ତାନଶାହ ଅଭି ଜିନ୍ଦା ହେ...
Advertisement

ତାନଶାହ ଅଭି ଜିନ୍ଦା ହେ...

ଶନିବାର ଖବର ସରବରାହ ସଂସ୍ଥା କେସିଏନଏ (KCNA) ଏନେଇ ଖବର ପ୍ରକାଶ କରିଛି । 

ତାନଶାହ ଅଭି ଜିନ୍ଦା ହେ...

ପ୍ୟୋଙ୍ଗୟାଙ୍ଗ: ଗଲା କିଛି ଦିନ ହେଲା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ଶିରୋନାମା ପାଲଟିଥିଲେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ୍-ଉନ୍ । ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ କେତେ କ'ଣ ଚର୍ଚ୍ଚା ହେଉଥିଲା । ଏକ ଅସ୍ତ୍ରପୋଚାର ପରେ ସେ ଗୁରୁତର ଅସୁସ୍ଥ ଥିବା କେହି କେହି କହୁଥିବା ବେଳେ ଅନ୍ୟ କେହି ତାଙ୍କ ବ୍ରେନ୍ ଡେଡ୍ ହୋଇଯାଇଥିବା କହୁଥିଲେ । ଏପରିକି ତାଙ୍କ ମୃତ୍ୟୁ ହୋଇଥିବା ନେଇ ମଧ୍ୟ ସନ୍ଦେହ କରାଯାଉଥିଲା । ଅବଶ୍ୟ କିଛି ଦିନ ପୂର୍ବରୁ କିଛି ରାଷ୍ଟ୍ର ଏହାକୁ ଖଣ୍ଡନ କରିଥିଲେ । ତେବେ ଏସବୁ ଭିତରେ ସାମ୍ନାକୁ ଆସିଛନ୍ତି କିମ୍ ଜଙ୍ଗ୍ । ଏକ ସାର କାରଖାନାରେ ଉଦଘାଟନ ଅବସରରେ ସାର୍ବଜନିନ ସଭାରେ ସାମିଲ ହୋଇଛନ୍ତି । ଆଉ ଏହା ପରେ ସ୍ପଷ୍ଟ ହୋଇଛି ତାନଶାହ ଅଭି ଜିନ୍ଦା ହେ !

ଶନିବାର ଖବର ସରବରାହ ସଂସ୍ଥା କେସିଏନଏ (KCNA) ଏନେଇ ଖବର ପ୍ରକାଶ କରିଛି । କେସିଏନଏର ସୂଚନା ମୁତାବକ, ଶୁକ୍ରବାର ଉତ୍ତର କୋରିଆ ରାଜଧାନୀ ପ୍ୟୋଙ୍ଗୟାଙ୍ଗର ନିକଟରେ ଥିବା ସୁନଚୋନରେ ଏକ ସାର କାରଖାନାର ଉଦଘାଟନ କରିଛନ୍ତି କିମ୍ ଜଙ୍ଗ୍-ଉନ୍ । ଆଉ ଏହି ସମୟରେ ତାଙ୍କ ଭଉଣୀ କିମ୍ ୟୋ ଜଙ୍ଗ ମଧ୍ୟ ଉପସ୍ଥିତ ଥିଲେ । 

fallback

କୋରିଆର ଖବର ସରବରାହ ସଂସ୍ଥାର ଦାବି ମୁତାବକ, କିମ୍ ଜଙ୍ଗ୍-ଉନଙ୍କୁ ଏହି କାର୍ଯ୍ୟକ୍ରମରେ ଜୋରଦାର ସ୍ୱାଗତ କରାଯାଇଥିଲା । କାରଖାନାର ଉତ୍ପାଦନ ପ୍ରକ୍ରିୟା ସମ୍ପର୍କରେ ପଚାରି ବୁଝିଥିଲେ କିମ୍ ଜଙ୍ଗ୍ । ତେବେ ଏହି ସମୟରେ ସେ କିଛି ପ୍ରତିକ୍ରିୟା ମଧ୍ୟ ରଖିଥିଲେ । ଅତ୍ୟାଧୁନିକ ସାର କାରଖାନା ପ୍ରସ୍ତୁତ ହୋଇଥିବା ଖବର ଯଦି ତାଙ୍କ ପିତା ଓ ଦାଦା ଶୁଣିଥାନ୍ତି, ତେବେ ବହୁତ ଖୁସି ହୋଇଥାନ୍ତେ ବୋଲି କହିଥିଲେ କିମ୍ ଜଙ୍ଗ୍ । କହିରଖୁଛି, ତାନଶାହଙ୍କ ପିତା ଓ ଦାଦାଙ୍କ ମୃତ୍ୟୁ ହୋଇସାରିଛି । ୨୦୧୨ରେ ପିତାଙ୍କ ମୃତ୍ୟୁ ପରେ ଉତ୍ତର କୋରିଆର ଶାସନ ସମ୍ଭାଳିଥିଲେ କିମ୍ ଜଙ୍ଗ୍ ଉନ୍ । 

କିମ୍ ଜଙ୍ଗ୍-ଉନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ସେବେଠୁ ଚର୍ଚ୍ଚା ଜୋର ଧରିଥିଲେ, ଯେବେ ସେ ନିଜ ଦାଦାଙ୍କ ଜନ୍ମ ଜୟନ୍ତୀ ସମାରୋହରେ ଅନୁପସ୍ଥିତ ରହିଥିଲେ । ଗତ ୧୫ ଏପ୍ରିଲରେ ଏହି ଉତ୍ସବ ଥିବା ବେଳେ କିମ୍ ଜଙ୍ଗ୍ ଅନୁପସ୍ଥିତ ରହିଥିଲେ । ଉତ୍ତର କୋରିଆରେ ଏହି ଦିନଟି ବେଶ୍ ମହତ୍ତ୍ୱପୂର୍ଣ୍ଣ ଅଟେ । ପ୍ରତ୍ୟେକ ବର୍ଷ ଏହି ଦିନରେ ଉପସ୍ଥିତ ରହିଥାନ୍ତି କିମ୍ ଜଙ୍ଗ୍ । ମାତ୍ର ଏବର୍ଷ ତାଙ୍କର ଅନୁପସ୍ଥିତି ପରେ ଚର୍ଚ୍ଚା ସରଗରମ ହୋଇଥିଲା । କିମ୍ ଜଙ୍ଗଙ୍କ ସ୍ୱାସ୍ଥ୍ୟବସ୍ଥା ଖରାବ ଥିବା ନେଇ ବହୁ ଗଣମାଧ୍ୟମ ଦାବି କରିଥିଲେ । ତାଙ୍କ ଚିକିତ୍ସା ପାଇଁ ଚୀନ ଏକ ଡାକ୍ତରୀ ଦଳ ମଧ୍ୟ ପଠାଇଥିଲା । ଏପ୍ରିଲ ୧୧ରେ ଶେଷଥର ପାଇଁ ନଜର ଆସିଥିଲେ କିମ୍ ଜଙ୍ଗ୍ । ସେବେଠୁ ସେ ଅନ୍ତର୍ଧ୍ୟାନ ହୋଇଯାଇଥିଲେ । 

ତେବେ ପ୍ରକୃତରେ କିମ୍ ଜଙ୍ଗଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିଲା ନା ଅନ୍ୟ କେଉଁ କାରଣରୁ ସେ ଅନ୍ତର୍ଧ୍ୟାନ ହୋଇଯାଇଥିଲେ, ତାକୁ ନେଇ ଏବେ ବି ସସପେନ୍ସ ଜାରି ରହିଛି ।