• ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ପାଳିତ
  • ସପ୍ତାହେରୁ ଅଧିକ ସମୟ ଧରି ଜଳୁଛି ଶିମିଳିପାଳ
  • ଗ୍ରୀଷ୍ମ ନଆସୁଣୁ ଦେଶର ୨୦୦ରୁ ଅଧିକ ଜଙ୍ଗଲରେ ନିଆଁ
  • ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ: ୨୨ ବର୍ଷ ତଳର ପାପ ଦେଖାଇଲା ବିବନ
  • ରାଜ୍ୟରେ ଖୋଲିଲା ୩ ହଜାର ମୋ ସେବା କେନ୍ଦ୍ର
  • କେନ୍ଦୁଝର: ପୋଖରୀରେ ବୁଡ଼ି ୨ ଭାଇ ମୃତ
  • ଶ୍ରୀମନ୍ଦିର ବିକାଶ ପାଇଁ ଗଜପତିଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି
  • ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ଇାରେ ଆରମ୍ଭ ହେଲା MSME ବାଣିଜ୍ୟ ମେଳା
  • ଆସାମ ବିଧାନସଭା ନିର୍ବାଚନରେ ବିଜେପିର ସ୍ଳୋଗାନ ରହିଛି ୧୦୦ ପ୍ଲସ
  • ପଶ୍ଟିମବଙ୍ଗରେ ପ୍ରାର୍ଥୀ ତାଲିକା ଘୋଷଣା କଲା TMC, ସ୍ଥାନ ବଦଳାଇଲେ ଦିଦି

ଜାଣନ୍ତୁ କେଉଁ ବଲିଉଡ ଅଭିନେତା ସରୋଗେସୀ ଜରିଆରେ 'ଗୁଡ ନ୍ୟୁଜ' ଦେଇଛନ୍ତି

ବଲିଉଡର ଅନେକ କଳାକାର ଅଛନ୍ତି ଯେଉଁମାନେ IVF ପଦ୍ଧତିରେ ସନ୍ତାନ ଲାଭ କରିବାର ସୁଖ ପାଇଛନ୍ତି

ଜାଣନ୍ତୁ କେଉଁ ବଲିଉଡ ଅଭିନେତା ସରୋଗେସୀ ଜରିଆରେ 'ଗୁଡ ନ୍ୟୁଜ'  ଦେଇଛନ୍ତି
ସୌଜନ୍ୟ: ସୋସିଆଲ ମିଡିଆ

ପ୍ରଜ୍ଞା ପାରମିତା ପତ୍ରୀ, ଭୁବନେଶ୍ୱର: ଚଳିତ ବର୍ଷର ଶେଷ ଫିଲ୍ମରେ ଅକ୍ଷୟ କୁମାର ସମସ୍ତ ଦର୍ଶକଙ୍କୁ ଦେବେ 'ଗୁଡ ନ୍ୟୁଜ' । ଅକ୍ଷୟଙ୍କ ଅଭିନୀତ ଫିଲ୍ମଟି ଇନଭିଟ୍ରୋ ଫର୍ଟିଲାଇଜେସନ ବା ଟେଷ୍ଟଟ୍ୟୁବ ବେବି ମାଧ୍ୟମରେ ହେଉଥିବା ଗର୍ଭଧାରଣ ଉପରେ ଆଧାରିତ ହୋଇଛି । ତେବେ ବଲିଉଡର ଅନେକ କଳାକାର ଅଛନ୍ତି ଯେଉଁମାନେ IVF ପଦ୍ଧତିରେ 'ଗୁଡ ନ୍ୟୁଜ' ଦେଇଛନ୍ତି । 

ଆମିର ଖାନ :

୨୦୧୧ ମସିହା ଡିସେମ୍ୱର ମାସରେ ଅମିରଙ୍କ ଘରେ ଜନ୍ମ ନେଇଥିଲା ଆଜାଦ ରାଓ । ଆମିର ଓ କିରନ ରାଓଙ୍କ ସନ୍ତାନ ଆଜାଦ ରାଓ ସରୋଗେସୀ ଜରିଆରେ ଜନ୍ମ ହୋଇଥିଲେ । ଏହି କଥା କିରଣ ରାଓ ଏକ ଇଣ୍ଟରଭ୍ୟୁ ମାଧ୍ୟମରେ କହିଥିଲେ ଏବଂ ତା ସହିତ ଏହା ମଧ୍ୟ କହିଥିଲେ ଯେ ଏଥିରେ ଲୁଚାଇବାର କିଛି ଆବଶ୍ୟକତା ନାହିଁ ।

ଶାହାରୁଖ ଖାନ :

ନିଜର ତୃତୀୟ ସନ୍ତାନ ଜନ୍ମ କରିବା ପାଇଁ ଶାହାରୁଖ ଓ ଗୌରୀ ଖାନ ସରୋଗେସୀ ଜରିଆର ସାହାଯ୍ୟ ନେଇଥିଲେ । ମଇ ମାସ ୨୦୧୩ରେ ଶାହାରୁଖଙ୍କ ତୃତୀୟ ସନ୍ତାନ ଅବରାମ ଖାନ ଜନ୍ମ ହୋଇଥିଲେ । 

କୋରନ ଜୋହର :

ବର୍ତ୍ତମାନ ଯାଏ ବିବାହ କରି ନ ଥିବା କରୋନ ଜୋହର ସରୋଗେସୀ ଜରିଆରେ ରୁହି ଓ ୟସର ସିଙ୍ଗଲ ବାପା । କରନ ଜୋହର ଏ କଥା ସୋସିଆଲ ମିଡିଆ ମାଧ୍ୟମରେ ଜଣାଇଥିଲେ । ମାତ୍ର ଏହି ବିଷୟରେ ଅଧିକ କିଛି କହି ନ ଥିଲେ କରନ ।

ତୁଷାର କପୁର :

ତୁଷାର କପୁର ମଧ୍ୟ ସମସ୍ତ ଆଗରେ ଖୁଲମଖୁଲା ସ୍ୱୀକାର କରିଛନ୍ତି ନିଜର ସିଙ୍ଗଲ ପ୍ୟାରେଣ୍ଟସ ବିଷୟରେ । ତୁଷାର ମଧ୍ୟ କରନଙ୍କ ପୂର୍ବରୁ ସୋରଗେସୀ ଜରିଆରେ ପୁଅର ବାପା ହୋଇଛନ୍ତି । ତାଙ୍କ ପୁଅର ନାମ ଲକ୍ଷ୍ୟ ।

ସୋରଗେସୀ କଣ ?

ସୋରଗେସୀ ଏକ ଅତ୍ୟାଧୁନିକ ପଦ୍ଧତି । ଯାହା ଦ୍ୱାରା ଦମ୍ପତ୍ତି ଅନ୍ୟ ଏକ ମହିଳାଙ୍କ ସହାୟତାରେ ସନ୍ତାନ ଲାଭ କରିଥାଆନ୍ତି । ମହିଳା ବା ସୋରଗେସୀ ମୋଦରର ଇଚ୍ଛା ମୁତାବକ ସନ୍ତାନକୁ ଗର୍ଭରେ ଧାରଣ କରି ସନ୍ତାନ ଜନ୍ମ ଦେବା ପରେ ଦମ୍ପତ୍ତିକୁ ଦେଇଥାଆନ୍ତି ।