• ୯୮ ବର୍ଷ ବୟସରେ MDH ମସଲା ମାଲିକ ମହାଶୟ ଧର୍ମପାଲ ଗୁଲାଟିଙ୍କ ମୃତ୍ୟୁ । ଦିଲ୍ଲୀର ଏକ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ସୂଚନା ॥
  • ଧର୍ମପାଲଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଶୋକ ପ୍ରକାଶ ॥
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲଙ୍କ ମଧ୍ୟ ଶୋକ ପ୍ରକାଶ
  • ପରୀ ହତ୍ୟା ମାମଲାରେ CBI ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ।
  • ପରୀକୁ ନ୍ୟାୟ ଦେବାକୁ କଂଗ୍ରେସ ଚାହେଁନି । ଡିସେମ୍ବର ୧୫ରୁ ପ୍ରତି ବ୍ଲକରେ ପଦଯାତ୍ରା କରିବ ବିଜେପି : ପ୍ରତାପ ଷଡ଼ଙ୍ଗୀ ॥
  • ରାଜ୍ୟରେ ବିଗତ ୨୪ ଘଣ୍ଟା ମଧ୍ୟରେ ୫ ଜଣଙ୍କ ମୃତ୍ୟୁ । ମୃତ୍ୟୁ ସଂଖ୍ୟା ୧୭୫୫ ଛୁଇଁଲା ।
  • ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୪୩୪ କୋରୋନା ସଂକ୍ରମିତ ଚିହ୍ନଟ ॥

ହରଡ଼ବାଡ଼ି ଗାଁରେ କିଡନୀ ରୋଗ ନେଲାଣି ୨୦ରୁ ଅଧିକ ଲୋକଙ୍କ ଜୀବନ

ବର୍ଷକରେ ଗଲାଣି ୨୦ ଜୀବନ, ଅର୍ଥ ସାଜିଛି ବାଧକ

ହରଡ଼ବାଡ଼ି ଗାଁରେ କିଡନୀ ରୋଗ ନେଲାଣି ୨୦ରୁ ଅଧିକ ଲୋକଙ୍କ ଜୀବନ
ସୌଜନ୍ୟ: ସୋସିଆଲ ମିଡିଆ

ଦେବେଶ ନାୟକ, ଭୁବନେଶ୍ୱର: ବର୍ଷକରେ ଗଲାଣି ୨୦ ଲୋକଙ୍କ ଜୀବନ।  କିଡନୀ ରୋଗରେ ୨୦ରୁ ଅଧିକ ଲୋକ ଆକ୍ରାନ୍ତ । ଅର୍ଥ ଅଭାବରୁ ଔଷଧ କିଣିନପାରି ପ୍ରାଣ ହରାଉଛନ୍ତି ଲୋକ । ଏଭଳି ଘଟଣା ଏବେ ଦେଖିବାକୁ ମିଳିଛି ହାଟଡ଼ିହି ବ୍ଲକ୍ ହରଡ଼ବାଡ଼ି ଗାଁରେ ।
 

କେନ୍ଦୁଝର ଜିଲ୍ଲା ହଦଗଡ଼ ପଞ୍ଚାୟତ ହରଡ଼ବାଡ଼ି ଗାଁରେ କିଡନୀ ରୋଗ ଆତଙ୍କ । ରୋଗ କମିବାର ନାଁ ନେଉନି । ବିଭିନ୍ନ କାରଣରୁ ବଢ଼ିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ଏକ ବର୍ଷ ମଧ୍ୟରେ କିଡନୀ ରୋଗରେ ଗାଁର ୨୦ ଜଣଙ୍କ ଜୀବନ ଗଲାଣି । ଲୋକଙ୍କ ଜୀବନ ରକ୍ଷା ପାଇଁ କୌଣସି ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଉନି ।  ଏବେ ବି ୨୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ଘରେ ପଡ଼ି ରହିଛନ୍ତି । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଔଷଧ କିଣି ନ ପାରି ଜଡ଼ିବୁଟି ଉପରେ ସେମାନେ ନିର୍ଭରଶୀଳ ।  
ହରଡ଼ବାଡ଼ି ଗାଁରେ ଅଧିକାଂଶ ଲୋକ ଆଦିବାସୀ । ଶିକ୍ଷା, ସ୍ୱାସ୍ଥ୍ୟ ସେବା ସହ ଅନ୍ୟାନ୍ୟ ସୁବିଧା ପାଇବାରୁ ସେମାନେ ବଞ୍ଚିତ । ଗାଁରେ ୪ଟି ନଳକୂପ ଥିବାବେଳେ ୨ଟି ଅକାମୀ ହୋଇ ପଡ଼ିରହିଛି । ଅନ୍ୟ ୨ଟି ନଳକୂପରୁ ଦୂଷିତ ଜଳ ବାହାରୁଛି । କୌଣସି ବ୍ୟବସ୍ଥା ନଥିବାରୁ ଦୂଷିତ ଜଳ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ଲୋକେ ।
ଲୋକଙ୍କୁ ଉପଯୁକ୍ତ ସେବା ଯୋଗାଇବା ପାଇଁ ରାଜ୍ୟ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ବିଶେଷକରି ଆଦିବାସୀଙ୍କ ବିକାଶ ପାଇଁ ସରକାର ତତ୍ପରତା ଦେଖାଉଛନ୍ତି । ହେଲେ, ଦୁଃଖର ବିଷୟ କୌଣସି ସେବା ଆଦିବାସୀ ବହୁଳ ଅଞ୍ଚଳରେ ପହଞ୍ଚିପାରୁନି ।  ଅପହଞ୍ଚ ହେଉଛି ଇଲାକା, ସରକାରୀ ଯୋଜନାର ଫାଇଦା ପାଇବାରୁ ସମସ୍ତେ ବଞ୍ଚିତ । ତେଣୁ, ଅଞ୍ଚଳରେ ଲୋକଙ୍କ ଦୁଃଖ ଓ ଅସନ୍ତୋଷ ବଢୁଛି ।
ସେପଟେ, ଦୂଷିତ ଜଳ ବ୍ୟବହାରରୁ କିଡନୀ ରୋଗ ବ୍ୟାପୁଛି କି ? ମେଡିକାଲ ଟିମ୍ ଏହାର  ଯାଞ୍ଚ କରିବା ଜରୁରୀ ହୋଇପଡ଼ିଛି । ତୁରନ୍ତ ଏ ଦିଗରେ ଉଚିତ ପଦକ୍ଷେପ ସହ ନିରାକରଣ ବ୍ୟବସ୍ଥା ଗ୍ରହଣ କରିବାକୁ ଦାବି ହୋଇଛି ।