ଲାଞ୍ଜିଆ ସଉରା ଜାତିର ନାମକରଣର କାରଣ ଜାଣନ୍ତୁ ଓ ତାଙ୍କର ପରମ୍ପରା ଜାଣିଲେ ଆଶ୍ଚର୍ଯ୍ୟ ହେବେ
trendingNow,recommendedStories0/zeeodisha/odisha611615

ଲାଞ୍ଜିଆ ସଉରା ଜାତିର ନାମକରଣର କାରଣ ଜାଣନ୍ତୁ ଓ ତାଙ୍କର ପରମ୍ପରା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଗଜପତି ଜିଲ୍ଲା ସମେତ ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ବସବାସ କରି ଆସୁଛନ୍ତି ଲାଞ୍ଜିଆ ସଉରା

ଲାଞ୍ଜିଆ ସଉରା ଜାତିର ନାମକରଣର କାରଣ ଜାଣନ୍ତୁ ଓ ତାଙ୍କର ପରମ୍ପରା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ପ୍ରେମାନନ୍ଦ ପୂଜାରି, ଗଜପତି: ଗଜପତି ଜିଲ୍ଲା ସମେତ ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ବସବାସ କରି ଆସୁଛନ୍ତି ଲାଞ୍ଜିଆ ସଉରା I ଏହି ପ୍ରଜାତିର ଲୋକେ ପୁର୍ବରୁ ଜଙ୍ଗଲରେ ଚାଳ ଛପର କରି ବାସ କରି ପୁଡ଼ୁଚାଷ ଓ ବଗଡ ମାରି ବିଭିନ୍ନ ଡାଲି ଜାତୀୟ ଫସଲ କରି ବଞ୍ଚି ଆସୁଆଲେ I ଏମାନଙ୍କ ଘରକୁ ସଉରା ଭାଷାରେ “ସିହିଂ”  ବୋଲି କୁହାଯାଏ I ପହୁ ପୁରାତନ କାଳରୁ ଏମାନେ ହିନ୍ଦୁ ଧର୍ମବିଶ୍ୱାସ ଭେବେ ପଦ୍ମ ଫୁଲ ଓ ସ୍ବସ୍ଥିକ ଝୋଟି ଆଙ୍କି ପୂଜା କରିଆସୁଥିବା ବେଳେ କ୍ରମଶଃ କିଛି ଅଞ୍ଚଳରେ ଅଲଗା ଧର୍ମ ଗ୍ରହଣ କରି ଜୀବନଯ଼ାପନ କରୁଛନ୍ତି I ଲାଞ୍ଜିଆ ସଉରା ମାନେ ଖୁବ ଠାକୁର ବିଶ୍ବାସୀ ଅଟନ୍ତି I ବିଶେଷତଃ ହିନ୍ଦୁ ଧର୍ମୀ ମାନେ ପ୍ରଭୁ ଜଗନ୍ନାଥ ମହାପ୍ରଭୁ ଙ୍କ ଆରାଧ୍ୟ ଦେବ ଭାବେ ଫୋଟ ରଖି ପୂଜା କରିବା ସହ ,ସମସ୍ତ ପୁର୍ଣ୍ଣିମା, ସଂକ୍ରାନ୍ତି , ରେ ସ୍ୱତନ୍ତ୍ର ପୂଜା କରିଥାନ୍ତି I ପ୍ରତ୍ୟେକ ରବିବାର ଦିନ ସତସଙ୍ଗ କାର୍ଯ୍ୟକ୍ରମ କରି ଏକତ୍ରୀତ ହୋଇ ସମାଜର ମଙ୍ଗଳ ଚିନ୍ତା କରନ୍ତି I

fallback

ଲାଞ୍ଜିଆ ସଉରା କାହିଁକି କୁହାଯାଏ ?

ଏହି ଜାତିର ପୁରୁଷ ଲୋକେ ବହୁ ପୁରାତନ କାଳରେ ଶରୀରକୁ ବସ୍ତ୍ର ରେ ଢାଙ୍କିବା ପାଇଁ ଗଛର ବକଳ ବ୍ୟବହାର କରୁଥିଲେ ,କ୍ରମଶଃ ଏବେ କଛା ଲୁଗା ପିନ୍ଧୁଥିବା ବେଳେ ପଛ ପଟେ ଲାଞ୍ଜ ପରି ଓଅଳି ରହୁଥିବାରୁ ସେମାନେ ଲାଞ୍ଜିଆ ନାମରେ ପରିଚିତ I

ଭେଷଭୁଷା ଓ ପୋଷାକ ପରିଧାନ କିଭଳି ରହିଥାଏ ?

