ଜାଣନ୍ତୁ ଦୁନିଆର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରଧ୍ୟକ୍ଷଙ୍କ ସୁରକ୍ଷା ବ୍ୟବସ୍ଥା କେତେ ମଜଭୁତ

 ଦୁନିଆର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରଧ୍ୟକ୍ଷଙ୍କ ସୁରକ୍ଷା କିପରି କରାଯାଏ? ମହାଶକ୍ତିଙ୍କୁ ସୁରକ୍ଷା ଦେବାରେ ଗୋଟିଏ ଦେଶ କେତେ ଟଙ୍କା ଖର୍ଚ୍ଚ କରିଥାଆନ୍ତି?

ଜାଣନ୍ତୁ ଦୁନିଆର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରଧ୍ୟକ୍ଷଙ୍କ ସୁରକ୍ଷା ବ୍ୟବସ୍ଥା କେତେ ମଜଭୁତ
ଦୁନିଆର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରଧ୍ୟକ୍ଷଙ୍କ ସୁରକ୍ଷା କିପରି କରାଯାଏ

ପ୍ରଜ୍ଞା ପାରମିତା ପତ୍ରୀ, ଭୁବନେଶ୍ୱର: କୌଣସି ଦେଶର ରାଷ୍ଟ୍ରାଧ୍ୟକ୍ଷଙ୍କ ସୁରକ୍ଷା ଭାର ଅତି ଗୁରୁତ୍ୱପୂର୍ଣ୍ଣ । ସବୁବେଳେ ଦୁନିଆର ସେହି ମହାଶକ୍ତିମାନେ ହିଟଲିଷ୍ଟରେ ରହି ଆସନ୍ତି । ଆମେ ଭଲ ଭାବେ ଜାଣିଛେ, ବିଗତ ଦିନରେ ଭାରତ ଦୁଇଜଣ ମହାଶକ୍ତିଙ୍କୁ ହରାଇଥିଲା। ଜଣେ ହେଲେ ଇନ୍ଦିରା ଗାନ୍ଧି। ଆଉ ଜଣେ ହେଲେ ରାଜୀବ ଗାନ୍ଧି । ଉଭୟ ପ୍ରଧାନମନ୍ତ୍ରୀ ଥିବାବେଳେ ହତ୍ୟାର ଶିକାର ହୋଇଛନ୍ତି । ଏବେ ତ ସମୟ ବଦଳିଛି । ସୁରକ୍ଷା ସ୍ଥିତି ବି ବଦଳି ଯାଇଛି । କିନ୍ତୁ ସୁରକ୍ଷାକୁ ନେଇ ଅସହ୍ୟ ହୋଇଯାଇଛି ରାଜନୀତି

କୌଣସି ଦେଶର ହେଉ କି । ସେ ଦେଶର ରାଷ୍ଟ୍ରାଧ୍ୟକ୍ଷଙ୍କ ସୁରକ୍ଷା ଭାର। ଏହା ସର୍ବଦା ଥାଏ ସେହି ଦେଶର ସେନା ଓ ଫୋର୍ସ ଉପରେ । ସୁରକ୍ଷାକୁ ନେଇ ସବୁଠାରୁ ବଡ଼ ବିପଦ ଥାଏ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ପ୍ରତି । କାରଣ ଏହି ଦୁଇଜଣ ହେଉଛି କୌଣସି ବି ଦେଶର ସବୁଠାରୁ ପାୱାରଫୁଲ ବ୍ୟକ୍ତି । ଖାସ୍ ଏହି କାରଣରୁ ରାଷ୍ଟ୍ରାଧ୍ୟକ୍ଷଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ସିକ୍ୟୁରିଟି ଗାର୍ଡଙ୍କ ଦାୟିତ୍ୱ ଆପେ ଆପେ ଗୁରୁତ୍ୱପୂର୍ଣ୍ଣ ବନିଯାଏ ।

