ଋତୁପର୍ଣ୍ଣା ଧଳସାମନ୍ତ, ଭୁବନେଶ୍ୱର: ଆମେ ସମସ୍ତେ ସୁସ୍ଥ ନିରାମୟ ଜୀବନଯାପନ କରିବାକୁ ବିଭିନ୍ନ ଉପାୟ କରିଥାଉ । ଆଜିକାଲି ସାମାନ୍ୟ ରୋଗ ହେଲେ ଆମେ ମାନେ ସଙ୍ଗେସଙ୍ଗେ ବଜାରରେ ଉପଲବ୍ଧ ବିଭିନ୍ନ ଔଷଧ ବ୍ୟବହାର କରୁଛି । କିନ୍ତୁ ପ୍ରତିଦିନ ଆମେ ବ୍ୟବହାର କରୁଥିବା ରୋଷେଇ ଘରେ ଏମିତି କିଛି ସାମଗ୍ରୀ ରହିଛି ଯାହାକୁ ବ୍ୟବହାର କରି ବିଭିନ୍ନ ରୋଗ ଦୂର କରି ହେବ । ସେଥି ମଧ୍ୟରୁ ଅଦା ହେଉଛି ଏକ ମହୌଷଧୀ ଭଳି । ତେବେ ଅଦା ବ୍ୟବହାର କରିବା ଦ୍ୱାରା କ'ଣ ସବୁ ଲାଭ ମିଳେ ଆସନ୍ତୁ ଜାଣିବା ।
-ଅନେକ ଲୋକଙ୍କର ଗଳା ବନ୍ଦ ଓ ବ୍ୟଥା ହେବା ଭଳି ସମସ୍ୟା ଦେଖାଯାଏ । ଏଥି ପାଇଁ ଅଦା ହେଉଛି ରାମ ବାଣ ସଦୃଶ । ସକାଳୁ ଖାଲି ପେଟରେ ଅଦା ରସ ସେବନ କଲେ ଗଳା ଦରଜ ଭଳି ସମସ୍ୟା ଦୂର ହୋଇଥାଏ ।
-ସେହିଭଳି ପେଟ ସମସ୍ୟା, ଆଣ୍ଠୁଗଣ୍ଠି ଦରଜ ହେବା ଭଳି ଅନେକ ସମସ୍ୟାକୁ ମଧ୍ୟ ଅଦା ଉପଶମ କରିଥାଏ ।
-ଅଦା ରସ ସେବନ କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ିଥାଏ ।
-ଶରୀରରେ ଗ୍ଲୁକୋଜ ନିୟନ୍ତ୍ରଣ ରଖିବାରେ ମଧ୍ୟ ଅଦା ରସ ସହାୟକ ହୋଇଥାଏ ।
-ଅଦା ରସ ଶରୀରରେ ରକ୍ତ ଶର୍କରା ସ୍ତର ବୃଦ୍ଧି ହେବାକୁ ଦିଏ ନାହିଁ । ତେଣୁ ଏହା ମଧୁମେହ ରୋଗୀଙ୍କ ପାଇଁ ଏହା ମହୌଷଧୀ ଭଳି ।
-ଅଦା ରସ ଥକ୍କାପଣ ଦୂର କରିବାରେ ମଧ୍ୟ ସହାୟକ ହୁଏ ।
ତେଣୁ ପ୍ରତିଦିନ ନିଜ ଖାଦ୍ୟରେ ଅଦାକୁ ସାମିଲ କରିବା ସହ ସକାଳୁ ଖାଲି ପେଟରେ ଅଦା ରସ ସେବନ କରିବା ଅଭ୍ୟାସ କରନ୍ତୁ । ସୁସ୍ଥ ଓ ନିରୋଗ ଜୀବନଯାପନ କରନ୍ତୁ ।