ମରକଜକୁ ନିର୍ଦ୍ଦୋଶ କହିଲେ କେଜରିଓ୍ୱାଲ ସରକାରଙ୍କ କମିଶନ
Trending Photos
)
ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ ବଢାଇବାର ମୁଳ କାରଣ କୁହାଯାଉଥିବା ଜମାତିଙ୍କୁ ସମର୍ଥନ ଜଣାଇଛି କେଜରିଓ୍ୱାଲ ସରକାର। ଏପରିକି ତବଲିଗି ଜମାତ ଓ ମୌଲାନା ସାଦଙ୍କୁ କ୍ଲିନ ଚିଟ ଦେଇଛି ସରକାର। ସେପଟେ ବର୍ତ୍ତମାନ ସୁଦ୍ଧା ମୌଲାନା ସାଦଙ୍କ ବିପକ୍ଷରେ ଏକାଧିକ ମାମଲା ରୁଜୁ ହୋଇ ସାରିଲାଣି। ଏହି ମାମଲା ମଧ୍ୟରେ ହତ୍ୟା, ଲୁଣ୍ଠନ, ହତ୍ୟା ଉଦ୍ୟମ ଆଦି ମାମଲା ସାମିଲ ରହିଛି। ତଥାପି ଏହି ମୌଲନାଙ୍କୁ ସମର୍ଥନ ଜଣାଇଛି କେଜରିଓ୍ୱାଲ ସରକାର।
ଏଠାରେ କହି ରଖୁଛୁ ଯେ, ମୌଲାନା ସାଦ ନିଜାମୁଦ୍ଦିନରେ ମରକଜର ଆୟୋଜନ କରାଇଥିଲେ। ଏପରିକି ବିଦେଶୀ ମୁସଲମାନମାନଙ୍କୁ ବେନିୟମ ଭାବେ ଦେଶ ମଧ୍ୟକୁ ପ୍ରବେଶ କରାଇବାରେ ମଧ୍ୟ ସେ ସହାୟତା କରିଥିଲେ। ଏହି ମରକଜ ମାଧ୍ୟମରେ ଦେଶର କୋଣଅନୁକୋଣରେ କୋରୋନାକୁ ପ୍ରସାର କରାଇବାରେ ମଧ୍ୟ ସହାୟତା କରାଯାଇଥିଲା। ଆଉ ମରକଜ ଶେଷ ହେବା ପରେ ମୌଲନା ସାଦ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି।
ଦିଲ୍ଲୀ ପୋଲିସ ମୌଲନା ସାଦଏବଂ ଅନ୍ୟ ମାନଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ କରାଯାଇଛି। ବର୍ତ୍ତମାନ ଦିଲ୍ଲୀ ସରକାରଙ୍କ ମାଇନରିଟି କମିଶନ ସେମାନଙ୍କ ସମର୍ଥନରେ ଦେଶର ଗୃହ ମନ୍ତ୍ରଣାଳୟକୁ ପତ୍ର ଲେଖିଛି। ଉକ୍ତ ପତ୍ରରେ ମାଇନରିଟି କମିଶନ ସେମାନଙ୍କୁ ନିର୍ଦ୍ଦୋଶ ଦର୍ଶାଇ କ୍ଲିନ ଚିଟ ଦେଇଛି।
Delhi Minority Commission writes to Home Minister #AmitShah, denies any conspiracy in Tablighi Jamaat event. #ITVideo #FirstUp @nabila__jamal pic.twitter.com/qBqHQxasca
— IndiaToday (@IndiaToday) April 17, 2020
କମିଶନ କହିଛନ୍ତି କି, ମୌଲାନା ସାଦ ଓ ତବଲିଗି ଜମାତ କୌଣସି ପ୍ରକାର ଷଡ଼ଯନ୍ତ୍ର କରିନାହାନ୍ତି। ଦେଶ ମଧ୍ୟରେ କୋରୋନା ବ୍ୟାପିବାରେ ତବଲିଗି ଜମାତଙ୍କର କୌଣସି ହାତ ନାହିଁ। ଏହା ଏକ ନିରୀହ ନିର୍ଦ୍ଦୋଶ ଅନୁଷ୍ଠାନ। ଏହି ଅନୁଷ୍ଠାନ କୌଣସି ଖରାପ କାମ କରିପାରିବ ନାହିଁ ବୋଲି କମିଶନ କହିଛନ୍ତି। ତେବେ ଏହା ପୂର୍ବରୁ ଦିଲ୍ଲୀ ସରକାରର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଧ୍ୟ ତବଲିଗି ଜମାତକୁ ସମର୍ଥନ କରିଥିଲେ।
ସେ କହିଥିଲେ କି ଜମାତର କୌଣସି ଭୁଲ ନାହିଁ। ଭାଷାଗତ ସମସ୍ୟା ପାଇଁ ଜମାତ ପୋଲିସର ଭାଷାକୁ ବୁଝି ପାରିନାହାନ୍ତି। ଫଳରେ ସବୁକିଛି ଭୁଲ ସାବ୍ୟସ୍ତ ହୋଇଛି ବୋଲି ସେ କହିଛନ୍ତି।