• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Other News
  • /ଡାକ୍ତରଙ୍କୁ କେଜରିଓ୍ୱାଲଙ୍କ ଝାଡ଼ୁ ପାହାର !

ଡାକ୍ତରଙ୍କୁ କେଜରିଓ୍ୱାଲଙ୍କ 'ଝାଡ଼ୁ' ପାହାର !

ପରିଚାଳନା ପାଇଁ ମସଜିଦକୁ ଦେଉଛନ୍ତି ୪୪ ହଜାର...

Edited ByZee Odisha Desk
Published: Apr 25, 2020, 08:31 PM IST|Updated: Apr 25, 2020, 08:31 PM IST
joinshare
ଡାକ୍ତରଙ୍କୁ କେଜରିଓ୍ୱାଲଙ୍କ 'ଝାଡ଼ୁ' ପାହାର !

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    ପୂର୍ବତନ ମେଡିକାଲ ଅଫିସର ଡାକ୍ତର ପତିତପାବନ ବାରିକ ଚାକିରିରୁ ବହିଷ୍କୃତ

    ପୂର୍ବତନ ମେଡିକାଲ ଅଫିସର ଡାକ୍ତର ପତିତପାବନ ବାରିକ ଚାକିରିରୁ ବହିଷ୍କୃତ

    2

    ଓଡ଼ିଶା ଡିଜିପି ନିଯୁକ୍ତି ନେଇ ଆସନ୍ତାକାଲି ହେବ ସୁପ୍ରିମକୋର୍ଟରେ ଶୁଣାଣି !

    3

    Odisha Cabinet: ଏହି ଦଶଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର

    4

    Top 10 News: କ୍ୟାବିନେଟ୍ ବୈଠକରେ ୧୦ଟି ପ୍ରସ୍ତାବ ବାଜିଲା ମୋହର, ବର୍ଷା ଆଲର୍ଟ ଓ ଅନ୍ୟ ଖବର

    5

    ନୂତନ ଅବତାରରେ ଜୀ ଭାରତ: ଯୁବ ଭାରତର ସ୍ୱର ହେବ...

    ନୂଆଦିଲ୍ଲୀ: ସଫଳତା ତଥା ଲୋକଙ୍କ ସରକାର କହି ଡେଙ୍ଗୁରା ପିଟୁଥିବା କେଜରିଓ୍ୱାଲ ସରକାରଙ୍କ ବିରୋଧରେ ଆସିଛି ଗୁରୁତର ଅଭିଯୋଗ। ଦେଶରେ କୋରୋନା ଭଳି ସଂକଟ ସମୟରେ ଡାକ୍ତର ତଥା ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଉଥିବା ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ଯେଉଁ ଡେଙ୍ଗୁରା ପିଟୁଥିଲେ, ତାହାକୁ ଖାରଜ କରିଛନ୍ତି ଜଣେ ଡାକ୍ତର। 

    ମିଳୁଥିବା ସୂଚନା ମୁତାବକ ଦୁଇ ଦିନ ପୂର୍ବରୁ ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତରଙ୍କ ପାଇଁ ନୂଆ ଗାଇଡ ଲାଇନ ଆଣିଥିଲେ। ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଗଣମାଧ୍ୟମରେ ମନ୍ତବ୍ୟ ଦେବାକୁ ଏହି ଗାଇଡ଼ଲାଇନରେ କଡ଼ା ତାଗିଦ କରିଥିଲେ। ଯଦି କୌଣସି ଡାକ୍ତର, ନର୍ସ ତଥା ସ୍ୱାସ୍ଥ୍ୟକର୍ମୀମାନେ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଡା ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। 

    ତେବେ ଏହି ଘଟଣାର କିଛି ଦିନ ମଧ୍ୟରେ କେଜରିଓ୍ୱାଲ ଆଉ ଏକ ନୂଆ ଗାଇଡଲାଇନ ଆଣିଛନ୍ତି। ଯାହା ସମ୍ପର୍କରେ ନିଜର ପରିଚୟକୁ ଲୁଚାଇ ଜଣେ ଡାକ୍ତର ସୂଚନା ଦେଇଛନ୍ତି। ଉକ୍ତ ଡାକ୍ତର ଜଣକ ତୁଲାରାମ ଡାକ୍ତରଖାନାରେ କୋରୋନା କାର୍ଯ୍ୟରେ ନିୟୋଜିତ ଥିବା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି କି, ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ହୋଟେଲରେ ଖାଉଥିବା ଖାଦ୍ୟର ବିଲ ନିଜେ ଡାକ୍ତର ଓ ନର୍ସମାନେ କରିବେ। ଏପରିକି ସ୍ୱାସ୍ଥ୍ୟକର୍ମୀମାନେ ମଧ୍ୟ ବିଲ ପଇଠ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। 

    ଏହି ନିର୍ଦ୍ଦେଶ ଦେଇଛି ଖୋଦ କେଜରିଓ୍ୱାଲ ସରକାର। କେଜରିଓ୍ୱାଲ ସରକାର ଡାକ୍ତରଙ୍କୁ ଏଭଳି ସଂକଟ ସମୟରେ ଅସୁବିଧାରେ ପକାଇଥିବା ନେଇ ଅଭିଯୋଗ ମଧ୍ୟ ହୋଇଛି। ଏହା ପୂର୍ବରୁ ଡାକ୍ତରଙ୍କୁ ସମ୍ମାନ ଜଣାଇ ରହିବା ପାଇଁ ହୋଟେଲର ବ୍ୟବସ୍ଥା ମଧ୍ୟ କରିଥିଲେ। ଆଉ ବର୍ତ୍ତମାନ ଏହାର ବିଲ ପଇଠ କରିବାକୁ ଡାକ୍ତରଙ୍କୁ କୁହାଯାଇଛି ବୋଲି ଉକ୍ତ ଡାକ୍ତର ଜଣକ ସୂଚନା ଦେଇଛନ୍ତି। 

    ସେପଟେ ଆଉ ଏକ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ଯେ, କେଜରିଓ୍ୱାଲ ସରକାର ଦିଲ୍ଲୀର ପ୍ରତିଟି ମସଜିଦକୁ ପାଖାପଖି ୪୪ ହଜାର ଟଙ୍କା ପ୍ରଦାନ କରିଥାନ୍ତି। ମସଜିଦ ଚଳାଇବାକୁ ଏହି ଅର୍ଥ ପ୍ରଦାନ କରାଯାଉଥିବା ନେଇ ଜଣାପଡ଼ିଛି। 

    Add Zee News as a Preferred Source
    TAGS:
    Aravinda Kejriwal
    Chief minister
    Delhi
    Corona
    lockdown
    Doctors