ବର୍ତ୍ତମାନ ଟେଲିଭିଜନ ଜଗତର ଲୋକପ୍ରିୟ ଟିଭି ଶୋ' 'କୌନ ବନେଗା କୋରର ପତି'ର ୧୧ତମ ସିଜନ ଜାରି ରହିଛି । ସିଜନର ହୋଷ୍ଟ ମହାନାୟକ ଅମିତାଭ ବଚ୍ଚନ କରୁଛନ୍ତି । ଏହି ସିଜନର ଗୋଟିଏ ଏପିସୋଡରେ ପ୍ରଫେସର ସୁଶୀଲ କୁମାର ମଖିଜା ଖେଳିବାକୁ ଆସିଥିଲେ । ସେ ନିଜର ଚମତ୍କାର ପ୍ରଦର୍ଶନ ସତ୍ତ୍ୱେ ମାତ୍ର ୩ ଲକ୍ଷ ୨୦ ହଜାର ଟଙ୍କା ଜିତିବାରେ ସଫଳ ହୋଇଥିଲେ ।
Trending Photos
ନୂଆଦିଲ୍ଲୀ: ବର୍ତ୍ତମାନ ଟେଲିଭିଜନ ଜଗତର ଲୋକପ୍ରିୟ ଟିଭି ଶୋ' 'କୌନ ବନେଗା କୋରର ପତି'ର ୧୧ତମ ସିଜନ ଜାରି ରହିଛି । ସିଜନର ହୋଷ୍ଟ ମହାନାୟକ ଅମିତାଭ ବଚ୍ଚନ କରୁଛନ୍ତି । ଏହି ସିଜନର ଗୋଟିଏ ଏପିସୋଡରେ ପ୍ରଫେସର ସୁଶୀଲ କୁମାର ମଖିଜା ଖେଳିବାକୁ ଆସିଥିଲେ । ସେ ନିଜର ଚମତ୍କାର ପ୍ରଦର୍ଶନ ସତ୍ତ୍ୱେ ମାତ୍ର ୩ ଲକ୍ଷ ୨୦ ହଜାର ଟଙ୍କା ଜିତିବାରେ ସଫଳ ହୋଇଥିଲେ ।
ପ୍ରଫେସର ସୁଶୀଳ କୁମାର ୧୨ ଲକ୍ଷ ୫୦ ହଜାର ଟଙ୍କାର ପ୍ରଶ୍ନର ଉତ୍ତର ଦେବାରେ ସକ୍ଷମ ହୋଇ ନଥିଲେ । ଯାହା ଫଳରେ ତାଙ୍କୁ ୩ ଲକ୍ଷ ୨୦ ଟଙ୍କାରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ତାଙ୍କୁ ୧୨ ଲକ୍ଷ ୫୦ ଟଙ୍କା ପାଇଁ ଯେଉଁ ପ୍ରଶ୍ନଟି ପଚାରା ଯାଇଥିଲା, ତାହା ହେଉଛି କେଉ ରାକ୍ଷସଙ୍କ ଯୋଡ଼ିକୁ ବାହ୍ମଣଙ୍କ ଭୋଜରେ ଡାକି ହତ୍ୟା କରି ଦିଆଯାଇଥିଲା? ଯାହାର ସଠିକ ଉତ୍ତର ଦେଇପାରି ନଥିଲେ ଅଧ୍ୟାପକ । ଏହାର ସଠିକ ଉତ୍ତର ହେଉଛି ଇଲ୍ଲବ ଓ ବାତାପି?ଫଳରେ ସୁଶୀଲ କୁମାର ମଖୀଜାଙ୍କୁ କେବଳ ୩ ଲକ୍ଷ ୨୦ ହଜାର ଟଙ୍କା ଜିତି ନେଇ ଗେମ୍ ଛାଡିବାକୁ ପଡିଥିଲା ।
ସୁଶୀଲଙ୍କ ପରେ ହଟ ସିଟରେ ବିରାଜମାନ ହୋଇଥିଲେ ଡକ୍ତର ବିଏସ ଭରଦ୍ୱାଜ ଓ ତାଙ୍କ ସ୍ତ୍ରୀ ଡକ୍ତର ମାଧୁରୀ ଭରଦ୍ୱାଜ । ସେ ଏହି ଗେମରେ କର୍ମବୀର ଭାବେ ପହଞ୍ଚିଥିଲେ । କେବିସିର ପ୍ରତି ସପ୍ତାହରେ ଗୋଟିଏ ଏପିସୋଡ କର୍ମୀବୀର ସ୍ପେଶାଲ ହୋଇଥାଏ । ଏହି ଏପିସୋଡରେ ଏପରି ଏକ ବ୍ୟକ୍ତି ଡକାଯାଇଥାଏ ଯିଏ ସମାଜରେ ପରିବର୍ତ୍ତନ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି । ଏହି ଦମ୍ପତ୍ତି 'ଅପଣା ଘର' ନାମରେ ଏକ ଘର ଚଳାଉଛନ୍ତି । ଯେଉଁଥିରେ ଏପରି କିଛି ଲୋକଙ୍କୁ ଶରଣ ଦିଆଯାଇଛି, ଯେଉମାନେ ଅସହାୟ ଓ ଦୁର୍ବଳ ଅଛନ୍ତି । ଏହାଛଡା ସେମାନେ ବିଚ୍ଛେଦ୍ୟ ହୋଇଯାଇଥିବା ଲୋକଙ୍କୁ ନିଜ ପରିବାର ସହ ସାକ୍ଷାତ କରାଇବାରେ ସାହାଯ୍ୟ କରିଥାଏ ।