ଦୁନିଆର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରଧ୍ୟକ୍ଷଙ୍କ ସୁରକ୍ଷା କେମିତି କରାଯାଉଥିବ । ଟ୍ରମ୍ପ୍, ପୁଟିନ ଓ ଜିଙ୍ଗପିଙ୍ଗଙ୍କ ଭଳି ଶକ୍ତିଶାଳୀ ନେତାଙ୍କ ସୁରକ୍ଷା ଭାର କାହା ହାତରେ । ତେବେ ଜାଣନ୍ତୁ ସୁପର ପାୱାର୍ ଟ୍ରମ୍ପଙ୍କ ସମେତ ତମାମ ଶକ୍ତିଶାଳୀ ରାଷ୍ଟ୍ରମୁଖ୍ୟଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଏଜେନ୍ସି ଓ ଗାର୍ଡଙ୍କ  ବିଷୟରେ ଟିକନିଖ ତଥ୍ୟ ଓ ତା' ସହିତ ଜାଣନ୍ତୁ ସୁରକ୍ଷା ପ୍ରସଙ୍ଗରେ ସେମାନଙ୍କ ସହ ଯୋଡ଼ି ହୋଇଥିବା ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ।

ଡୋନାଲ ଟ୍ରମ୍ପ-

ୟୁନାଇଟେଡ୍ ଷ୍ଟେଟ୍ ସିକ୍ରେଟ୍ ସର୍ଭିସ ବା USSS ଫେଡରାଲ  ଲ' ଏନଫୋର୍ସମେଣ୍ଟ ଏଜେନ୍ସି । ଯାହା ଆମେରିକା ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ତାଙ୍କ ପରିବାର ସଦସ୍ୟଙ୍କୁ ସୁରକ୍ଷା ଯୋଗାଏ ଽ ଏବେ ପାଖାପାଖି ୧ ହଜାର ସିକ୍ରେଟ୍ ସର୍ଭିସ ଏଜେଣ୍ଟ୍ ଟ୍ରମ୍ପଙ୍କ ସୁରକ୍ଷା ଦାୟିତ୍ୱ ସମ୍ଭାଳୁଛନ୍ତି । ଯେଉଁମାନେ ସବୁବେଳେ ଛାଉ ପରି ଟ୍ରମ୍ପଙ୍କ ସହ ରହୁଛନ୍ତି । ହ୍ୱାଇଟ୍ ହାଉସରୁ ଆରମ୍ଭ କରି ଟ୍ରମ୍ପ୍ ଯେଉଁଠାକୁ ବି ଯାଆନ୍ତି, ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟ୍ ତାଙ୍କ ସୁରକ୍ଷା କବଚ ଭଳି ପାଖରେ ରହିଥାନ୍ତି

ଆପଣ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ, ଟ୍ରମ୍ପ୍ ଓ ତାଙ୍କ ପରିବାରର ସୁରକ୍ଷାର ପାଇଁ ପ୍ରତିବର୍ଷ ପାଖାପାଖି ୧୩ ହଜାର ୩୨୨ କୋଟି ଡଲାର୍ ଖର୍ଚ୍ଚ ହୋଇଥାଏ । ଆମେରିକାର ସମ୍ବିଧାନ ମୁତାବକ 'ଫାଷ୍ଟ ଫ୍ୟାମିଲି' ଅର୍ଥାତ୍ ରାଷ୍ଟ୍ରପତିଙ୍କ ପୂରା ପରିବାର ଲୋକଙ୍କ ସୁରକ୍ଷା ଓ ସୁବିଧା ଭାର ସରକାରଙ୍କ ଉପରେ ନ୍ୟସ୍ତ ଥାଏ ।  ସମସ୍ତଙ୍କୁ ଠିକ୍ ସେମିତି ସୁରକ୍ଷା ଦିଆଯାଏ । ଯେମିତି ରାଷ୍ଟ୍ରପତିଙ୍କୁ ମିଳେ

