କୋରୋନା: ସତ ହୋଇଥିଲେ ସାଂଘାତିକ, ଦିଲ୍ଲୀରେ ସ୍ଥିତି ଅତି ଗମ୍ଭୀର
Advertisement

କୋରୋନା: ସତ ହୋଇଥିଲେ ସାଂଘାତିକ, ଦିଲ୍ଲୀରେ ସ୍ଥିତି ଅତି ଗମ୍ଭୀର

ସମ୍ପୂର୍ଣ୍ଣ ଦିଲ୍ଲୀ ଏବେ ରେଡ୍ ଜୋନରେ ରହିଛି, ଦେଶର ରାଜଧାନୀ ଦୃଷ୍ଟି କୋଣରୁ ଦିଲ୍ଲୀର ପରିସ୍ଥିତି ସମସ୍ତଙ୍କ ପାଇଁ ବେଶ ଗୁରୁତ୍ତ୍ୱ ବହନ କରିଥାଏ। କିନ୍ତୁ ଏହି ଗମ୍ଭୀର ସ୍ଥିତିରେ ଦିଲ୍ଲୀର କୋରୋନା ସ୍ଥିତି ସମ୍ପର୍କରେ ଭୁଲ ତଥ୍ୟ ସାମ୍ନାକୁ ଆସୁଥିବା ଅଭିଯୋଗ ହେବାରେ ଲାଗିଛି। ଦିଲ୍ଲୀରେ ବର୍ତ୍ତମାନ କୋରୋନା ସ୍ଥିତି ଅତ୍ୟନ୍ତ ସଂକଟଜନକ ପରିସ୍ଥିତି

କୋରୋନା: ସତ ହୋଇଥିଲେ ସାଂଘାତିକ, ଦିଲ୍ଲୀରେ ସ୍ଥିତି ଅତି ଗମ୍ଭୀର

ନୂଆଦିଲ୍ଲୀ: ସମ୍ପୂର୍ଣ୍ଣ ଦିଲ୍ଲୀ ଏବେ ରେଡ୍ ଜୋନରେ ରହିଛି, ଦେଶର ରାଜଧାନୀ ଦୃଷ୍ଟି କୋଣରୁ ଦିଲ୍ଲୀର ପରିସ୍ଥିତି ସମସ୍ତଙ୍କ ପାଇଁ ବେଶ ଗୁରୁତ୍ତ୍ୱ ବହନ କରିଥାଏ। କିନ୍ତୁ ଏହି ଗମ୍ଭୀର ସ୍ଥିତିରେ ଦିଲ୍ଲୀର କୋରୋନା ସ୍ଥିତି ସମ୍ପର୍କରେ ଭୁଲ ତଥ୍ୟ ସାମ୍ନାକୁ ଆସୁଥିବା ଅଭିଯୋଗ ହେବାରେ ଲାଗିଛି। ଦିଲ୍ଲୀରେ ବର୍ତ୍ତମାନ କୋରୋନା ସ୍ଥିତି ଅତ୍ୟନ୍ତ ସଂକଟଜନକ ପରିସ୍ଥିତିରେ ରହିଛି। 

ଦିଲ୍ଲୀର ସରକାରଙ୍କ ମୁତାବକ ଦିଲ୍ଲୀରେ ସାଢେ ୬ ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଥିବା ବେଳେ ୬୮ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି। ମାତ୍ର ମିଳିଥିବା ସୂଚନା ଏହା ଠାରୁ ଯଥେଷ୍ଟ ଅଧିକ ରହିଛି। ବିଜେପି ନେତା କପିଳ ମିଶ୍ରା ଟ୍ୱିଟ ଯୋଗେ ସୂଚନା ଦେଇ କହିଛନ୍ତି କି, ଦିଲ୍ଲୀରେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଅନିୟନ୍ତ୍ରିତ ଭାବେ ଏହି କୋରୋନା ମୃତ୍ୟୁ ବଢିବାରେ ଲାଗିଛି। ମାତ୍ର ଦିଲ୍ଲୀ ସରକାର ଏହାକୁ ଲୁଚାଇଛନ୍ତି। 

 

