଉଚ୍ଛେଦ କରିଥଲେ । ଏହାସହ  ରାଜ୍ୟ ଉପରେ ବିଭିନ୍ନ ପ୍ରକାରର ପ୍ରତିବନ୍ଧକ ଲଗାଇଥିଲେ । ଯାହା ଫଳରେ କାଶ୍ମୀର ଘାଟିକୁ ବିଗତ ଦିନ ମାସରେ ବହୁ ବ୍ୟବସାୟିକ କ୍ଷତି ସହିବାକୁ ପଡୁଛି । ବର୍ତ୍ତମାନ ଯାଏ ବ୍ୟବସାୟିକ ସମୁଦାୟର ୧୦,୦୦୦ କୋଟି ଟଙ୍କାରୁ ଅଧିକ କ୍ଷତି ହେବାର ଅନୁମାନ କରାଯାଉଛି । ଯାହାର ଦାବି ଏକ ବ୍ୟବସାୟିକ ସଙ୍ଗଠନ କରିଛି  । 

କାଶ୍ମୀରରେ ୩ ମାସରେ ୧୦,୦୦୦ କୋଟି ଟଙ୍କାର ହୋଇଛି ବ୍ୟବସାୟିକ କ୍ଷତି
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଶ୍ରୀନଗର: ଚଳିତ ବର୍ଷ ଅଗଷ୍ଟରେ ଜମ୍ମୁ କାଶ୍ମୀରକୁ ବିଶେଷ ରାଜ୍ୟର ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦କୁ ମୋଦି ସରକାର ଉଚ୍ଛେଦ କରିଥଲେ । ଏହାସହ  ରାଜ୍ୟ ଉପରେ ବିଭିନ୍ନ ପ୍ରକାରର ପ୍ରତିବନ୍ଧକ ଲଗାଇଥିଲେ । ଯାହା ଫଳରେ କାଶ୍ମୀର ଘାଟିକୁ ବିଗତ ଦିନ ମାସରେ ବହୁ ବ୍ୟବସାୟିକ କ୍ଷତି ସହିବାକୁ ପଡୁଛି । ବର୍ତ୍ତମାନ ଯାଏ ବ୍ୟବସାୟିକ ସମୁଦାୟର ୧୦,୦୦୦ କୋଟି ଟଙ୍କାରୁ ଅଧିକ କ୍ଷତି ହେବାର ଅନୁମାନ କରାଯାଉଛି । ଯାହାର ଦାବି ଏକ ବ୍ୟବସାୟିକ ସଙ୍ଗଠନ କରିଛି  । 

ମୋଦି ସରକାର ଚଳିତ ବର୍ଷ ଅଗଷ୍ଟ ୫ରେ ଜମ୍ମୁ କାଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ କରିଥିଲେ । ଏହାସହ ରାଜ୍ୟକୁ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଥିଲା । ଏହାପରେ ରାଜ୍ୟରେ ବିଭିନ୍ନ ପ୍ରତିବନ୍ଧକ ଲାଗୁ କରିବା ସହ ବହୁ ଲୋକଙ୍କୁ ଗିରଫ ତଥା ଗୃହବନ୍ଦୀ କରି ରଖାଯାଇଛି । ରବିବାର ଏହି ପ୍ରତିବନ୍ଧକର ୮୪ତମ ଦିନ । ଏହି ପ୍ରତିବନ୍ଧକ ଯୋଗୁଁ ମୁଖ୍ୟ ବଜାର ଅଧିକାଂଶ ସମୟରେ ବନ୍ଦ ରହିଥାଏ । ଏହାସହ ସାର୍ବଜନୀନ ପରିବହନ ମଧ୍ୟ ରାସ୍ତାରେ ଦେଖା ଯାଇ ନଥାଏ । 

ବ୍ୟବସାୟିକ ସଙ୍ଗଠନ, କାଶ୍ମୀର ବାଣିଜ୍ୟ ଏବଂ ଉଦ୍ୟୋଗ ମଣ୍ଡଳର ଅଧ୍ୟକ୍ଷ ଶେଖ ଆଶିକଙ୍କ ଅନୁସାରେ ସହରର ଲାଲ ଚୌକ ଅଞ୍ଚଳରେ କିଛି ଦୋକାନ ସକାଳ ସମୟରେ ଓ ସନ୍ଧ୍ୟା ସମୟରେ ଖୋଲା ଯାଇଥାଏ ।  କିନ୍ତୁ ମୁଖ୍ୟ ବଜାର ବନ୍ଦ ରହିଥାଏ । ଏହା ଫଳରେ କେତେ କ୍ଷତି ସହିବାକୁ ପଡୁଛି, ତାହାର ହିସାବ କରିବା ସ୍ଥିତିରେ ଆମେ ନାହୁଁ । କାରଣ ସ୍ଥିତି ଏଯାଏ ସାମାନ୍ୟ ହୋଇପାରି ନାହିଁ । ବିଭିନ୍ନ ପ୍ରତିବନ୍ଧକ ଯୋଗୁଁ ବ୍ୟବସାୟିକଙ୍କୁ ବହୁତ କ୍ଷତି ସହିବାକୁ ପଡୁଛି । 

ଆଶିକ ଆହୁରି କହିଛନ୍ତି ଯେ, କାଶ୍ମୀର କ୍ଷେତ୍ରରେ ବର୍ତ୍ତମାନ ଯାଏ ମୋଟ ୧୦,୦୦୦ କୋଟି ଟଙ୍କାରୁ ଅଧିକ ବ୍ୟବସାୟିକ କ୍ଷତି ହୋଇଛି । ସମସ୍ତ କ୍ଷେତ୍ରରେ କ୍ଷତି ସହିବାକୁ ପଡୁଛି । ପ୍ରାୟ ଦିନ ମାସର ପରିସ୍ଥିତିକୁ ଦେଖି ଲୋକେ ବ୍ୟବସାୟ କରୁ ନାହାନ୍ତି । ନିକଟ ଅତୀତରେ କିଛି ବଜାର ଖୋଲା ଯାଇଥିଲା ଓ ବ୍ୟବସାୟ ଆରମ୍ଭ କରାଯାଇଥିଲା । କିନ୍ତୁ ଆମ ପାଖରେ ଉପଲବ୍ଧ ସୂଚନା ଅନୁସାରେ ବ୍ୟବସାୟ କ୍ଷେତ୍ରରେ ମାନ୍ଦାବସ୍ଥା ଜାରି ରହିଛି । ଏହି ବ୍ୟବସାୟିକ କ୍ଷତି ପାଇଁ ଇଣ୍ଟରନେଟ ସେବାର ନିଲମ୍ବନ ମୁଖ୍ୟ କାରଣ ବୋଲି ସେ କହିଛନ୍ତି ।