ଆମେରିକା ରାଷ୍ଟ୍ରପତିଙ୍କ ସୁରକ୍ଷା ସିକ୍ରେଟ୍ ସର୍ଭିସ, ସିଆଇଏ ଓ ଆମେରିକା ସେନା ମିଳିତ କରିଥାନ୍ତି । ଏହି ୩ଟି ବିଭାଗର  ସିକ୍ରେଟ୍ ଏଜେଣ୍ଟ ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ବି ରାଷ୍ଟ୍ରପତିଙ୍କ ସୁରକ୍ଷା ଉପରେ କଡ଼ା ନଜର ରଖନ୍ତି । ତେଣୁ ସମସ୍ତ ସୁରକ୍ଷାକର୍ମୀ ଗୋଟିଏ ନେଟୱାର୍କ ମାଧ୍ୟମରେ ସିକ୍ୟୁରିଟି କଣ୍ଟ୍ରୋଲ ରୁମ ସହ ସମ୍ପର୍କରେ ରହିଥାନ୍ତି । ଫଳରେ କୌଣସି ପ୍ରକାରର ଜରୁରୀକାଳୀନ ପରିସ୍ଥିତିରେ ଏମାନେ କ୍ଷଣକ ମଧ୍ୟର ଆକ୍ସନକୁ ଆସିଯାନ୍ତି । ସିକ୍ରେଟ୍ ଏଜେଣ୍ଟଙ୍କ ନିକଟରେ କୌଣସି ପ୍ରକାରର ରସାୟନିକ, ଜୈବିକ ଓ ପରମାଣୁ ଅସ୍ତ୍ର ଆକ୍ରମଣକୁ ପ୍ରତିହତ କରିବାର ସମସ୍ତ ବ୍ୟବସ୍ଥା ରହିଛି ।

ଆମେରିକା ରାଷ୍ଟ୍ରପତିଙ୍କ ବୁଲେଟ ପ୍ରୁଫ୍ କାରକୁ ମଧ୍ୟ ଅଭେଦ ଦୁର୍ଗ ବୋଲି କହିଲେ କିଛି ବି ଭୁଲ ହେବନି ଆଉ ଏ କାରର ନାଁ ହେଉଛି ଦି-ବିଷ୍ଟ୍ । ଆମେରିକା ରାଷ୍ଟ୍ରପତି ଯେଉଁଠିକୁ ବି ଯାଆନ୍ତି ।ଏହି କାରରେ ଯାଆନ୍ତି । ଏଥିସହ ସାଙ୍ଗରେ ଥାଏ ସିକ୍ରେଟ୍ ସର୍ଭିସ୍ ଓ ତମାମ ସୁରକ୍ଷା ଗାର୍ଡ୍ସଙ୍କ ଟିମ୍। ଦି-ବିଷ୍ଟ୍ କାରର ଓଜନ ୭ରୁ ୮ଟନ୍ ମଧ୍ୟରେ। ଏହାର ବଡି ଷ୍ଟିଲ୍, ଆଲୁମିନିୟମ୍, ଟାଇଟେନିୟମ୍ ଓ ସେରାମିକରେ ବନାଯାଇଛି। ଆଉ ଏ କାର ଡୋରର ଓଜନ ବୋଇଂ 474 ବିମାନର କ୍ୟାବିନ ଡୋର୍ ସହ ସମାନ। କୁହାଯାଏ ଯେ, କାରର ଫ୍ଲୋର୍ ଏତେ ମଜଭୁତ ଯେ, ତଳେ ବୋମା ବିସ୍ଫୋରଣ ହେଲେ ସୁଦ୍ଧା କାରକୁ କିଛି କ୍ଷତି ପହଞ୍ଚେନାହିଁ।

କାରର କାଚ ୫ ଇଞ୍ଚ ମୋଟେଇର ବୁଲେଟପ୍ରୁଫ୍ ମ୍ୟାଟେରିଆଲ୍ । ଯାହାକୁ ମେସିନ ଗନ ମଧ୍ୟ ଛେଦ କରିପାରିବ ନାହିଁ । କାରରେ ରାଷ୍ଟ୍ରପତି ଟ୍ରମ୍ପଙ୍କ କ୍ୟାବିନ୍ ଓ ଡ୍ରାଇଭର କ୍ୟାବିନ୍ ମଝିରେ ଗୋଟିଏ କାଚର କବାଟ ରହିଛି। ଯାହାର ଝରକାକୁ କେବଳ ରାଷ୍ଟ୍ରପତି ହିଁ ଖୋଲି ପାରିବେ। ନଚେତ୍ ତାଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟ୍। ଏହି କାରଟି ସମ୍ପୂର୍ଣ୍ଣଭାବେ ଏୟାର୍ ଟାଇଟ୍ ଯୁକ୍ତ। ଅର୍ଥାତ୍ ରାଷ୍ଟ୍ରପତି ଟ୍ରମ୍ପଙ୍କ ରାସ୍ତାରେ ଯଦି ବିଷାକ୍ତ ଗ୍ୟାସ୍ ବି ଛାଡ଼ି ଦିଆଯାଏ। ତେବେ ବି ତାଙ୍କର କାଣିଚାଏ କ୍ଷତି ହେବନି।

