close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଆଉ କିଛି ମୁହୂର୍ତ୍ତର ଅପେକ୍ଷା, ହରିୟାଣାରେ ମନୋହର ୨.୦ ସରକାର

ହରିୟାଣାରେ ସରକାର ଗଠନ ପାଇଁ ବିଜେପି-ଜେଜେପିକୁ ରାଜ୍ୟପାଳଙ୍କ ଆମନ୍ତ୍ରଣ ପରେ ଆଜି ଆରମ୍ଭ ହେବାକୁ ଯାଉଛି ମନୋହର ୨.୦ ସରକାର । 

ଆଉ କିଛି ମୁହୂର୍ତ୍ତର ଅପେକ୍ଷା, ହରିୟାଣାରେ ମନୋହର ୨.୦ ସରକାର
ଫାଇଲ ଫଟୋ

ନୂଆଦିଲ୍ଲୀ: ହରିୟାଣାରେ ସରକାର ଗଠନ ପାଇଁ ବିଜେପି-ଜେଜେପିକୁ ରାଜ୍ୟପାଳଙ୍କ ଆମନ୍ତ୍ରଣ ପରେ ଆଜି ଆରମ୍ଭ ହେବାକୁ ଯାଉଛି ମନୋହର ୨.୦ ସରକାର । ପୁଣିଥରେ ହରିୟାଣାର ଶାସନ ଦାୟିତ୍ୱ ମୁଖ୍ୟମନ୍ତ୍ରୀ ମନୋହର ଲାଲଙ୍କ ହାତରେ । ଆଉ ଜେଜେପି ମୁଖ୍ୟ ଦୁଷ୍ମନ୍ତ ଚୌଟାଲା ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ । 

ଆଜି ମନୋହର ଲାଲଙ୍କ ଶପଥ ଗ୍ରହଣ ସମାରୋହ । ଦୀପାବଳୀଠୁ ଆରମ୍ଭ ହେବ ଖଟ୍ଟରଙ୍କ ଦ୍ୱିତୀୟ ପାଳି । ଅପରାହ୍ନ ୨ଟାରେ ରାଜଭବନରେ ଏହି ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହେବ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । 

ଶନିବାର ବିଜେପି ବିଧାୟକ ଦଳ ବୈଠକରେ ଖଟ୍ଟରଙ୍କୁ ବିଧାୟକ ଦଳ ନେତା ଭାବରେ ନିର୍ବାଚିତ କରାଯାଇଥିଲା । କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ତାଙ୍କୁ ମିଠା ଖୁଆଇ ଶୁଭେଚ୍ଛା ଜଣାଇଥିଲେ । ସେହିପରି ଜେଜେପିକୁ ଉପମୁଖ୍ୟମନ୍ତ୍ରୀ ପଦ ଦେବାକୁ ବିଜେପି ରାଜି ହୋଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଶପଥ ଗ୍ରହଣ ଉତ୍ସବର କିଛି ସମୟ ପୂର୍ବରୁ ପାରୋଲରେ ବାହାରିଛନ୍ତି ଭାବି ଉପମୁଖ୍ୟମନ୍ତ୍ରୀ ଦୁଷ୍ମନ୍ତ ଚୌଟାଲାଙ୍କ ବାପା ଅଜୟ ଚୌଟାଲା। ଶନିବାର ଗୃହ ବିଭାଗର ଅନୁମତି କ୍ରମେ ତିହାର ଜେଲ ପ୍ରଶାସନ ତାଙ୍କୁ ୧୪ ଦିନିଆ ପାରୋଲ ପାଇଁ ଅନୁମତି ଦେଇଥିଲେ । ଅଜୟ ଶପଥ ସମାରୋହରେ ସାମିଲ ହେବେ ବୋଲି ଜଣାପଡିଛି । 

କହିରଖୁଛୁ, ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭାରେ ଚଳିତ ନିର୍ବାଚନରେ କୌଣସି ଦଳ ମଧ୍ୟ ମ୍ୟାଜିକ ନମ୍ବର ୪୬ ଛୁଇଁ ପାରିନାହାଁନ୍ତି । ବିଜେପିକୁ ସର୍ବାଧିକ ୪୦ ଆସନ ମିଳିଥିବା ବେଳେ କଂଗ୍ରେସ ୩୧ ଏବଂ ଜେଜେପି ୧୦ ଆସନ ପାଇଛି । ତେବେ ୬ ସ୍ୱାଧୀନ ବିଧାୟକ ବିଜେପିକୁ ସମର୍ଥନ ଦେବା ନେଇ ଘୋଷଣା କରିବା ପରେ ବଦଳିଥିଲା ଚିତ୍ର । ଶୁକ୍ରବାର ଅମିତ ଶାହଙ୍କୁ ସାକ୍ଷାତ କରିବା ପରେ ବିଜେପିକୁ ସମର୍ଥନ ନେଇ ଜେଜେପି ମୁଖ୍ୟ ଚୌଟାଲା ଘୋଷଣା କରିଥିଲେ ।