ସକାଳୁ ଉଠି ପ୍ରଥମେ କରନ୍ତୁ ଏହି କାମ, ଚମକିବ ଭାଗ୍ୟ
Advertisement
Article Detail0/zeeodisha/odisha591041

ସକାଳୁ ଉଠି ପ୍ରଥମେ କରନ୍ତୁ ଏହି କାମ, ଚମକିବ ଭାଗ୍ୟ

ଏମିତି କିଛି କଥା ଅଛି ଯାହାକୁ ଆମେ ସକାଳେ ସବୁଠାରୁ ପ୍ରଥମେ କରିବା ଉଚିତ

ସୌଜନ୍ୟ: ସୋସିଆଲ ମିଡିଆ

ଅମିତ ମହାନ୍ତି, ଭୁବନେଶ୍ୱର: ଅନେକ ସମୟରେ ପରିବାରର ଗୁରୁଜନ ଆମକୁ ସମାଜ ସହ ଖାପ ଖୁଆଇ ଚଳିବାକୁ ଦିଗଦର୍ଶନ ଦେଇଥାନ୍ତି ଽ ଘରେ ଦିଆଯାଇଥିବା ଉତ୍ତମ ସଂସ୍କାର ଆମ ପାଇଁ ଫଳପ୍ରଦ ମଧ୍ୟ ହୋଇଥାଏ ଽ ଏମିତି କିଛି କଥା ଅଛି ଯାହାକୁ ଆମେ ସକାଳେ ସବୁଠାରୁ ପ୍ରଥମେ କରିବା ପାଇଁ କୁହାଯାଇଥାଏ । ଏଥି ମଧ୍ୟରେ ରହିଛି ଭୂମିକୁ ପ୍ରଣାମ କରିବା । ତେବେ ଏହାର କ'ଣ ରହିଛି ବିଶେଷତ୍ୱ, ଆସନ୍ତୁ ଜାଣିବା :-

ଭୂମିକୁ ପ୍ରଣାମ କରିବାର କାରଣ କ'ଣ
ହିନ୍ଦୁ ଧର୍ମ କିମ୍ବା ସନାତନ ଧର୍ମରେ ସକାଳୁ ଉଠିବା ପରେ ଭୂମିରେ ଉପରେ ପାଦ ରଖିବା ପୂର୍ବରୁ ଏହାକୁ ପ୍ରଣାମ କରିବାର ଉପଦେଶ ଦିଆଯାଇଥାଏ ଽ ଆମ ଜୀବନ ପାଇଁ ସମସ୍ତ ଆବଶ୍ୟକ ପଦାର୍ଥ ଭୂପୃଷ୍ଠରୁ ହିଁ ଆମକୁ ଉପଲବ୍ଧ ହୋଇଥାଏ । ପାଣି ହେଉ କିମ୍ବା ଭୋଜନ ସବୁ ଏହି ଧରାପୃଷ୍ଠରୁ ଆସିଥାଏ । ତେଣୁ ଭୂମିକୁ ପ୍ରଣାମ କରିବା ଏହା ପ୍ରତି ସମ୍ମାନ ଦେବା ଆମ କର୍ତ୍ତବ୍ୟ ବୋଲି କୁହାଯାଇଥାଏ ଽ  

କ'ଣ ରହିଛି ସାମାଜିକ ମହତ୍ୱ
ଭୂମି ପ୍ରଣାମ କରିବାରେ ନିଜର ମାତୃଭୂମି ଏବଂ ଭୂମି ପ୍ରତି ଆମର ସମ୍ପର୍କ ବଢ଼ିଥାଏ । ଆମ ଭିତରେ ନିଜର ଦେଶ, ନିଜର ଭୂମି ପ୍ରତି ଦାୟିତ୍ୱର ଭାବ ସୃଷ୍ଟି ହୋଇଥାଏ । କୁହାଯାଇଥାଏ କି ଗୁରୁଜନମାନେ ଆମ ଭିତରେ ଦାୟିତ୍ୱର ଭାବ ଜଗାଇବା ପାଇଁ ମଧ୍ୟ ଏହି ସଂସ୍କାର ଆମକୁ ଦେଇଥାନ୍ତି।

କେମିତି କରିବେ ପ୍ରଣାମ
ପାଦ ଭୂମି ଉପରେ ରଖିବା ପୂର୍ବରୁ ଶେଯ ଉପରେ ବସିରହି ହିଁ ହାତରେ ଭୂମି ଉପରେ ସ୍ପର୍ଶ କରି ପ୍ରଣାମ କରିବା ଆବଶ୍ୟକ । ଏହାପରେ ନିଜର ନାକର ଫୁଡ଼ାକୁ ଚେକ କରନ୍ତୁ କେଉଁ ପଟେ ଅଧିକ ଶ୍ୱାସ ପ୍ରଶ୍ୱାସ ଚାଲୁଛି । ଚେକ କରିବା ପାଇଁ ନାକ ଆଗରେ ହାତ ପାପୁଲି ଓଲଟା କରିକି ରଖିବେ ଏବଂ ଜୋରରେ ନିଶ୍ୱାସ ଛାଡ଼ିବେ ଯେଉଁ ପଟରୁ ଜୋରରେ ନିଶ୍ୱାସ ଆସିଥାଏ, ସେହି ପଟର ପାଦକୁ ପ୍ରଥମେ ଭୂମି ଉପରେ ରଖିବେ