 ଦି-ବିଷ୍ଟ୍ କାର ଭଳି ଅନେକ ଗାଡ଼ି ମଧ୍ୟ ରାଷ୍ଟ୍ରପତିଙ୍କ କାରକେଡରେ ସାଥି ହୋଇ ଯାଇଥାଏ। ଏଭଳି ସ୍ଥିତିରେ କେହି ଜାଣିବା ମୁସ୍କିଲ ଯେ, କେଉଁ କାରରେ ରାଷ୍ଟ୍ରପତି ବସିଛନ୍ତି। ସେମିତି ଏ କାରର ଡ୍ରାଇଭର୍ ମଧ୍ୟ ଜଣେ କମାଣ୍ଡୋ ହିଁ ହୋଇଥାଏ।ତେଣୁ ସେ ମଧ୍ୟ ଭଲଭାବେ ଜାଣିଥାଏ ଯେ, କେଉଁ ପରିସ୍ଥିତିରେ କେମିତି ରାଷ୍ଟ୍ରପତିଙ୍କୁ ଆକ୍ରମଣରୁ ବଞ୍ଚାଯାଇ ପାରିବ ।

ରୁଷ୍ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ-

ଟ୍ରମ୍ପ ପରେ ଏବେ ଦୁନିଆର ଆଉ ଜଣେ ମହାଶକ୍ତି ତଥା ରୁଷ୍ ରାଷ୍ଟ୍ରପତି ବ୍ଲାଦିମିର ପୁଟିନଙ୍କ ସୁରକ୍ଷା କାହାଣୀ ଜାଣନ୍ତୁ । ପୁଟିନଙ୍କୁ କାହିଁକି ସାରା ଦୁନିଆ ରିଲ୍ ଲାଇଫର ଜେମ୍ସ ବଣ୍ଡଙ୍କ ସହ ତୁଳନା  କରେ । ଆଉ କାହିଁକି ପୁଟିନଙ୍କ କାର ଶତ୍ରୁଙ୍କ ପାଇଁ ମରଣର ଯନ୍ତା ଆଉ ଖୋଦ୍ ତାଙ୍କ ପାଇଁ 5 ଷ୍ଟାର୍ ହୋଟେଲ୍ । ସବୁଟାରୁ ବଡ଼ କଥା ହେଲା ପୁଟିନଙ୍କ କାର ନଦୀକୁ ଖସିପଡ଼ିଲେ ବି ବୁଡ଼େନି । କଥାଟି ବିଶ୍ୱାସ ନ ହେଉ ଥିଲେ ବି ସତ

ଦୀର୍ଘ ୨୦ବର୍ଷ ହେବ ରୁଷର ଶାସନ ଗାଦିରେ ବସିଥିବା ପୁଟିନଙ୍କ ବଢୁଥିବା ଲୋକପ୍ରିୟତା ଓ ନୀତିକୁ ନେଇ ଅମେରିକା, ବ୍ରିଟେନ୍, ଜର୍ମାନୀ ଓ ଫ୍ରାନ୍ସ ଭଳି ଦେଶ ବି ଚିନ୍ତାରେ । ରୁଷ ରାଷ୍ଟ୍ରପତିଙ୍କ ସୁରକ୍ଷା କଥା ଯଦି କହିବା, ତାଙ୍କ ସୁରକ୍ଷା ଭାର ଫେଡେରାଲ୍ ପ୍ରୋଟେକ୍ଟିଭ୍ ସର୍ଭିସ୍ ତୁଲାଉଛି । ଯାହା ହେଉଛି ରୁଷର ଏକ ଶକ୍ତିଶାଳୀ ଓ ଅତ୍ୟାଧୁନିକ ଇଣ୍ଟେଲିଜେନ୍ସ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ସୁରକ୍ଷା ଟିମ୍ । ଏହି ଟିମରେ ପାଖାପାଖି ୫୦ହଜାର ସୈନ୍ୟ ଅଛନ୍ତି । ଯେଉଁମାନେ ପ୍ରତିଟି ମୂହୁର୍ତ୍ତରେ ପୁଟିନଙ୍କୁ ସୁରକ୍ଷା ଦେଇ ଆସୁଛନ୍ତି । ଏହି ସୈନ୍ୟଙ୍କ ନଜରରୁ ବର୍ତ୍ତି ଗୋଟିଏ ଛୁଞ୍ଚି ବି ପୁଟିନଙ୍କ ପାଖରେ ପହଞ୍ଚି ପାରିବନି ।

