close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

କେବିସି ପ୍ରତିଯୋଗୀ ୨୫ ଲକ୍ଷ ଟଙ୍କାର ଏହି ପ୍ରଶ୍ନର ଉତ୍ତର ନ ଦେଇ ଛାଡିଲେ ଗେମ୍, ଜାଣିଛନ୍ତି କି ଆପଣ ଏହାର ଉତ୍ତର?

ଦେଶର ଲୋକପ୍ରିୟ ଟିଭି ଶୋ ମଧ୍ୟରୁ ଅନ୍ୟତମ ଶୋ ହେଉଛି 'କୌନ୍ ବେନେଗା କରୋଡ଼ପତି' । ଏହା ଦର୍ଶକଙ୍କ ମଧ୍ୟରେ ବହୁତ ଲୋକପ୍ରିୟ । ଏହି ଶୋ'ରେ ପ୍ରତିଯୋଗୀମାନେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ନିଜ ପାଇଁ ଟଙ୍କା ଜିତି ନିଅନ୍ତି । ଏହାର ହୋଷ୍ଟ ବଲିଉଡି ମହାନାୟକ ଅମିତାଭ ବଚ୍ଚନ କରନ୍ତି । 

କେବିସି ପ୍ରତିଯୋଗୀ ୨୫ ଲକ୍ଷ ଟଙ୍କାର ଏହି ପ୍ରଶ୍ନର ଉତ୍ତର ନ ଦେଇ ଛାଡିଲେ ଗେମ୍, ଜାଣିଛନ୍ତି କି ଆପଣ ଏହାର ଉତ୍ତର?

ନୂଆଦିଲ୍ଲୀ: ଦେଶର ଲୋକପ୍ରିୟ ଟିଭି ଶୋ ମଧ୍ୟରୁ ଅନ୍ୟତମ ଶୋ ହେଉଛି 'କୌନ୍ ବେନେଗା କରୋଡ଼ପତି' । ଏହା ଦର୍ଶକଙ୍କ ମଧ୍ୟରେ ବହୁତ ଲୋକପ୍ରିୟ । ଏହି ଶୋ'ରେ ପ୍ରତିଯୋଗୀମାନେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ନିଜ ପାଇଁ ଟଙ୍କା ଜିତି ନିଅନ୍ତି । ଏହାର ହୋଷ୍ଟ ବଲିଉଡି ମହାନାୟକ ଅମିତାଭ ବଚ୍ଚନ କରନ୍ତି । 

ଗତ ଅକ୍ଟୋବର ୧୭ରେ ଏହି ଶୋ'ରେ ଆଞ୍ଚଳ କୁମାର ଗୁପ୍ତା ହଟ ସିଟରେ ବସିଥିଲେ । ସେ ୨୫ ଲକ୍ଷ ଟଙ୍କାର ପ୍ରଶ୍ନ ଉପରେ ଗେମ ଛାଡିବାର ନିଷ୍ପତ୍ତି ନେଇଥିଲେ । ତାଙ୍କୁ କେବଳ ୧୨ ଲକ୍ଷ ୫୦ ହଜାର ଟଙ୍କା ସହ ଫେରିବାକୁ ପଡିଥିଲା । 

କେଉଁ ବ୍ରିଟିଶ ନାଗରିକ କଂଗ୍ରେସର ଅଧ୍ୟକ୍ଷ ପଦରେ ରହି ନାହିଁ? ବୋଲି ଆଞ୍ଚଳଙ୍କୁ ୨୫ ଲକ୍ଷ ଟଙ୍କା ପାଇଁ ପ୍ରଶ୍ନ ପଚାରା ଯାଇଥିଲା । ଯାହାର ଉତ୍ତର ଦେଇ ପାରି ନଥିଲେ ସେ ।ଯାହା ଫଳରେ ତାଙ୍କୁ ଗେମ୍ ଛାଡିବାକୁ ପଡିଥିଲା । 

ଏହି ପ୍ରଶ୍ନର ସଠିକ ଉତ୍ତର ହେଉଛି ଆଲାନ କ୍ଟୋଭିଆନ ହ୍ୟୁମ, ଯିଏ କଂଗ୍ରେସର ସଂସ୍ଥାପକ ଥିଲେ । କିନ୍ତୁ ସେ କେବେ ମଧ୍ୟ କଂଗ୍ରେସର ଅଧ୍ୟକ୍ଷ ହୋଇ ନଥିଲେ । ଗେମ ଛାଡିବା ପରେ ଆଞ୍ଚଳ ସଠିକ ଉତ୍ତର ଦେଇଥିଲେ କିନ୍ତୁ ଗେମ ଛାଡି ଦେବାରୁ ତାଙ୍କୁ ଆଉ ଆଗକୁ ଖେଳିବାର ସୁଯୋଗ ମିଳି ନଥିଲା । 

କେବିସିର ପ୍ରତି ସପ୍ତାହରେ ଗୋଟିଏ ଏପିସୋଡ କର୍ମୀବୀର ସ୍ପେଶାଲ ହୋଇଥାଏ । ଏହି ଏପିସୋଡରେ ଏପରି ଏକ ବ୍ୟକ୍ତି ଡକାଯାଇଥାଏ ଯିଏ ସମାଜରେ ପରିବର୍ତ୍ତନ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି । କେବିସିର ଏହି ସପ୍ତାହର କର୍ମବୀର ସ୍ପେଶାଲ ଶୋରେ ସମାଜ ସେବିକା ସୁନୀତା କୃଷ୍ଣନ ଆସିବେ । ସୁନୀତା ମହିଳା ଓ ଶିଶୁଙ୍କୁ ଯୌନ ଚାଲାଣରୁ ମୁକ୍ତ କରିଥିଲେ । ସେ ନିଜର ସଂଘର୍ଷର କାହାଣୀ କେବିସିର ହୋଷ୍ଟ ଅମିତାଭଙ୍କୁ ଶୁଣାଇବେ । ସୁନୀତା ଯେତବେଳେ ୧୫ ବର୍ଷର ଥିଲେ, ସେତେବେଳେ ତାଙ୍କୁ ୮ ଜଣ ଲୋକ ଗଣଦୁଷ୍କର୍ମ କରିଥିଲେ ।