କାର୍ତ୍ତିକ ମାସର ଶୁକ୍ଳ ପକ୍ଷର ଚତୁର୍ଥୀ ତିଥିରୁ ଦେବୀ ଛଠ୍ ମାତାଙ୍କ ପୂଜାର୍ଚ୍ଚନା ଆରମ୍ଭ ହୁଏ
Trending Photos
ଅମିତ ମହାନ୍ତି, ଭୁବନେଶ୍ୱର: କାର୍ତ୍ତିକ ମାସର ଶୁକ୍ଳ ପକ୍ଷର ଚତୁର୍ଥୀ ତିଥିରୁ ଦେବୀ ଛଠ୍ ମାତାଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଥାଏ । ଏହା ପରେ ସପ୍ତମୀ ତିଥି ସକାଳ ଯାଏ ଚାଲିଥାଏ ପୂଜା । ଶୁକ୍ଲ ପକ୍ଷର ଚତୁର୍ଥୀ ତିଥିରେ ଗାଧୋଇବା-ଖାଇବା ନୀତି ପାଳନ ହୋଇଥାଏ । ଏଥିରେ ବ୍ରତଧାରୀଙ୍କ ମନ ଓ ତନ ଶୁଦ୍ଧ ରହିବା ଦରକାର । ଏହି ଦିନରେ ବ୍ରତଧାରୀ ସାଧା ଭୋଜନ ଗ୍ରହଣ କରିଥାନ୍ତି । ଶୁକ୍ଳ ପକ୍ଷ ପଞ୍ଚମୀ ତିଥିକୁ ଖରନା ନୀତି ପାଳନ କରାଯାଏ । ବ୍ରତଧାରୀ ଦିନସାରା ଉପବାସ ପାଳନ କରିବା ପରେ ସଂଧ୍ୟାରେ ଗୁଡରେ ନିର୍ମିତ ଖିରି ପ୍ରଥମ ଛଠ୍ ମାତାଙ୍କୁ ଅର୍ପଣ କରାଯାଇ ପରେ ପ୍ରସାଦ ଭାବେ ଗ୍ରହଣ କରିଥାନ୍ତି । ସେହିପରି ଷଷ୍ଠୀ ତିଥିରେ ଦିନ ସାରା ଉପବାସ ରହି ସଂଧ୍ୟାରେ ଅସ୍ତ ହେଉଥିବା ସୂର୍ଯ୍ୟଦେବଙ୍କୁ କୌଣସି ନଦୀକୂଳ କିମ୍ବା ପୋଖରୀରେ ଅର୍ଘ୍ୟ ପ୍ରଦାନ କରାଯାଇଥାଏ । ସପ୍ତମୀ ତିଥିରେ ସୂର୍ଯ୍ୟ ଉଦୟ ସମୟରେ ନଦୀକୂଳ କିମ୍ବା ପୋଖରୀରେ ଛିଡା ହୋଇ ଅର୍ଘ୍ୟ ପ୍ରଦାନ କରାଯାଇଥାଏ ।
ଏବେ ଆସନ୍ତୁ ଜାଣିବା ଏହି ସମସ୍ତ ଦିନ କେବେ ପଡୁଛି : -
ଛଠ୍ ପୂଜା କ୍ୟାଲେଣ୍ଡର
ଛଠ୍ ପୂଜା (ନହାଏ-ଖାଏ) - ଅକ୍ଟୋବର ୩୧
ଖରନା ଦିନ - ନଭେମ୍ବର ୧
ସଂଧ୍ୟାରେ ଅର୍ଘ୍ୟ ପ୍ରଦାନ ଦିନ - ନଭେମ୍ବର ୨
ଉଷା ଅର୍ଘ୍ୟ ଦିନ - ନଭେମ୍ବର ୩
ଷଷ୍ଠୀ ତିଥି ଆରମ୍ଭ - ୦୦.୫୧ (ନଭେମ୍ବର ୨)
ଷଷ୍ଠୀ ତିଥି ସମାପ୍ତ - ୦୧.୩୧ (ନଭେମ୍ବର ୩)