close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଗୀତା ଅନୁସାରେ ଏହି ସମୟରେ ମୃତ୍ୟୁ ହେଲେ ହୁଏ ପୁନର୍ଜନ୍ମ

ଜାଣନ୍ତୁ କେଉଁ ସମୟରେ ମୃତ୍ୟୁ ହେଲେ ହୁଏ ପୁନର୍ଜନ୍ମ

ଗୀତା ଅନୁସାରେ ଏହି ସମୟରେ ମୃତ୍ୟୁ ହେଲେ ହୁଏ ପୁନର୍ଜନ୍ମ

ପ୍ରଜ୍ଞା ପାରମିତା ପତ୍ରୀ, ଭୁବନେଶ୍ୱର: ହିନ୍ଦୁ ଧର୍ମର ମୁଖ୍ୟ ଧର୍ମଗ୍ରନ୍ଥ 'ଗୀତା' । ଗୀତାରେ କୁହାଯାଇଥିବା କଥା ଆମ ଜୀବନକୁ ଉଚିତ ମାର୍ଗ ଦେଖାଇଥାଏ  । ଆଉ କେଉଁ ଜିନିଷ ଠିକ୍ କେଉଁ ଜିନିଷ ଭୁଲ ତାହାର ବିଚାର ମଣିଷ କରି ନ ପାରିଲେ ଉତ୍ତର ଜାଣିବା ପାଇଁ ଗୀତାର ଶରଣ ନେଇଥାଏ ମନୁ୍ଷ୍ୟ । ଗୀତାରେ ଜୀବନ ମୃତ୍ୟୁ ବିଷୟରେ ଅନେକ କଥା କୁହାଯାଇଛି । 

ଏହି ଧାର୍ମିକ ଗ୍ରନ୍ଥ 'ଗୀତା' ଅନୁସାରେ ଯେଉଁ ବ୍ୟକ୍ତିର ମୃତ୍ୟୁ ଶୁକ୍ଳ ପକ୍ଷରେ ହୋଇଥାଏ ସେମାନେ ପୁନର୍ଜନ୍ମ ପାଆନ୍ତି  । କିନ୍ତୁ ଯେଉଁ ଲୋକର ମୃତ୍ୟୁ କୃଷ୍ଣପକ୍ଷରେ ହୋଇଥାଏ ସେମାନଙ୍କ ପୁନର୍ଜନ୍ମ ହୋଇ ନ ଥାଏ । ଆଉ ଏହି ସତ୍ୟକୁ ଶୀକୃଷ୍ଣ ଅନେକ ଶ୍ଳୋକ ମାଧ୍ୟମରେ ଅର୍ଜୁନଙ୍କୁ ବୁଝାଇଥିଲେ । ଆଉ ତାହା ପରେ ଗୀତାରେ ଲିପିବଦ୍ଧ ହୋଇଛି । ଗୀତା ଅନୁସାରେ ମନୁଷ୍ୟର କର୍ମ ହିଁ ଭଗବାନ ହୋଇଥାଏ । ଆଉ ଏହି କଲା କର୍ମ ହିଁ ନିର୍ଣ୍ଣୟ କରେ କି ମଣିଷ ଜୀବନରେ ପାପ କରିଛି ନା ପୂର୍ଣ୍ଣ୍ୟ । ଆଉ ପାପ ପୂର୍ଣ୍ଣ୍ୟର ମାପଦଣ୍ଡରେ ହିଁ ମଣିଷର ପୁନର୍ଜନ୍ମ ଜଡ଼ିତ ।

କାରଣ ଭଲ କାମ କରିଥିବା ଆତ୍ମାକୁ ଭଗବାନ ସର୍ବଦା ଦ୍ୱିତୀୟ ଥର ଫେରାଇ ଆଣିଥାଆନ୍ତି ସଂସାରର ମଙ୍ଗଳ ପାଇଁ । ଆଉ ମୃତ୍ୟର ସମୟରୁ ଗୀତା ଅନୁସାରେ ଲୋକେ ଅନୁମାନ କରନ୍ତି ଜୀବଟିଏ ପୁନର୍ଜନ୍ମ ପାଇବ କି ନାହିଁ ?

ଶୁକ୍ଳପକ୍ଷ ଓ କୃଷ୍ଣପକ୍ଷ କଣ ?

ହିନ୍ଦୁଧର୍ମ ଅନୁସାରେ ଗୋଟିଏ ମାସକୁ ଦୁଇ ଭାଗରେ ବିଭକ୍ତ କରାଯାଇଥାଏ । ମାସର ୩୦ ଦିନରୁ ଚନ୍ଦ୍ରମା ବଢିବା ଅର୍ଥାତ ଚନ୍ଦ୍ରର ଆକୃତି ବଢ଼ି ପୂର୍ଣ୍ଣମୀକ ହେଲେ ଶୁକ୍ଳପକ୍ଷ କୁହାଯାଏ । ଏବଂ ଚନ୍ଦ୍ରର ଆକୃତି କମି ଅମବାସ୍ୟା ହେଲେ କୃଷ୍ଣପକ୍ଷ କୁହାଯାଏ ।