ସେ ଖବରକାଗଜରେ ପ୍ରକାଶିତ ଏକ ଖବରକୁ ପୋଷ୍ଟ କରି ଏକ ତଥ୍ୟ ପ୍ରଦାନ କରିଛନ୍ତି। ଦିଲ୍ଲୀରେ କୋରୋନାରେ ୩ ଶହରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ସେ ଦାବି କରିଛନ୍ତି। ଏପରିକି କେଉଁ ଶ୍ମସାନରେ କେତେ ଲୋକଙ୍କର ସଂସ୍କାର କରାଯାଇଥିବା ନେଇ ସୂଚନା ମଧ୍ୟ ଦେଇଛନ୍ତି। କପିଳ ମିଶ୍ରା କହିଛନ୍ତି କି, ନିଗମ ବୋଧ ଘାଟରେ ବର୍ତ୍ତମାନ ସୁଦ୍ଧା ୧୫୩ ଲୋକଙ୍କ ଶବ ପହଞ୍ଚିଛି। ସେହିପରି ପଞ୍ଜାବୀ ବାଗରେ ୭୨ଟି ଶବ ଆସିଥିବା ବେଳେ ଆଇଟିଓ କବ୍ରିସ୍ତାନକୁ ୮୯ଟି ମୃତଦେହ ସଂସ୍କାର ପାଇଁ ଆସିଥିବା ସେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଉଲ୍ଲେଖ କରିଛନ୍ତି। ସେ ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି କି, ଏତେମାତ୍ରାରେ ଶବ ଆସୁଛି କେଉଁଠାରୁ ଓ ଏତେମାତ୍ରାରେ ମୃତ୍ୟୁ ଲୋକମାନଙ୍କର କିପରି ହୋଇଛି ବୋଲି ସେ ପ୍ରଶ୍ନ କରିଛନ୍ତି। 

ସେହିପରି ଅନ୍ୟ ଜଣେ ଟ୍ୱିଟର ହ୍ୟାଣ୍ଡେଲକାରୀ ହର୍ଷଦୀପ ମାଲହୋତ୍ରା ଦିଲ୍ଲୀ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି କି, ଏହି କୋରୋନା ସଂକଟ ସମୟରେ ଦିଲ୍ଲୀର ସରକାରୀ ଡାକ୍ତରଖାନାରେ କୋରୋନା ରୋଗୀଙ୍କୁ ଗ୍ରହଣ କରୁନାହାନ୍ତି। ବିଗତ କିଛି ଦିନ ହେବ କୋରୋନା ରୋଗୀଙ୍କୁ ଚିକିତ୍ସା କରିବାକୁ ଦିଲ୍ଲୀର ସରକାରୀ ଡାକ୍ତରଖାନାର କର୍ତ୍ତୃପକ୍ଷ ମନା କରିଦେଇଛନ୍ତି। ପୂର୍ବ ଦିଲ୍ଲୀର ରାଜୀବ ଗାନ୍ଧୀ ଡାକ୍ତରଖାନାରେ ବନ୍ଦନା ନାମକ ଜଣେ କୋରୋନା ରୋଗୀଙ୍କୁ ଚିକିତ୍ସା ପାଇଁ ମନା କରିଦେଇଥିଲା। ବର୍ତ୍ତମାନ ସମୟରେ ଦିଲ୍ଲୀର ଲୋକମାନେ ଚିକିତ୍ସା ପାଇଁ କେଉଁଠିକି ଯିବେ ବୋଲି ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲଙ୍କୁ ପ୍ରଶ୍ନ କରିଛନ୍ତି। 

ସେପଟେ ଏମାନେ ପ୍ରଶ୍ନ ଉଠାଇବା ମଧ୍ୟ ସ୍ୱାଭାବିକ କଥା। କାରଣ ଦିଲ୍ଲୀରେ ଦିଲ୍ଲୀରେ କୋରୋନା ସ୍ଥିତି ଅତ୍ୟନ୍ତ ଗମ୍ଭୀରଜନକ ରହିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ଡାକ୍ତରଖାନାରେ ମଧ୍ୟ ରୋଗୀଙ୍କ ପାଇଁ ସ୍ଥାନ ଧୀରେଧୀରେ ଶେଷ ହେବାରେ ଲାଗିଛି।