ପୁଟିନ ଯେଉଁ କଷ୍ଟମାଇଜଡ୍ ଆର୍ମଡ୍ କାରାରେ ଯାତ୍ରା କରନ୍ତି । ତାଙ୍କ ବିଳାସପୂର୍ଣ୍ଣ ଲିମୋସିନ୍ କାରର ସବୁଠାରୁ ବଡ଼ ଖାସିୟତ୍ ହେଉଛି ଏହା ପାଣିରେ ବୁଡ଼େ ନାହିଁ । ପୁଟିନ ଯେଉଁ ଲିମୋସିନ୍ କାରରେ ଯାତ୍ରା କରନ୍ତି, ତାହାର ନାଁ ହେଉଛି Cortege Aurus। ଏହାକୁ ବନାଇବା ପାଇଁ ଇଞ୍ଜିନିୟରଙ୍କୁ ମୋଟ ୬ବର୍ଷ ସମୟ ଲାଗିଥିଲା । Cortege Aurusରେ  6.6 ଲିଟରର V-12 ଇଞ୍ଜିନ ରହିଛି । ଯାହା  860 BHPର ଓ 880 ନିଉଟନ୍ ମିଟରର ପିକ୍ ଟାର୍କ ଜେନେରେଟ୍ କରିଯ଼ାଏ । ଏଥିରେ 9 ସ୍ପିଡ୍ ଅଟୋମେଟିକ୍ ଟ୍ରାନ୍ସମିଶନ ଗିୟରବକ୍ସ ରହିଛି । ଆଉ ତାହାକୁ ପାୱାର୍ ଯୋଗାଇବାକୁ କାରରେ ପୋରସେ ଇଞ୍ଜିନ ଲଗାଯାଇଛି ।

ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ

ଜିନପିଙ୍ଗଙ୍କୁ ସୁରକ୍ଷା ଦେଉଥିବା ଗାର୍ଡଙ୍କ ପାଇଁ ଲାଗୁ ନୀତି ନିୟମ ଜାଣିଲେ । ଆପଣ ବି ତାଜୁବ ହୋଇଯିବେ । ସେମିତି ଦୁନିଆର ସବୁଠାରୁ ସଙ୍କି ନେତା । ଯିଏ ପାୱାର୍ ଲେସ୍ ହୋଇ ବି ସାରା ଦୁନିଆକୁ ପାଣି ପିଆଉଥିଲା । ମାନେ ଆମେ କହୁଛୁ ଉତ୍ତର କୋରିଆର ଏକଛତ୍ରବାଦ ନେତା କିମ୍ ଜୋଙ୍ଗଙ୍କ କଥା । ତାଙ୍କ ସୁରକ୍ଷା ଓ ଗାର୍ଡଙ୍କ ନୀତି ନିୟମ ମଧ୍ୟ ଜାଣିଲେ ଆପଣଙ୍କ  ହୋସ୍ ଉଡ଼ିଯିବ

