କ୍ୱାରେଣ୍ଟାଇନ ସରିବା ପରେ କ'ଣ କହିଲେ ବିଦେଶ ଫେରନ୍ତା କାଶ୍ମୀର ଛାତ୍ରଛାତ୍ରୀ ?

କ୍ୱାରେଣ୍ଟାଇନ ଅବଧି  ସରିଛି ଏବଂ ନିଜ ନିଜ ଘରକୁ ଯାଇଛନ୍ତି କାଶ୍ମୀର ଛାତ୍ରଛାତ୍ରୀ । 

କ୍ୱାରେଣ୍ଟାଇନ ସରିବା ପରେ କ'ଣ କହିଲେ ବିଦେଶ ଫେରନ୍ତା କାଶ୍ମୀର ଛାତ୍ରଛାତ୍ରୀ ?
ଫଟୋ ସୌଜନ୍ୟ: ଜୀ ମିଡିଆ

ନୂଆଦିଲ୍ଲୀ: ଦୀର୍ଘ ୧୪ ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନରେ ଥିଲେ । ଶୁକ୍ରବାର ଘରକୁ ଫେରିଲେ ବିଦେଶ ଫେରନ୍ତା କାଶ୍ନୀର ଛାତ୍ରଛାତ୍ରୀ । ଜମ୍ମୁ କାଶ୍ମୀର ଶ୍ରୀନଗର ବିଭିନ୍ନ ହୋଟେଲରେ ଏମାନଙ୍କୁ କ୍ୱାରେଣ୍ଚାଇନରେ ରଖାଯାଇଥିଲା । ବିମାନ ବନ୍ଦରରେ ଅବତରଣ କରିବା ପରେ ହିଁ ଛାତ୍ରୀଛାତ୍ରୀଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରକୁ ପଠାଇ ଦିଆଯାଇଥିଲା । ଶେଷରେ କ୍ୱାରେଣ୍ଟାଇନ ଅବଧି  ସରିଛି ଏବଂ ନିଜ ନିଜ ଘରକୁ ଯାଇଛନ୍ତି କାଶ୍ମୀର ଛାତ୍ରଛାତ୍ରୀ । 

ତେବେ ଘରକୁ ଫେରିଥିବା ଏହି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜଣେ କହିଛନ୍ତି, ଆମେ ବହୁତ ଖୁସି ଅଛୁ । ଦୀର୍ଘ ଦିନ ହେଲା କ୍ୱାରେଣ୍ଟାଇନ କାରଣରୁ ଏକୁଟିଆ ଜୀବନ ବିତାଇବାକୁ ପଡ଼ୁଥିଲା । ଏବେ ପରିବାର ସହ ମିଶିବୁ । ସେ ଆହୁରି ମଧ୍ୟ କହିଛନ୍ତି, କ୍ୱାରେଣ୍ଟାଇନ ପ୍ରକ୍ରିୟା ନିହାତୀ ଆବଶ୍ୟକ । କାହିଁକିନା ଯଦି ଆମେ କ୍ୱାରେଣ୍ଟାଇନରେ ନ ରହିବୁ, ତେବେ କେବଳ ନିଜ ପରିବାର ପାଇଁ ନୁହେଁ ସମାୟ ପାଇଁ ମଧ୍ୟ ବିପଦ ରହିଛି । ଜମ୍ମୁ କାଶ୍ମୀରର ୬୦ ଛାତ୍ରଛାତ୍ରୀ କ୍ୱାରେଣ୍ଟାଇନରେ ରହିଥିଲୁ ବୋଲି ସେ କହିଛନ୍ତି । 

ସେହିପରି ଅନ୍ୟ ଜଣେ ଛାତ୍ରୀ କହିଛନ୍ତି, କ୍ୱାରେଣ୍ଟାଇନ ସମୟରେ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯାଇଥିଲା । ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ସୁବିଧାକୁ ନେଇ ଆମେ ସମ୍ପୁର୍ଣ୍ଣ ଭାବେ ସନ୍ତୁଷ୍ଟ ଅଛୁ । କାଶ୍ମୀରରେ ସ୍ଥିତି ଖୁବଶୀଘ୍ର ସ୍ୱାଭାବିକ ହେବ ବୋଲି ଆମେ ଆଶା ରଖିଛୁ ବୋଲି କହିଥିଲେ ଛାତ୍ରୀ ଜଣକ । 

ସେପଟେ ଏପର୍ଯ୍ୟନ୍ତ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୯୦୨ରେ ପହଞ୍ଚିଛି । ୧୮୩ ଜଣ ସମ୍ପର୍ଣ୍ଣ ସୁସ୍ଥ ହୋଇଥିବା ବେଳେ ୬୮ ଲୋକଙ୍କ ମୃତ୍ୟୁ ହେଲାଣି । ଗତ ୧୨ ଘଣ୍ଟା ମଧ୍ୟରେ ୩ଶହରୁ ଅଧିକ ମାମଲା ସାମ୍ନାକୁ ଆସୁଛି ।