Trending Photos
ରୁକ୍ମଣୀ ଯାଦବ, ଭୁବନେଶ୍ୱର: ନଭେମ୍ବର ପହିଲାରେ ବଚ୍ଚନ ବୋହୂ ଐଶ୍ୱର୍ଯ୍ୟାଙ୍କ ଜନ୍ମଦିନ । ଏଥର ସ୍ୱାମୀ ଏବଂ ଝିଅଙ୍କ ସହ ଜନ୍ମଦିନ ପାଳିବେ ଐଶ୍ୱର୍ଯ୍ୟା । ଏଥର ଐଶ୍ୱର୍ଯ୍ୟା ରାୟ ୪୬ ବର୍ଷ ବୟସରେ ପଦାର୍ପଣ କରିବେ । ନୀଳନୟନା ଐଶ୍ୱର୍ଯ୍ୟା ପ୍ରତିବର୍ଷ ତାଙ୍କ ଜନ୍ମଦିନରେ କିଛି ନା କିଛି ସ୍ୱତନ୍ତ୍ର କରିଥାନ୍ତି । ଶୁଣିବାକୁ ମିଳିଛି ଯେ ସେ ସ୍ୱାମୀ ଅଭିଷେକ ବଚ୍ଚନଙ୍କ ସହ ମିଶି ଏଥର ଇଟାଲୀର ଖୁବ୍ ସୁନ୍ଦର ସହର ରୋମରେ ନିଜର ଜନ୍ମଦିନ ସେଲିବ୍ରେଟ୍ କରିବେ ।
ରବିବାର ଦିନ ବିଗ୍ ବି ଅମିତାଭ ବଚ୍ଚନ ତାଙ୍କ ଜଲ୍ସା ବାସଭବନରେ ଏକ ଗ୍ରାଣ୍ଡ୍ ଦିପାବଳୀ ପାର୍ଟିର ଆୟୋଜନ କରିଥିଲେ। ଏହି ଗ୍ରାଣ୍ଡ୍ ପାର୍ଟି ମନାଇବା ପରେ ଅଭି-ଐଶ୍ ଝିଅ ଆରାଧ୍ୟାକୁ ନେଇ ରୋମାନ ବାହାରି ଯିବେ ବୋଲି ପୂର୍ବରୁ ସୂଚନା ରହିଥିଲା। ସୂଚନା ଅନୁସାରେ ଦୀର୍ଘ ବର୍ଷ ଧରି ବଲିଉଡ୍କୁ ବହୁ ଲୋକପ୍ରିୟ ଚଳଚ୍ଚିତ୍ର ଦେଇଥିବା ଐଶ୍ୱର୍ଯ୍ୟା ଆଗକୁ ମଣିରତ୍ନମଙ୍କ ଫିଲ୍ମ 'ପନିୟିନ୍ ସେଲ୍ଭମ୍'ରେ ନଜର ଆସିବେ ଏବଂ ଖୁବ୍ ଶୀଘ୍ର ଆରମ୍ଭ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି ସୂଚନା ରହିଛି। ଶୁଣିବାକୁ ମିଳିଛି ଏହି ଫିଲ୍ମରେ ଐଶ୍ ଦୁଇଟି ଭୂମିକାରେ ନଜର ଆସିବେ।