ପଢନ୍ତୁ, ବିରାଟ ପ୍ରତିମୂର୍ତ୍ତିର କିଛି ଅଜଣା କଥା ସମ୍ପର୍କରେ
Advertisement

ପଢନ୍ତୁ, ବିରାଟ ପ୍ରତିମୂର୍ତ୍ତିର କିଛି ଅଜଣା କଥା ସମ୍ପର୍କରେ

ପ୍ରତିମାର ୧୫୩ ମିଟର ଉଚ୍ଚତା ପର୍ଯ୍ୟନ୍ତ ଚଢିପାରିବେ ପର୍ଯ୍ୟଟକ । ଏହାର  ଉପରଭାଗ ଗ୍ୟାଲେରିକୁ ଯାଇପାରିବେ ୨ଶହ ଲୋକ । ଦୀର୍ଘ ୧୨ କିଲୋମିଟର ଦୂରରୁ ଦେଖିପାରିବେ ପଟେଲଙ୍କ ଏହି ବିରାଟ ପ୍ରତିମୂର୍ତ୍ତି । ଏହି ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ଲାଗିଯାଇଥିଲା ୪୪ ମାସ ସମୟ । ଏଥିଲାଗି ଖର୍ଚ୍ଚ ହୋଇଛି ୩ ହଜାର କୋଟି ଟଙ୍କା ।

  • ପ୍ରତିମାର ୧୫୩ ମିଟର ଉଚ୍ଚତା ପର୍ଯ୍ୟନ୍ତ ଚଢିପାରିବେ ପର୍ଯ୍ୟଟକ 
  • ଏହାର  ଉପରଭାଗ ଗ୍ୟାଲେରିକୁ ଯାଇପାରିବେ ୨ଶହ ଲୋକ 
  • ଦୀର୍ଘ ୧୨ କିଲୋମିଟର ଦୂରରୁ ଦେଖିପାରିବେ ପଟେଲଙ୍କ ଏହି ବିରାଟ ପ୍ରତିମୂର୍ତ୍ତି 
  • ଏହି ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ଲାଗିଯାଇଥିଲା ୪୪ ମାସ ସମୟ
  • ଏଥିଲାଗି ଖର୍ଚ୍ଚ ହୋଇଛି ୩ ହଜାର କୋଟି ଟଙ୍କା
  •  

Trending Photos

ସୌଜନ୍ୟ: ସୋସିଆଲ ମିଡିଆ

ଜିନୁ ଜେନା, ଗୁଜୁରାଟ: ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ । ସେ  ୫୬୨ଟି ଦେଶୀୟ ରାଜ୍ୟକୁ ମିଶ୍ରଣ କରି ଆଧୁନିକ ଭାରତର ନିର୍ମାଣ କରିଥିଲେ । ତାଙ୍କର ସେହି ଉତ୍ତୁଙ୍ଗ ବ୍ୟକ୍ତିତ୍ୱର ଗାଥା ବହନ କରୁଛି ଷ୍ଟାଚ୍ୟୁ ଅଫ ୟୁନିଟି । ସର୍ଦ୍ଦାର ପଟେଲଙ୍କ ୧୪୪ତମ ଜୟନ୍ତୀ ଅବସରରେ ଆସନ୍ତୁ ଜାଣିବା  ବିଶ୍ୱର ସର୍ବୋଚ୍ଚ ନଭଶ୍ଚୁମ୍ଭୀ ଷ୍ଟାଚ୍ୟୁ ଅଫ ୟୁନିଟି ବିଷୟରେ କିଛି ଜଣା ଅଜଣା ସମ୍ପର୍କରେ । 

ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଆକାଶଛୁଆଁ ପ୍ରତିମୂର୍ତ୍ତି ନର୍ମଦା ନଦୀ ତଟରେ  ଥିବା  କେବଡିଆ ଠାରେ ଦଣ୍ଡାୟମାନ ହୋଇଛି । ଏହି ଷ୍ଟାଚ୍ୟୁ ଅଫ ୟୁନିଟିର ଉଚ୍ଚତା ହେଉଛି ହେଉଛି ୧୮୨ ମିଟର (୫୯୭ ଫୁଟ୍) । ଷ୍ଟାଚ୍ୟୁ ଅଫ ୟୁନିଟ ନିକଟରେ ମୁଖ୍ୟ ଆକର୍ଷଣ ସାଜିଛି , ସର୍ଦ୍ଦାର ପଟେଲଙ୍କ ଜୀବନୀ ସମ୍ପର୍କିତ ସଂଗ୍ରହାଳୟ, ଭାରତ ଭବନ ପ୍ରଦର୍ଶିତ ଗୃହ,୩ଡି ପ୍ରୋଜେକ୍ସନ୍ ମ୍ୟାପିଂ, ୧୫୩ ମିଟର ଉଚ୍ଚରୁ ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଭୋଗ, ୨୫୦ ତମ୍ବୁ ସ୍ଥାପିତ ହୋଇ ଥିବା ସହର, ଜନଜାତି ସଂଗ୍ରହାଳୟ ଏବଂ ହସ୍ତଶିଳ୍ପ ବଜାର, ପୁଷ୍ପ ଉପତ୍ୟକା । ଏଥିସହିତ ବିଭିନ୍ନ ରାଜ୍ୟମାନଙ୍କ ପାଇଁ ରହିଛି ନିଜସ୍ୱ ଅତିଥି ଭବନ । ‘ଷ୍ଟାଚ୍ୟୁ ଅଫ ୟୁନିଟ’ ଉଭୟ ହୃଦୟର ଏକତା ଏବଂ ମାତୃଭୂମିର ଭୌଗୋଳିକ ଅଖଣ୍ଡତାର ପ୍ରତୀକ।  ୫ ହଜାର ୭ ଶହ ମେଟ୍ରିକ ଟନ୍ ଲୁହା, ୧ ହଜାର ୭ ଶହ ଟନ ତମ୍ବା, ୧ ଲକ୍ଷ ୮୦ ହଜାର ଟନ୍ କଂକ୍ରିଟ, ୨ କୋଟି ୫୦ ଲକ୍ଷ କିଲୋଗ୍ରାମ ସିମେଣ୍ଟ ନିର୍ମାଣ ପାଇଁ ବ୍ୟବହୃତ ହୋଇଛି । ୬.୫ ତୀବ୍ରତାର ଭୂମିକମ୍ପକୁ ସହ୍ୟ କରିପାରିବ ପଟେଲଙ୍କ ପ୍ରତିମୂର୍ତ୍ତି । ଘଣ୍ଟା ପ୍ରତି ୧୮୦ କିଲୋମିଟର ବେଗର ପବନ ବହେଲି ବି କିଛି ହେବ ନାହିଂ ଷ୍ଟାଚ୍ୟୁ ଅଫ ୟୁନିଟର । କେବଳ ସେତିକି ନୁହଁ ନଭଶ୍ଚୁମ୍ବୀ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ୬ ଲକ୍ଷ ଗାଁରୁ ପୁରୁଣା କୃଷି ଉପକରଣରୁ ଲୁହା ସଂଗୃହିତ ହୋଇଛି । 

ପ୍ରତିମାର ୧୫୩ ମିଟର ଉଚ୍ଚତା ପର୍ଯ୍ୟନ୍ତ ଚଢିପାରିବେ ପର୍ଯ୍ୟଟକ । ଏହାର  ଉପରଭାଗ ଗ୍ୟାଲେରିକୁ ଯାଇପାରିବେ ୨ଶହ ଲୋକ । ଦୀର୍ଘ ୧୨ କିଲୋମିଟର ଦୂରରୁ ଦେଖିପାରିବେ ପଟେଲଙ୍କ ଏହି ବିରାଟ ପ୍ରତିମୂର୍ତ୍ତି । ଏହି ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ଲାଗିଯାଇଥିଲା ୪୪ ମାସ ସମୟ । ଏଥିଲାଗି ଖର୍ଚ୍ଚ ହୋଇଛି ୩ ହଜାର କୋଟି ଟଙ୍କା । ମୂର୍ତ୍ତି ନିର୍ମାଣରେ ୪ ପ୍ରକାର ଧାତୁ ଲାଗିଛି । ନିର୍ମାଣକାର୍ଯ୍ୟରେ ତିନି ହଜାର କାରିଗର ଓ ଦୁଇଶହ ପଚାଶ ଇଞ୍ଜିନିୟର ନିୟୋଜିତ ହୋଇଥିଲେ।ଷ୍ଟାଚ୍ୟୁ ଅଫ ଲିବର୍ଟି ଠାରୁ ଏହା ଦୁଇଗୁଣ ଉଚ୍ଚ । ୨୨ହଜାର ୫ଶହ ମିଲିୟନ ଟନର ସିମେଣ୍ଟ ବ୍ୟବହାର ହୋଇଛି ।  ଆମେରିକାର ସାପ୍ତାହିକ ପତ୍ରିକା ଟାଇମ ପକ୍ଷରୁ ପ୍ରକାଶିତ ବିଶ୍ୱର ୧୦୦ ଶ୍ରେଷ୍ଠ ସ୍ଥାନ -୨୦୧୯ ତାଲିକାରେ ସ୍ଥାନ ପାଇଛି ଷ୍ଟାଚ୍ୟୁ ଅଫ ୟୁନିଟି।