ଲାଞ୍ଜିଆ ସମାଜରେ ପୁରୁଷ ମାନେ ଏକଝିନ ଲୁଗା ପରିଧାନ କରୁଥିବା ବେଳେ ମୁଣ୍ଡରେ ପଗଡି ବାନ୍ଧିଥାନ୍ତି , ମହିଳା ମାନେ ବିଶେଷ କରି  କଳା ରଙ୍ଗର ଲୁଗା ବ୍ୟବହାର କରୁଥିବା ବେଳେ ଅଣ୍ଟା ତଳଭାଗ ଠାରୁ ଆଣ୍ଠୁ ଉପର ଯାଏଁ ଆବୃତ କରିଥାନ୍ତି I ନାରୀ ମାନେ ଅଳଙ୍କାର ପ୍ରିୟ, ସୁନା ,ରୁପା ବଦଳରେ ଆର୍ଥିକ ସ୍ବଚ୍ଚଳ ଅଭାବରୁ ସର୍ବଦା ରସ , ତମ୍ବା ,କଂସା ,ବ୍ୟବହାର କରିଥାନ୍ତି I

ଗଜପତି ଜିଲ୍ଲାରେ ଲାଞ୍ଜିଆ ସଉରାଙ୍କ ବିଶେଷ ପରିବର୍ତ୍ତନର ମୁହୁର୍ତ୍ତ

ଏହି ଜାତିର ସଉରା ମାନେ ସଂଖ୍ୟାଧିକ ଗଜପତି ଜିଲ୍ଲାର ବିଶେଷ କରି ଆରଉଦୟଗିରି, ନୁଆଗଡ, ରାମଗିରି , ସେରଙ୍ଗ, ମୋହନା ଅଞ୍ଚଳରେ ବାସ କରୁଥିବା ବେଳେ ଏବେ ସଂଖ୍ୟା ବଢବାରେ ଲାଗିଛି I ବହୁ ପୁରାତନ କାଳରୁ ଏମାନେ ଅଶିକ୍ଷିତ ଭାବେ ମଇଁସି ,ପୁଡ, ଆଦି ବନ୍ୟ ଜନ୍ତୁଙ୍କୁ ଶିକାର କରି ମାଂସ ଭୋଜନ କରିଆସୁଥିଲେ , କ୍ରମଶଃ ଏହି ଜାତି ଲୋପ ପାଇବାରେ ଲାଗିବାରୁ 1988 ମସିହାରେ ଶବରପଲ୍ଲୀ ଗ୍ରାମରେ ଶବର ସମାଜ ଗଠନ କରିଥିଲେ ସ୍ବର୍ଗତ ପ୍ରଧାନୀ ଗମାଙ୍ଗ I ଏହି ସମାଜ ଗଠନ ହେବା ପରେ ସଉରା ମାନଙ୍କୁ ହିନ୍ଦୁ ଧର୍ମ କୁ ନେଇ ସଚେତନତା କରାଯ଼ିବା ସହ ସତସଙ୍ଗ , ସସ୍କାର , ନିତ୍ୟ ପୂଜାବିଧି ରେ ପରିବର୍ତ୍ତନ ଆସିଥିଲା I ସେହି ଦିନ ଠାରୁ ଆଜି ବି ସ୍ପର୍ଗତ ପ୍ରଧାନୀ ଗମାଙ୍ଗ ଙ୍କୁ ଗୁରୁ ଭାବେ ପୂଜା କରି ନିତି ଆଦର୍ଶ ରେ ଅନୁପ୍ରଣିତ ହୋଇ ଚଳୁଛନ୍ତି I ଏବେ ଏମାନେ ବହୁ ନିଷ୍ଟାପର ପୂଜା କରିବା ସହ କୌଣସି ବନ୍ୟଜୀବଜନ୍ତୁ ମାରିବା ବଦଳରେ ସୁରକ୍ଷା କରିବା ଧର୍ମ କାମ କରୁଛନ୍ତି I

ନାଚ ଗୀତ ପରମ୍ପରା କଣ ରହିଛି ?

