ଶୀତଦିନେ ଥଣ୍ଡା ଓ କାଶରୁ ବଞ୍ଚିବା ପାଇଁ ଆପଣାନ୍ତୁ ଏହି ଘୋରଇ ଉପାୟ
ଘୋରଇ ଉପାୟରେ ଥଣ୍ଡା ଓ କାଶରୁ ପାଆନ୍ତୁ ମୁକ୍ତି
Trending Photos

ଭୁବନେଶ୍ୱର: ଶୀତ ଦିନେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକଙ୍କୁ ରହିଥାଏ ଥଣ୍ଡା ଓ କାଶର ଭୟ । ତେବେ ଆପଣ ଚାହିଁଲେ ଘରେ ବସି ଘରୋଇ ଉପାୟରେ କରିପାରିବେ ଏହି ସମସ୍ୟାର ସମାଧାନ । ଘୋରଇ ଉପାୟ ଦ୍ୱାରା ଆପଣ ଆପଣଙ୍କ ଥଣ୍ଡା ଜନିତ ସମସ୍ୟା ମଧ୍ୟ ଦୂର କରିପାରିବେ ।
୧- ଶୀତଦିନେ ଅଳ୍ପ ଅଦାରସ ଓ ଏକ ଚାମଚ୍ ମହୁ ଉଷୁମ୍ ପାଣିରେ ୩-୪ ଥର ପାଣି ପିଅନ୍ତୁ । ଏହି ପାଣି ପିଇବା ଦ୍ୱାରା ଥଣ୍ଡାରୁ ଆରାମ ମିଳିଥାଏ ଓ ଶୀଘ୍ର ଥଣ୍ଡା ମଧ୍ୟ କମିଯାଇଥାଏ ।
୨- ପୋଦିନା ପତ୍ର, ମହୁ, ଲେମ୍ବୁରସକୁ ନାଲି ଚାରେ ମିଶାଇ ଦିନକୁ ୪-୫ ଥର ପିଇବା ଦ୍ୱାରା ମଧ୍ୟ ଥଣ୍ଡା ଓ ସର୍ଦ୍ଦି ଜନିତ ସମସ୍ୟାରୁ ମୁକ୍ତ ମିଳିଥାଏ ।
୩- ଉଷୁମ ପାଣିରେ ଲେମ୍ବୁରସ ଓ ମହୁ ମିଶାଇ ପିଅନ୍ତୁ, ଏହା ଥଣ୍ଡା ଦାଉରୁ ରକ୍ଷା ଦେବ ।
୪- ଶୁଖିଲା ଭୃଷୁଙ୍ଗା ପତ୍ର, ଲବଙ୍ଗ ଓ ଡାଲଚିନିକୁ ଏକାଠି ମିଶାଇ ଫୁଟାଇ ଛାଣି କିଛି ସମୟ ଛାଡି ଅଳ୍ପ ଉଷୁମ କରି ପିଅନ୍ତୁ ।
୫- ତୁଳସୀ ଚା ଥଣ୍ଡା ପାଇଁ ଅତ୍ୟନ୍ତ ଉପକାରୀ । ନାଲି ଚା ରେ ତୁଳସୀ ପତ୍ର ପକାଇ ଅଳ୍ପ ଗରମ ଅବସ୍ଥାରେ ପିଇବା ଦ୍ୱାରା ଥଣ୍ଡାରୁ ରକ୍ଷା ମିଳେ ।
୬- ଅଧିକ ସର୍ଦ୍ଦି ହେଲେ ବେଳେବେଳେ ନାକ ମଧ୍ୟ ବନ୍ଦ ହୋଇଯାଏ । ଏହି ଅବସ୍ଥାରେ ପାଣିରେ ଲୁଣ ମିଶାଇ ଦୁଇ ତିନି ବୁନ୍ଦା ନାକଫୋଡାରେ ପକାନ୍ତୁ ଏବଂ ଏଥିପାଇଁ ନାଜାଲ୍ ସ୍ପ୍ରେ ବୋତଲ ବ୍ୟବହାର କରନ୍ତୁ ।
୭- କ୍ଷୀରରେ ମହୁ, ଡାଲଚିନି ଗୁଣ୍ଡ ଓ ଅଦା ମିଶାଇ ପିଅନ୍ତୁ ।
ଏହି ଘୋରଇ ଉପାୟ ଦ୍ୱାରା ଆପଣ ସର୍ଦ୍ଦି ଓ କାଶରୁ ମୁକ୍ତି ପାଇ ପାରିବେ ।
More Stories
Comments - Join the Discussion