close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଜାଣିଲେ ଆଶ୍ଚର୍ଯ୍ୟ ହେବେ 'ବାଲା' ଫିଲ୍ମର ପ୍ରଥମ ଦିନର ବକ୍ସ ଅଫିସ କଲେକ୍ସନ

ଜାଣନ୍ତୁ 'ବାଲା'ର ପ୍ରଥମ ଦିନର ବକ୍ସ ଅଫିସ କଲେକ୍ସନ କେତେ

ଜାଣିଲେ ଆଶ୍ଚର୍ଯ୍ୟ ହେବେ 'ବାଲା' ଫିଲ୍ମର ପ୍ରଥମ ଦିନର ବକ୍ସ ଅଫିସ କଲେକ୍ସନ
ସୌଜନ୍ୟ: ସୋସିଆଲ ମିଡିଆ

ପ୍ରଜ୍ଞା ପାରମିତା ପତ୍ରୀ, ଭୁବନେଶ୍ୱର: ପରିଶେଷରେ ଶୁକ୍ରବାର ରିଲିଜ ହୋଇଛି କଣ୍ଟ୍ରଭର୍ସିରେ ଫସିଥିବା ଫିଲ୍ମ 'ବାଲା' । ଫିଲ୍ମଟି ବ୍ୟାନ କରିବା ପାଇଁ ଉଜଡ଼ା ଚମନର ନିର୍ମାତା ହାଇକୋର୍ଟରେ ଯାଇଥିଲେ । ଉଜଡ଼ା ଚମନ ଓ ବାଲା ଫିଲ୍ମର ଷ୍ଟୋରୀଲାଇନ ଏକା ପ୍ରକାର ଥିବାରୁ ବାଲା କୁ ବ୍ୟାନ କରିବହା ପାଇଁ ଅଭିଯୋଗ ଆଣିଥିଲେ ଉଜଡ଼ା ଚମନର ନିର୍ମାତା । ଗତକାଲି ଫିଲ୍ମ ଫ୍ରାଇଡେ ରେ ରିଲିଜ ହୋଇଥିବା ଫିଲ୍ମ ବକ୍ସ ଅଫିସରେ ଧାମାଲ କରିଛି ।

ଆୟୁଷ୍ମାନ ଖୁରାନାଙ୍କ ନିର୍ମିତ ଫିଲ୍ମ ମଧ୍ୟରୁ ବାଲା ରିଲିଜର ପ୍ରଥମ ଦିନରେ ଅଧିକ ବକ୍ସ ଅଫିସ କଲେକ୍ସନ କରିଛି । ଆଉ ଏଥିପାଇଁ ନିଜର ଫ୍ୟାନମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଆୟୁଷ୍ମାନ ଖୁରାନା । ତେବେ ପ୍ରଥମ ଦିନରେ ଫିଲ୍ମଟି ୯.୭୫ କୋଟି ଟଙ୍କା ଆୟ କରିଛି  । 

ଫିଲ୍ମଟି ଜଣେ ସାଧାରଣ ଲୋକର ଜୀବନ ବିନା କେଶରେ ବା ଚନ୍ଦାପଣ ପାଇଁ କିପରି ହୋଇଥାଏ ତାହାକୁ ଆଧାର କରି ନିର୍ମିତ ହୋଇଛି । ୨୫ ବର୍ଷିୟ ଯବାନ ଆୟୁଷ୍ମାନ ନିଜର ଚନ୍ଦାପଣ ପାଇଁ କିପରି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ତାହାକୁ ଫିଲ୍ମ ମାଧ୍ୟମରେ ଦର୍ଶାହୋଇଛି । ଏତଦ ବ୍ୟତୀତ ଫିଲ୍ମଟି ଦର୍ଶକଙ୍କୁ ଭଲ ମେସେଜ ମଧ୍ୟ ଦେଇଛି । ଆୟୁଷ୍ମାନଙ୍କ ସମେତ ୟାମି ଗୌତମୀ ଓ ଭୂମି ପେଡେନକର ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । କମ ବଜେଟରେ ନିର୍ମିତ ଫିଲ୍ମ ଷ୍ଟୋରୀଲାଇନ ସହିତ ଜବରଦସ୍ତ ଆକ୍ଟିଂ ପାଇଁ ଦର୍ଶକଙ୍କ ମନ ଜିଣି ପାରିଛି ।