close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ମାଲେସିଆରେ ଚମକିଲେ ଓଡ଼ିଆ ପୁଅ

ମାଲେସିଆରେ ଚମକ ଦେଖାଇଛନ୍ତି ଓଡ଼ିଆ ପୁଅ । ମାଲେସିଆର କ୍ୱାଲାଲୁମ୍ପୁରରେ ଅନୁଷ୍ଠିତ ଅନ୍ତର୍ଜାତୀୟ ମାର୍ଶାଲ ଆର୍ଟ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି  ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି ସଚିନ ମହାନ୍ତ । ଫାଇନାଲ ମ୍ୟାଚରେ ମାଲେସିଆର ଜଣେ ପ୍ରତିଯୋଗୀଙ୍କ ସହିତ କଡ଼ା ମୁକାବିଲା କରି ସେ ସଫଳତା ହାସଲ କରିଛନ୍ତି । ଏକମାତ୍ର ଓଡିଆ  ଭାବେ ସେ ଏହି ପ୍ରତିଯୋଗିତାରେ ଭାଗନେଇଥିଲେ ।

ମାଲେସିଆରେ ଚମକିଲେ ଓଡ଼ିଆ ପୁଅ
odia boy sachin won gold medal

 

ସୁଭଦ୍ରା ବେହେରାକେନ୍ଦୁଝର: ମାଲେସିଆରେ ଚମକ ଦେଖାଇଛନ୍ତି ଓଡ଼ିଆ ପୁଅ । ମାଲେସିଆର କ୍ୱାଲାଲୁମ୍ପୁରରେ ଅନୁଷ୍ଠିତ ଅନ୍ତର୍ଜାତୀୟ ମାର୍ଶାଲ ଆର୍ଟ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି  ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି ସଚିନ ମହାନ୍ତ। କେନ୍ଦୁଝର ଜିଲ୍ଲା ବଡ଼ବିଲ ମହାନ୍ତ ବସ୍ତିର ଯୁବକ ହେଉଛନ୍ତି ସଚିନ।  ଅକ୍ଟୋବର ୭ ଏବଂ ୮ ଦୁଇ ଦିନ ଧରି ଆୟୋଜିତ ଏହି ଅନ୍ତର୍ଜାତୀୟ ମାର୍ଶଲ ଆର୍ଟ ପ୍ରତିଯୋଗିତାରେ ୮୫କେଜି ଓଜନ ବିଭାଗରେ ସେ ସ୍ଵର୍ଣ୍ଣ  ପଦକ ହାସଲ କରିଛନ୍ତି ।  ଫାଇନାଲ ମ୍ୟାଚରେ ମାଲେସିଆର ଜଣେ ପ୍ରତିଯୋଗୀଙ୍କ ସହିତ କଡ଼ା ମୁକାବିଲା କରି ସେ ସଫଳତା ହାସଲ କରିଛନ୍ତି ।

odia boy won gold medal at Malesia

 

ଏହି ମାର୍ଶଲ ଆର୍ଟ  ପ୍ରତିଯୋଗିତା ପାଇଁ ସେ ଅକ୍ଟୋବର ୩ ରୁ ଯାତ୍ରା ଆରମ୍ଭ କରିଥିଲେ । ଏକମାତ୍ର ଓଡିଆ  ଭାବେ ସେ ଏହି ପ୍ରତିଯୋଗିତାରେ ଭାଗନେଇଥିଲେ ।  ପୂର୍ବରୁ ସେ ଇଣ୍ଡୋ ନେପାଳ କ୍ଲବ ଚାମ୍ପିଅନସିପରେ  ସ୍ୱର୍ଣ୍ଣ ପଦକ ଜିତିଥିଲେ  । ଏଥିସହ ବିଭିନ୍ନ ଜାତୀୟସ୍ତରୀୟ ମାର୍ଶଲ ଆର୍ଟ ପ୍ରତିଯୋଗିତାରେ ମଧ୍ୟ ସେ  ସଫଳତା ହାସଲ କରିଛନ୍ତି  ।  ଦେଶରୁ ପ୍ରାୟ ୨୪ ଜଣିଆ ଭାରତୀୟ ଦଳ ଏହି ପ୍ରତିଯୋଗିତାରେ ସାମିଲ ହୋଇଥିଲେ  । ସଚିନଙ୍କ ସଫଳତା ପାଇଁ ସମଗ୍ର ବଡ଼ବିଲ ଅଞ୍ଚଳରେ ଖୁସିର ବାତାବରଣ ସୃଷ୍ଟି ହୋଇଛି । ସେ ବଡ଼ବିଲର ମହାନ୍ତ ବସ୍ତିରେ   ମହାନ୍ତ ମାର୍ଶାଲ ଆର୍ଟ ନାମରେ ଏକ ମାର୍ଶଲ ଆର୍ଟ କୋଚିଂ ସେଣ୍ଟର ଖୋଲିଛନ୍ତ । ସେଠାରେ ସେ ନିଜେ  କୋଚ୍ ରହି  ପିଲାମାନଙ୍କୁ ମାର୍ଶଲ ଆର୍ଟ କୌଶଳ ପ୍ରଶିକ୍ଷଣ ଦିଅନ୍ତି । ଗତ ମାସରେ  ସଚିନଙ୍କ ଛାତ୍ର ମାନେ ଇଣ୍ଡୋ ନେପାଳ କ୍ଲବ ଚାମ୍ପିଅନସିପରେ ୬ଟି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।