୧୪ ବର୍ଷ ପରେ ମୀନତିଙ୍କୁ ମାରିଦେଲେ
Advertisement

୧୪ ବର୍ଷ ପରେ ମୀନତିଙ୍କୁ ମାରିଦେଲେ

  ଯୌତୁକ ବାବଦକୁ ୨ଲକ୍ଷ ଟଙ୍କା ଦାବି କରିବା ସହିତ ମୀନତିଙ୍କ ଉପରେ ଶାରୀରିକ ତଥା ମାନସିକ ଅତ୍ୟାଚାର କରିବା ଅଭିଯୋଗ କରୁଥିଲେ ମୀନତି ।

୧୪ ବର୍ଷ ପରେ ମୀନତିଙ୍କୁ ମାରିଦେଲେ

ସୁନନ୍ଦନ ମିଶ୍ର, ଯାଜପୁର: ଯୌତୁକ ପାଇଁ ବିବାହିତ ମହିଳାଙ୍କୁ ହତ୍ୟା ଅଭିଯୋଗ । ଏଭଳି ଲଜ୍ଜାଜନକ ଘଟଣା ଘଟିଛି ଯାଜପୁର ଜିଲ୍ଲା ଏରବା ଗାଁରେ । ବାହାଘର ୧୪ ବର୍ଷ ପରେ ଯୌତୁକ ପାଇଁ ପିଟିପିଟି ମାରିଦେବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକେ  ।

fallbackସୂଚନା ଅନୁଯାୟୀ, ୧୪ ବର୍ଷତଳେ  ଯାଜପୁର ସଦର ଥାନା ଏରବାଙ୍କ ଗାଁ'ର ମନୋଜ ନାୟକ ମୀନତି ଦାସଙ୍କୁ ବିବାହ କରିଥିଲେ । ଯୌତୁକ ବାବଦକୁ ୨ଲକ୍ଷ ଟଙ୍କା ଦାବି କରିବା ସହିତ ମୀନତିଙ୍କ ଉପରେ ଶାରୀରିକ ତଥା ମାନସିକ ଅତ୍ୟାଚାର କରିବା ଅଭିଯୋଗ କରୁଥିଲେ ମୀନତି । ଏ ନେଇ ଏକାଧିକ ବାର ଥାନା ମାଧ୍ୟମରେ ଆପୋଶ ମିଳାମିଶା ମଧ୍ୟ ହୋଇଥିଲା । ଶେଷରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସୁଦୃଢ଼ ହୋଇ ପାରି ନ ଥିଲା ସମ୍ପର୍କ । ଶାଶୁଘରୁ  ମୀନତିଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ  । 

ମୃତକଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଲା ପରେ ଅଭିଯୁକ୍ତ ସ୍ୱାମୀଙ୍କୁ ପୋଲିସ ଗିରଫ କରିଛି । ଆଇପିସି ଧାରା ୪୯୮( ଏ),  ୩୦୨ , ୩୦୪ ( ବି ), ୩୪, ୪ ଜିପିଏରେ ପୋଲିସ ମାମଲା ରୁଜୁ କରି ସ୍ୱାମୀ ମନୋଜ ନାଏକକୁ ଗିରଫ କରି କୋର୍ଟ ଚାଲାଣ କରିଛି ।