ସେଣ୍ଟ୍ରାଲ୍ ସିକ୍ୟୁରିଟି ବ୍ୟୁରୋ ଚୀନ ସେନାର ବିଭିନ୍ନ ରେଜିମେଣ୍ଟରୁ ନିଜ ଟିମ୍ ପାଇଁ ଯବାନଙ୍କୁ ଚୟନ କରିଥାଏ । ପରେ ସେମାନଙ୍କୁ ନିଜ ତରିକାରେ କମାଣ୍ଡୋ ଟ୍ରେନିଂ ଦେଇଥାଏ । କୁହାଯାଏ ଯେ, ଏହି ସେଣ୍ଟ୍ରାଲ୍ ସିକ୍ୟୁରିଟି ବ୍ୟୁରୋରେ ପ୍ରାୟ ୮ହଜାର ଯବାନ ଅଛନ୍ତି । ଏହାର ରେଜିମେଣ୍ଟ ୭ଟି ଗ୍ରୁପ୍ ଓ ୩୬ଟି ରେଜିମେଣ୍ଟରେ ବିଭକ୍ତ କରାଯାଇଛି ।

ରାଷ୍ଟ୍ରପତି ଜିନପିଙ୍ଗଙ୍କ ସୁରକ୍ଷା ଭାର ସମ୍ଭାଳୁଥିବା ୟୁନିଟକୁ ସେଣ୍ଟ୍ରାଲ୍ ଗାର୍ଡ ରେଜିମେଣ୍ଟ ବା ୟୁନିଟ୍ 57001 ବୋଲି କୁହାଯାଏ । ଏହି ୟୁନିଟ ଯବାନ କେଉଁଠାରେ ବି ନିଜ ନାଁ ପ୍ରକାଶ କରିବାକୁ ବାରଣ କରାଯାଇଛି । ଏପରି କି ଯଦି ସେମାନେ ନିଜ ପରିବାରକୁ ହେଉ କି ବନ୍ଧୁଙ୍କୁ ଚିଠି ଲେଖୁଛନ୍ତି । ସେଥିରେ ବି ନିଜ ନାଁ ଓ ଠିକଣା ଲେଖିପାରିବେ ନାହିଁ ।

କିମଙ୍କ ବଡ଼ିଗାର୍ଡ୍ସଙ୍କୁ କୁହାଯାଏ ମେନ୍ ଅଫିସ୍ ଅଫ୍ ଏଡଜୁଟେଣ୍ଟସ୍ । ଏମାନେ ସବୁ ସେନାର ଅଧିକାରୀ । ଯେଉଁମାନେ ତାଙ୍କ ଦେଶର ପ୍ରମୁଖ ବ୍ୟକ୍ତି ବିଶେଷଙ୍କୁ ସୁରକ୍ଷା ଦିଅନ୍ତି । କଡ଼ା ସୁରକ୍ଷା ଦୃଷ୍ଟିରୁ ଏମାନେ କିମଙ୍କ ଚାରିପଟୁ  ତୁରନ୍ତ ଘେରାବନ୍ଦୀ କରିଦିଅନ୍ତି । ଏମାନଙ୍କ ଚୟନ କୋରିଆନ୍ ପିପୁଲ୍ସ ଆର୍ମିରୁ କରାଯାଏ । ଆଉ ସମସ୍ତଙ୍କ ଉଚ୍ଚତା କିମ୍ ଜୋଙ୍ଗ ଉନଙ୍କ ବରାବର ଥାଏ।

ପ୍ରଧାନମନ୍ତ୍ରୀ ମୋଦି 

ଏବେ ବାକି ରହିଲେ ଦେଶର ଆଉ ଜଣେ ମହାଶକ୍ତି । ମାନେ ଆମ PM ନରେନ୍ଦ୍ର ମୋଦି । ତାଙ୍କ ସୁରକ୍ଷା ଭାର ରହିଛି SPG ହାତରେ । ନୂଆ ନିୟମ ମୁତାବକ ଏଣିକି SPG କେବଳ ଦେଶର ପ୍ରଧାନମନ୍ତ୍ରୀଙ୍କୁ ହିଁ ସୁରକ୍ଷା ଯୋଗାଇବ । PM ମୋଦିଙ୍କ ସୁରକ୍ଷା ଚକ୍ର ଏତେ ଅଭେଦ ଯେ, ପକ୍ଷୀ ବି ପର ମାରିବା ଅସମ୍ଭବ । ମୋଦି ଦୁନିଆର ସବୁଠାରୁ ଆଧୁନିକ ଓ କଡ଼ା ସୁରକ୍ଷା ଘେରରେ ରହୁଛନ୍ତି । ତାଙ୍କ ସୁରକ୍ଷା ଭାର SPG ଅର୍ଥାତ୍ ସ୍ପେଶାଲ୍ ପ୍ରୋଟେକ୍ସନ ଗ୍ରୁପ୍ ହାତରେ ରହିଛି । SPGର ତେଜ୍ ଓ ଚପଲ୍ କମାଣ୍ଡୋ ସବୁବେଳେ PM ମୋଦିଙ୍କ ସୁରକ୍ଷା କବଚ ସାଜି ରହୁଥିବା ଦେଖିବାକୁ ମିଳେ ।

