close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଖାଦ୍ୟରୁ ଜାଣନ୍ତୁ ଝିଅଙ୍କ ସ୍ୱଭାବ

ଝିଅଙ୍କ ଖାଦ୍ୟ ପାନୀୟକୁ ଦେଖି ଜାଣନ୍ତୁ ସ୍ୱଭାବ

ଖାଦ୍ୟରୁ ଜାଣନ୍ତୁ ଝିଅଙ୍କ ସ୍ୱଭାବ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଭୁବନେଶ୍ୱର: ଆମେ ଅନେକ ଥର ଦେଖିଛୁ ପୁଅମାନଙ୍କୁ ଝିଅ ମାନଙ୍କ ବିଷୟରେ ଏତେ କଥା ଜଣାନଥାଏ, ଅନେକ ଝିଅ ମାନଙ୍କ କଣ ପସନ୍ଦ ସେ ବିଷୟରେ ମଧ୍ୟ ପୁଅ ମାନଙ୍କୁ ଏ ବିଷୟରେ କିଛି ଜ୍ଞାନ ନଥାଏ ସେହି କାରଣରୁ ଅନେକ ସମୟରେ ପୁଅଟି ଚାହୁଁଥିଲେ ମଧ୍ୟ ଝିଅଟି ମନ ମଧ୍ୟରେ କଣ ଚାହୁଁଛି ସେ ବିଷୟରେ କିଛି ଜାଣିପାରିନଥାଏ ।

ଝିଅଙ୍କ ସ୍ୱଭାବ କିପରି ତାକୁ ଜାଣିବା ପାଇଁ ପୁଅ ମାନେ ଚାହିଁଥାନ୍ତି ହେଲେ ଜାଣିପାରି ନ ଥିବାରୁ ପୁଅଟି ଝିଅ ସହ କଥାବାର୍ତ୍ତା କରିବା ପାଇଁ ସାହାସ ଜୁଟାଇ ପାରିନଥାଏ । ଆସନ୍ତୁ ଆମେ ଆଜି ଆପଣଙ୍କୁ ଏକ ସହଜ ଉପାୟ କହିବା କି ଆପଣ କିପରି ଝିଅଙ୍କ ଖାଦ୍ୟ ପାନୀୟକୁ ଦେଖି ତାଙ୍କ ସ୍ୱଭାବ ବିଷୟରେ ଜାଣିପାରିବେ ।foodie girl

 

