ସ୍ୱାସ୍ଥ୍ୟ କେନ୍ଦ୍ରରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ସ୍ୱାସ୍ଥ୍ୟସେବା

ସ୍ୱାସ୍ଥ୍ୟ କେନ୍ଦ୍ରରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ସ୍ୱାସ୍ଥ୍ୟସେବା

ସରକାର ଉନ୍ନତ ସ୍ୱାସ୍ଥ୍ୟ ଦେବା ଯୋଗାଇ ଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି...ହୋଲେ ବାସ୍ତବ ଚିତ୍ର କିଛି ଓଲଟା

ସ୍ୱାସ୍ଥ୍ୟ କେନ୍ଦ୍ରରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ସ୍ୱାସ୍ଥ୍ୟସେବା

ହିମାଂଶୁ ଶେଖର ସାମଲ, ଭୁବନେଶ୍ୱର: ସରକାର ଉନ୍ନତ ସ୍ୱାସ୍ଥ୍ୟ ଦେବା ଯୋଗାଇ ଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ କେଉଁଠି ଡାକ୍ତରଙ୍କ ଅଭାବ ରହିଛି ତ କେଉଁଠି ନିରାମୟ କେନ୍ଦ୍ରରେ ଔଷଧ ମିଳୁନାହିଁ । ଫଳରେ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇଁ ରାଜ୍ୟ ସରକାର 5T ଲାଗୁ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରୁଛନ୍ତି । ହେଲେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାହାର ବିପରୀତ ବ୍ୟବସ୍ଥା ଦେଖିବାକୁ ମିଳିଛି । ଆବଶ୍ୟକ ଡାକ୍ତର ଅଭାବ ଓ ନିରାମୟ କେନ୍ଦ୍ରରେ ଔଷଧ ମିଳୁନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

କେନ୍ଦ୍ରାପଡା ଜିଲ୍ଲା ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା । ସ୍ୱାସ୍ଥ୍ୟସେବା ପାଇବାରେ ହଇରାଣ ହେଉଛନ୍ତି ଲୋକେ । ନାହାନ୍ତି ଡାକ୍ତର ଓ ନିରାମୟ କେନ୍ଦ୍ରରେ ମିଳୁନି ସବୁ ଔଷଧ । କେନ୍ଦ୍ରାପଡା ଜିଲ୍ଲା ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା । ଏହି ଡାକ୍ତରଖାନା ଉପରେ ରାଜନଗର ବ୍ଲକ ସହ ପଟ୍ଟାମୁଣ୍ଡାଇ, ମହାକାଳପଡା ଓ ଆଳି ବ୍ଲକର ପ୍ରାୟ ୫ ଲକ୍ଷ ଲୋକ ନିର୍ଭର କରୁଛନ୍ତି । ରୋଗୀଙ୍କ ସ୍ୱାସ୍ଥ୍ୟସେବା ପାଇଁ ମାତ୍ର ୨ ଜଣ ଡାକ୍ତର ଅଛନ୍ତି । ଫଳରେ ସ୍ୱାସ୍ଥ୍ୟସେବା ପାଇଁ ରୋଗୀଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି । ଡାକ୍ତଖାନାରେ ଥିବା ନିରାମୟ କେନ୍ଦ୍ରରେ ସବୁ ରୋଗର ଔଷଧ ନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ତୁରନ୍ତ ସରକାର ଏହି ସମସ୍ୟା ଉପରେ ଗୁରୁତ୍ୱ ଦେଇ ସମସ୍ୟାର ସମାଧାନ ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି । ସେପଟେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।
ତେବେ ସରକାର ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନା କରିଥିଲେ ମଧ୍ୟ କେଉଁଠି ନା କେଉଁଠି ତ୍ରୁଟି ପାଇଁ ତାହା ତାହା ସଠିକ ଭାବେ ରୂପାୟନ ହୋଇ ପାରୁନାହିଁ । ଏବେ ଅପେକ୍ଷା କେବେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ଥିତି ସୁଧୁରିବ ।

Trending news