ବେସନ ରୁଟି ଖାଆନ୍ତୁ ଆଉ ବିଭିନ୍ନ ପ୍ରକାର ରୋଗରୁ ଦୂରେଇ ରୁହନ୍ତୁ

ବେସନ ରୁଟିର ଉପକାରିତା ବିଷୟରେ ଜାଣିଛନ୍ତି କି ?

ବେସନ ରୁଟି ଖାଆନ୍ତୁ ଆଉ ବିଭିନ୍ନ ପ୍ରକାର ରୋଗରୁ ଦୂରେଇ ରୁହନ୍ତୁ
file photo

ରୁକ୍ମଣୀ ବେହେରା, ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ଲୋକ ମଧୁମେହ ବା ଡାଇବେଟିସ ଓ ବ୍ଲଡପ୍ରେସରକୁ ନେଇ ବେଶ ଚିନ୍ତିତ । ଏଥିରୁ ରକ୍ଷା ପାଇବା ପାଇଁ ବେସନରେ ପ୍ରସ୍ତୁତ ରୁଟି ଖାଇବା ଶରୀର ପାଇଁ ବେଶ ଫାଇଦା ଦେଇଥାଏ । ଏଥିରେ ଥିବା ପ୍ରୋଟିନ ମାଂସପେଶୀକୁ ଶକ୍ତ କରିବାରେ ସହାୟକ ହୋଇଥାଏ । ଏହା ସହିତ ଗ୍ଲୁକୋଜ ସ୍ତର ମଧ୍ୟ ସାମାନ୍ୟ ହେବାରେ ସାହାଯ୍ୟ କରିଥାଏ ରୁଟି । ଏହାଛଡା ବେସନ ରୁଟିର ଅନେକ ଫାଇଦା ମଧ୍ୟ ରହିଛି । ଆସନ୍ତୁ ଜାଣିବା ବେସନ ରୁଟିର ଉପକାରିତା ବିଷୟରେ...

1. ବେସନର ଗ୍ଲାଇସେମିକ ପରିମାଣ କମ୍‌ ରହିଥାଏ । ଯାହା ରକ୍ତରେ ଶର୍କରା ପରିମାଣ କମ୍‌ କରିବାରେ ସହାୟକ ହୋଇଥାଏ । ଯାହା ଫଳରେ ଡାଇବେଟିସ ପରି ରୋଗରେ ବେସନ ରୁଟି ଖୁବ ଲାଭଦାୟକ ହୋଇଥାଏ ।

2. ଯଦି ଆପଣଙ୍କ ମାଂସପେଶୀରେ ସବୁବେଳେ ଯନ୍ତ୍ରଣା ହେଉଥାଏ ତେବେ ଆପଣ ପ୍ରତିଦିନ ବେସନ ରୁଟି ଖାଆନ୍ତୁ । ବେସନରେ ସେଲେନିୟମ, ପୋଟାସିୟମ, ଭିଟାମିନ ଏ ଏବଂ ଭିଟାମିନ ବି ପୋଷକ ତତ୍ତ୍ୱ ରହିଛି । ଯାହା ମାଂସପେଶୀକୁ ମଜବୁତ କରିଥାଏ ।

3. ବେସନରେ ଥିବା କ୍ୟାଲସିୟମ, ମ୍ୟାଗନେସିୟମ ଏବଂ ଖଣିଜ ପଦାର୍ଥ ଆପଣଙ୍କ ହାଡକୁ ମଜବୁତ କରେ । ଅଷ୍ଟିୟୋପାରାସିସି ଭଳି ରୋଗ ମଧ୍ୟ ଦୂର କରିଥାଏ ବେସନ ରୁଟି ।

4. ଯେଉଁ ଲୋକମାନେ ସର୍ବଦା ଥକ୍କାପଣ ଏବଂ ଦୁର୍ବଳ ଅନୁଭବ କରନ୍ତି, ସେମାନେ ପ୍ରତିଦିନ ବେସନରେ ନିର୍ମିତ ରୁଟି ଖାଇବା ଉଚିତ । ଏଥିରେ ଥିବା ପ୍ରୋଟିନ ଶରୀରକୁ ଶକ୍ତି ଯୋଗାଇଥାଏ ।

5.ମସ୍ତିଷ୍କର କାର୍ଯ୍ୟକ୍ଷମତା ବଢାଇବା ପାଇଁ ବେସନ ରୁଟି ବେଶ ଲାଭଦାୟକ ।

6. ବେସନରେ ଆମିନୋ ଏସିଡ, ସେରୋଟୋନିନ ଏବଂ ଟ୍ରିପଟୋଫେନ ଭଳି ତତ୍ତ୍ୱ ରହିଥାଏ । ଯାହା ମସ୍ତିଷ୍କକୁ ଶାନ୍ତ କରିବାରେ ସହାୟକ ହୋଇଥାଏ । ଏହାଦ୍ୱାରା ନିଦ୍ରାହୀନତା ମଧ୍ୟ ଦୂର ହୋଇଥାଏ ।

7. ମହିଳାମାନଙ୍କୁ ୩୦ ବର୍ଷ ପରେ କ୍ୟାଲସିୟମର ଅଭାବ ଦେଖାଦିଏ । ବେସନ ରୁଟି ଶରୀରରେ କ୍ୟାଲସିୟମର ଅଭାବକୁ ପୂରଣ କରିଥାଏ ।

8.ଯେଉଁ ମହିଳାମାନଙ୍କର ମାସିକ ଋତୁକୁ ନେଇ ସମସ୍ୟା ରହିଛି, ସେମାନେ ପ୍ରତିଦିନ ବେସନ ରୁଟି ଖାଇବା ଉଚିତ । ଏହା ଶରୀରରେ ଲୌହ ତତ୍ତ୍ୱର ଅଭାବକୁ ପୂରଣ କରିଥାଏ ।

9. ବେସନରେ ଫାଇଟୋକେମିଲ ରହିଥାଏ ଯାହା କ୍ୟାନସର କୋଷିକାଗୁଡିକୁ ବିକାଶ କରିବାକୁ ଦିଏ ନାହିଁ ।

10. ମସ୍ତିଷ୍କର କାର୍ଯ୍ୟକ୍ଷମତା ବଢାଇବା ପାଇଁ ମଧ୍ୟ ବେସନ ରୁଟି ବେଶ ଲାଭକାରୀ