ବିଶ୍ୱର ସର୍ବୋଚ୍ଚ ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ଅନ୍ତରୀକ୍ଷରୁ ମଧ୍ୟ ସ୍ପଷ୍ଟଭାବେ ଦେଖାଯାଉଛି । ଦୁବାଇ ତଟରେ ନିର୍ମିତ ପାମ୍ ଆଇଲ୍ୟାଣ୍ଡ, ମିଶରର ଗ୍ରେଟ୍ ପିରାମିଡ୍ ଅଫ୍ ର୍ଗିଜା ସମେତ ଦୁଇ ଅନ୍ୟ ମାନବ ନିର୍ମିତ ସରଞ୍ଚନା ମଧ୍ୟ ଅନ୍ତରୀକ୍ଷରୁ ଦେଖାଯାଉଛି । ଷ୍ଟାଚ୍ୟୁ ଅଫ ୟୁନିଟିକୁ ହେଲିକପ୍ଟରରେ ମଧ୍ୟ ବୁଲି ଦେଖିବାର ବ୍ୟବସ୍ଥା ରହିଛି । ଷ୍ଟାଚ୍ୟୁ ଅଫ ୟୁନିଟି ଗୁଜରାଟକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ଜମ୍ମୁ ଓ କଶ୍ମୀର ଉପରେ ସରକାରଙ୍କ ନିଷ୍ପତ୍ତି ପଛରେ ସର୍ଦ୍ଦାର ପଟେଲଙ୍କ ପ୍ରେରଣା ରହିଛି।  ଯେଉଁ ଜମ୍ମୁ କାଶ୍ମୀର ପାଇଁ ସ୍ୱତନ୍ତ୍ର ସମ୍ବିଧାନ ରହିଥିଲା ଆଜି ସେହି ଜମ୍ମୁ କାଶ୍ମୀର ନୂଆ ପରିଚୟ ପାଇଛି ।  ଆଜି ଜମ୍ମୁ କାଶ୍ମୀରର ନୂଆ ଉପରାଜ୍ୟପାଳଭାବେ ଶପଥ ନେଇଛନ୍ତି ଓଡ଼ିଆ ପ୍ରାଶାସନିକ ଅଧିକାରୀ ଗିରିଶଚନ୍ଦ୍ର ମୁର୍ମୁ । 

ମହାପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିନରେ ୨୦୧୪ରୁ ପ୍ରତିବର୍ଷ ରନ ଫର ୟୁନିଟ ମଧ୍ୟ ଆୟୋଜିତ ହୋଇଆସୁଛି । ଏଥର ଭୁବନେଶ୍ୱରରେ ଆୟୋଜିତ ରନ ଫର ୟୁନିଟିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଭୁବନେଶ୍ୱର ସାଂସଦ ତଥା ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ ସାମିଲ ହୋଇଛନ୍ତି ।  ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଗୃହମନ୍ତ୍ରୀ ଅମିତ ଶାହ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବଡ଼ିଆ ଷ୍ଟାଚ୍ୟୁ ଅଫ ୟୁନିଟି ଗସ୍ତ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।