  • ରୋମାଣ୍ଟିକ ବା ପ୍ରେମପ୍ରବଣ ଝିଅ ମାନେ କଫି ପିଇବାକୁ ଅଧିକ ପସନ୍ଦ କରିଥାନ୍ତି । ସ୍ୱଭାବରେ ଏମାନେ ଟିକେ ଆତ୍ମନିର୍ଭରଶୀଳ ହେବା ସହ ଖର୍ଚ୍ଚୀ ମଧ୍ୟ ହୋଇଥାନ୍ତି । ଏହା ସହ ଏମାନଙ୍କ ସ୍ୱପ୍ନ ସବୁବେଳେ କିଛି ବଡ କରିବାର ଥାଏ । ଏହା ଛଡା ଏମାନେ ନିଜ ସାଥୀ ପ୍ରତି ଓ ସମ୍ପର୍କ ପ୍ରତି ସବୁବେଳେ ଯତ୍ନବାନ ରହିଥାନ୍ତି ।
  • ଘରୋଇ ଓ ଲାଜକୁରି ଝିଅ ମାନଙ୍କ ପ୍ରଥମ ପସନ୍ଦ ଚାହା ହିଁ ହୋଇଥାଏ । ଏମାନେ ଛୋଟ ଛୋଟ ଜିନିଷରେ ହିଁ ଖୁସି ହୋଇଯାଇଥାନ୍ତି । ଏମାନଙ୍କ ପାଇଁ ଘର ପରିବାର ସବୁବେଳେ ପ୍ରାଥମିକତା ହୋଇଥାଏ ଓ ଏମାନେ ମଧ୍ୟ ସମସ୍ତଙ୍କ ଦାୟିତ୍ୱକୁ ସଠିକ ଭାବରେ ସମ୍ପାଦନା କରିଥାନ୍ତି । 
  • ଆଳୁ ଖାଇବାକୁ ପସନ୍ଦ କରୁଥିବା ଝିଅ ମାନେ ସ୍ୱଭାବରେ ସ୍ପଷ୍ଟବାଦୀ ହୋଇଥାନ୍ତି ସଚ୍ଚୋଟ ହୋଇଥାନ୍ତି ଓ ଆତ୍ମନିର୍ଭରଶୀଳ ମଧ୍ୟ ହୋଇଥାନ୍ତି । ଏମାନେ ନିଜ ଭବିଷ୍ୟତ ପାଇଁ ଅନେକ ଯୋଜନା କରିଥାନ୍ତି ଓ ସେହି ଯୋଜନାକୁ ସଫଳ କରିବା ପାଇଁ ପରିଶ୍ରମ ମଧ୍ୟ କରିଥାନ୍ତି । ନିଜ ଦୃଢ ମନୋବଳ କାରଣରୁ ସଫଳତା ଏମାନଙ୍କ ଚରଣ ସ୍ପର୍ଶ କରିଥାଏ ।
  • ଆମିଷ ଖାଉଥିବା ଝିଅ ମାନେ ଅନ୍ୟ ଝିଅ ମାନଙ୍କ ତୁଳନାରେ ଟିକେ ଅଧିକ ବୁଦ୍ଧିମାନ ହୋଇଥାନ୍ତି । ଏମାନେ ସ୍ୱଭାବରେ ଟିକେ ହିଂସ୍ର ହେବା ସହ ଉଚ୍ଚସ୍ୱରରେ ମଧ୍ୟ କଥାବାର୍ତ୍ତା କରିଥାନ୍ତି । ଏମାନଙ୍କ ଉପସ୍ଥିତି ବୁଦ୍ଧି ଚତ୍ମକାର ହୋଇଥାଏ । ଏମାନେ ନିଜ ସାଥୀଙ୍କୁ ନିଜ ଅକ୍ତିଆରରେ ରଖିବା ଭଲ ଭାବେ ଜାଣିଥାନ୍ତି । 
  • ଚାଉଳରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ଖାଇବାକୁ ପସନ୍ଦ କରୁଥିବା ଝିଅ ମାନେ ସ୍ୱଭାବରେ ଚରିତ୍ରବାନ ହୋଇଥାନ୍ତି, ଏମାନଙ୍କ ଉପରେ ଆଖି ବନ୍ଦ କରି ମଧ୍ୟ ଆପଣ ବିଶ୍ୱାସ କରିପାରିବେ । ଏମାନେ ଯେଉଁ ସ୍ଥାନକୁ ବି ଯାଇଥାନ୍ତି ଖୁସି ବାଣ୍ଟିଥାନ୍ତି । ନିଜ ପ୍ରେମ ସମ୍ପର୍କକୁ ନ ଲୁଚାଇ ଏମାନେ ସମସ୍ତଙ୍କୁ କହିବା ପାଇଁ ଭଲ ପାଇଥାନ୍ତି ।
  • ଚକୋଲେଟ ପସନ୍ଦ କରୁଥିବା ଝିଅ ମାନେ ସ୍ୱଭାବରେ ଚଞ୍ଚଳା ହୋଇଥାନ୍ତି । ଏମାନେ ଏତେ ସହଜରେ ପ୍ରେମ କରନ୍ତି ନାହିଁ ଆଉ ଯାହାକୁ ବି ପ୍ରେମ କରନ୍ତି ପୂରା ହୃଦୟର ସହିତ ପ୍ରେମ କରିଥାନ୍ତି । ଏମାନଙ୍କ ହୃଦୟ ସଫା ସହ ଏମାନେ ସ୍ୱଭାବରେ କଳା ଓ ସଂସ୍କୃତିକୁ ମଧ୍ୟ ଖୁବ ଆଦର କରିଥାନ୍ତି । ଏମାନେ ସବୁବେଳେ ସୁନ୍ଦର ଜିନିଷ ଓ ସୁନ୍ଦର ବ୍ୟକ୍ତିମାନଙ୍କ ଉପରେ ଖୁବ ଶୀଘ୍ର ଆକର୍ଷିତ ହୋଇଥାନ୍ତି ।
  • ମିଲ୍କ ଚକୋଲେଟ ମଧ୍ୟ କେତେକ ଝିଅ ଖାଇବାକୁ ପସନ୍ଦ କରିଥାନ୍ତି । ଏମାନଙ୍କ ସ୍ୱଭାବ ମଧ୍ୟ ଖୁବ ମଜାଦାର ହୋଇଥାଏ । ଏମାନେ ବୟସରେ ବଡ ଥିଲେ ମଧ୍ୟ ଛୁଆ ମାନଙ୍କ ଭଳି ଏମାନଙ୍କ ବ୍ୟବହାର ହୋଇଥାଏ । ଏମାନେ ଖୁବ ଶୀଘ୍ର ଲୋକମାନଙ୍କ କଥାରେ ବିଶ୍ୱାସ କରିଦେଇଥାନ୍ତି । ଏମାନେ ସବୁବେଳେ ଖୁସି ରହିବା ସହ ସମସ୍ତଙ୍କୁ ଖୁସି ରଖିବା ପାଇଁ ଚେଷ୍ଟା କରିଥାନ୍ତି । ଯେଉଁଭଳି ପରିସ୍ଥିତି ଆସିଲେ ମଧ୍ୟ ଏମାନେ ତାକୁ ମୁକାବିଲା କରିଥାନ୍ତି । ମଜାଦାର ଓ ଥଣ୍ଡା ମିଜାଜର ବ୍ୟକ୍ତିମାନଙ୍କୁ ଏମାନେ ପସନ୍ଦ କରିଥାନ୍ତି ।
  • ମିଠା ଖାଇବାକୁ ପସନ୍ଦ କରୁଥିବା ଝିଅ ମାନେ ସ୍ୱଭାବରେ ସ୍ପଷ୍ଟ, ସଚ୍ଚୋଟ ଓ ଲାଜକୁରି ସ୍ୱଭାବର ହୋଇଥାନ୍ତି । ହେଲେ ବେଳେ ବେଳେ ଏମାନେ ରାଗିଲେ କାହା କଥା ମଧ୍ୟ ଶୁଣନ୍ତି ନାହିଁ । ଏମାନେ ନିଜ ଜୀବନଠୁ ମଧ୍ୟ ଅଧିକ ନିଜ ସମ୍ପର୍କକୁ ଗୁରୁତ୍ୱ ଦେଇଥାନ୍ତି ଆପଣମାନେ ଏହାକୁ ପଢି ନିଶ୍ଚୟ କିଛି କିଛି ଆଇଡିଏ ପାଇଥିବେ । ଏବେ ଆପଣ ଏହାକୁ ପ୍ରୟୋଗ କରି ଦେଖନ୍ତୁ ଆପଣଙ୍କ ପ୍ରେମିକାଙ୍କର ସ୍ୱଭାବ କେଉଁ ଖାଦ୍ୟ ସହ ମେଳ ଖାଉଛି ।