PM ଆବାସ ବାହାରେ ବି SPG ଘେରବନ୍ଦୀ ବନାଇ ରଖେ। ଆଉ ଆକ୍ରମଣ ହେଲେ, ସେହି ସ୍ଥିତିରେ ତାଙ୍କୁ ସୁରକ୍ଷିତ  ଭାବେ ବାହାର କରିନେବା ଓ ଆକ୍ରମଣକୁ ବିଫଳ କରିବାକୁ ସେମାନେ ସର୍ବଦା ତୟାର ଥାଆନ୍ତି । SPG କମାଣ୍ଡୋ ଗରମ ଦିନେ ସଫାରୀ ସୁଟ୍ ଓ ଶୀତ ଦିନେ ନର୍ମାଲ୍ ସୁଟ୍ ପିନ୍ଧିଥାନ୍ତି। ଆଉ ତାଙ୍କ ପାଖରେ ସିକ୍ରେଟ୍ ୱେପନ୍ ମଧ୍ୟ ଥାଏ।

SPG ର ଗଠନ ୧୯୮୮ ମସିହାରେ ହୋଇଥିଲା । SPG କମାଣ୍ଡୋଙ୍କ ନିକଟରେ ଅତ୍ୟାଧୁନିକ P-90 ଅଟୋମେଟେଡ୍ ଗନ୍ ରହିଛି । ସୁଟ୍ ଭିତରେ SPG ଯବାନ ବୁଲେଟପ୍ରୁଫ୍ ଜ୍ୟାକେଟ୍ ବି ପିନ୍ଧିଥାନ୍ତି । PMଙ୍କ ସୁରକ୍ଷା ଘେରର ୨ୟ ଲେୟରରେ SPGର ସ୍ପେଶାଲ୍ କମାଣ୍ଡୋ ରହିଥାନ୍ତି । ଯେଉଁମାନେ PMଙ୍କ ପ୍ରତିଟି ମୁଭମେଣ୍ଟ ଓ ସନ୍ଦିଗ୍ଧଙ୍କ ଉପରେ ନଜର ରଖନ୍ତି ।

PMଙ୍କ ସହ ଉପସ୍ଥିତ SPG ଯବାନ ହାତରେ ସବୁବେଳେ କଳା ବ୍ରିଫକେସ୍ ଧରି ଚାଲନ୍ତି । ସେହି କଳା ବ୍ରିଫକେସ ପୋର୍ଟେବୁଲ୍ ବୁଲେଟପ୍ରୁଫରେ ସିଲ୍ ହୋଇଥାଏ । ଯାହା ସମ୍ପୂର୍ଣ୍ଣ ଭାବେ ଖୋଲିଯାଏ । ଜରୁରୀକାଳୀନ ସ୍ଥିତିରେ କମାଣ୍ଡୋ PMଙ୍କୁ ଏହା ମାଧ୍ୟମରେ କଭର୍ କରିବାର ସୁବିଧା ରହିଛି ।PMଙ୍କର ଯେଉଁଠିକୁ ବି ଯିବାର କାର୍ଯ୍ୟକ୍ରମ ହୁଏ, SPG ଟିମ୍ ପ୍ରଥମେ ସେଠାକୁ ଯାଇ ପୂରା ଇଲାକାକୁ ଯାଞ୍ଚ କରିଠାଏ । ସିକ୍ୟୁରିଟି କ୍ଲିୟରାନ୍ସ ପରେ ଯାଇ PMଙ୍କ କାର୍ଯ୍ୟକ୍ରମ ସ୍ଥିର ହୋଇଥାଏ ।