ଲାଞ୍ଜିଆ ସଉରା ମାନେ ସଉରା ଭାଷାରେ ଗୀତ ଗାଇ ନାଚ କରୁଛନ୍ତି I ଏକତ୍ରୀତ ଭାବେ ନାଚ କରିବା ବେଳେ ମହିଳା ମାନେ କାନ୍ଧ କୁ କାନ୍ଧ ଧରି ନାଚନ୍ତି ,ଏହି ସମୟରେ ନାଗରା , ତୁରୀ, ଚାଙ୍ଗୁ ବାଜା ବଜେଇ ତାଳରେ ନାଚ କରୁଛନ୍ତି , ଏହି ନାଚ ସମୟରେ ପାରମ୍ପାରିକ ଅସ୍ତ୍ର , ଶସ୍ତ୍ର କୁ ମଧ୍ୟ ହାତରେ ଧରି ନାଚ କରୁଥିବା ବେଳେ ଏହି ଦୃଶ୍ୟ ଦେଖିବାକୁ ଭାରି ମଜା ଲାଗିଥାଏ I

ଧନୁ ସଂକ୍ରାନ୍ତି ଅବସରରେ ଗତକାଲି ଅର୍ଥାତ ସୋମବାର ଦିନ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଶବର ମାନଙ୍କ ପରମଗୁରୁ ସ୍ବର୍ଗତ ପ୍ରଧାନୀ ଗମାଙ୍ଗ ଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ଅଞ୍ଚଳର ସମସ୍ତ ଶବର ପରିବାର ଏକତ୍ରୀତ ହୋଇ ଭାଗବତ ପରାୟଣ , ଗୀତା ପାଠ, ନାମ ଯ଼ଜ୍ଞ, ଜ୍ଞାନ ଯଜ୍ଞ ଭଳି  ଭିବିନ୍ନ ଧାର୍ମିକ କାର୍ଯ଼୍ୟକ୍ରମ କରିବା ସଙ୍ଗେ ସଙ୍ଗେ ମାସିକ ବୌଠକ ରେ ଶବର ସମାଜର ଉନ୍ନତି କରଣ ଓ ଧର୍ମ ପ୍ରଚାର ପାଇଁ ଆଲୋଚନା କରିଥିଲେ I ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ  ଅତିଥି ଭାବେ ସମାଜର ସର୍ବୋଚ୍ଚ ଉପଦେଷ୍ଠା ସୁନ୍ଦର ଶବର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ଶବରପଲ୍ଲୀ ପଞ୍ଚାୟତର ସରପଞ୍ଚ ଜଗା ରଇତ, ସମିତି ସଭ୍ୟା ଜାନକୀ ରଇତ, କେନ୍ଦ୍ର ସଭାପତି ଜଗା ମଣ୍ଡଳ, ସଂପାଦକ ସୁବର୍ଣ୍ଣ ରଇତ, ଉପସଭାପତି କିଶୋର ରଇତ, ସହ ସଂପାଦକ ଜଗନ୍ନାଥ ମଣ୍ଡଳ, ପ୍ରମୁଖ ଯୋଗଦେଇଥିଲେ I ଏହି କାର୍ଯ୍ୟକ୍ରମରେ ବହୁ ପୁରାତନ କାଳର ଶବର ମାନଙ୍କ ବିଲୁପ୍ତ  ପରମ୍ପରା ଓ ଲୋକନୃତ୍ୟ - ଲାଞ୍ଜିଆ ଶଉରା ନାଚ କୁ ପାରମ୍ପାରିକ ଭେଷରେ ପରିବେଶଣ କରିଥିଲେ I ଏହାସହ ବହୁ ପୌରାଣିକ ନାଚ ଗୀତ କରିଥିଲେ I ତେବେ ଆଦିବାସୀ ମାନଙ୍କ କଳା ଓ ସାସ୍କୃତି କୁ ବଞ୍ଚାଇ ରଖିବାକୁ ସରକାର ଆବଶ୍ୟକୀୟ ପ୍ରତ୍ସାହନା ଯୋଗାଇଦେବା ସହ ଦୃଷ୍ଟି ଦେଲେ ଆଗାମୀ ଦିନରେ ବେଶ ଉପକୃତ ହୋଇପାରିବେ ବୋଲି ଶବର ସମାଜର କର୍ମକର୍ତ୍ତା ମତ କରିଛନ୍ତି I

Trending news