PM ମୋଦିଙ୍କ ସୁରକ୍ଷା ପ୍ରସଙ୍ଗରେ ତାଙ୍କ କାର ବି ଗୁରୁତ୍ୱପୂର୍ଣ୍ଣ । ଏହି କାର ସଡ଼କରେ ଯିବାବେଳେ କୌଣସି ଏକ ବନ୍ଦ ଓ ସୁରକ୍ଷିତ ଘରଠାରୁ କମ୍ ନୁହେଁ । ଏଥିରେ ନିଆଁ, ପାଣି, ଗୋଳାବାରୁଦ ଓ ବାରୁଦ ସୁଡ଼ଙ୍ଗ ସହ ଲଢ଼ିବାକୁ ପର୍ଯ୍ୟାପ୍ତ ସୁବିଧା ରହିଛି । ଗ୍ୟାସ୍ ଆଟାକରୁ ମଧ୍ୟ ଏହି କାର୍ ଆରାମରେ ବର୍ତ୍ତିପାରିବ । ଏଥିରେ ସେଲ୍ଫ ସିଲିଂ ଫୁଏଲ୍ ଟ୍ୟାଙ୍କ ରହିଛି । ଯାହା କୌଣସି ପରିସ୍ଥିତିରେ ବି ବିସ୍ଫୋରଣ ହେବନାହିଁ । ବାରୁଦ ସୁଡ଼ଙ୍ଗ ଓ ବୋମାକୁ ପ୍ରତିହତ କରିବାର ଶକ୍ତି ରହିଛି କାର୍ ତଳେ ଲାଗିଥିବା ଆର୍ମର୍ ପ୍ଲେଟ୍ସର । କାରରେ ଏମରଜେନ୍ସି ଏକ୍ଜିଟ୍ ମଧ୍ୟ ରହିଛି ଓ କାରର ସବୁ କାଚ ବୁଲେଟପ୍ରୁଫ୍ ମଧ୍ୟ।

ଆକାଶ ମାର୍ଗରେ ବି PM ମୋଦି ଏକଦମ ସୁରକ୍ଷିତ । ସେ ଏୟାର୍ ଇଣ୍ଡିଆର ସ୍ୱତନ୍ତ୍ର ବିମାନରେ ଯାତ୍ରା କରନ୍ତି । ଏହି ବିମାନରେ ଖାସ୍ ଉପକରଣ ଖଚିତ ରହିଛି, ଯାହା କୌଣସି ପ୍ରକାରର ମିସାଇଲ୍ ଆକ୍ରମଣକୁ ପ୍ରତିହତ କରିବାରେ ସକ୍ଷମ । PMଙ୍କ ବିମାନ ଯେତେବେଳେ ଉଡ଼ାଣ ଭରେ । ସେହି ସମୟରେ କିଛି ମିନିଟ୍ ପାଇଁ ସାରା ଇଲାକାକୁ ନୋ ଫ୍ଲାଇଂ ଜୋନ୍ ବନାଇ ଦିଆଯାଏ । PMଙ୍କ ବିମାନରେ ମଧ୍ୟ ତାଙ୍କର SPG ଗାର୍ଡ ରହିଥାନ୍ତି।

PMଙ୍କ ବିମାନ ଏୟାର୍ ଇଣ୍ଡିଆ ୱାନରେ ରାଡାର ବର୍ଣ୍ଣିଂ ସିଷ୍ଟମ୍ ଓ ମିସାଇଲ୍ ଆପ୍ରୋଚ୍ ବର୍ଣ୍ଣିଂ ଉପକରଣ ଲାଗିଛି । ଖୁବଶୀଘ୍ର ଏୟାର ଇଣ୍ଡିଆରେ ୨ଟି ବୋଇଂ 777 ବିମାନ ସାମିଲ ହେବାକୁ ଯାଉଛି । ସେହି ବିମାନର ଖାସିୟତ୍ ଆମେରିକା ରାଷ୍ଟ୍ରପତିଙ୍କ ଏୟାରଫୋର୍ସ ୱାନ୍ ଭଳି ହେବ । କୁହାଯାଉଛି ଯେ, ଜୁଲାଇ ୨୦୨୦ ସୁଦ୍ଧା ଦୁଇଟିଯାକ ବୋଇଂ 777 ଭାରତ ଆସିଯିବ ।