ଜାଣନ୍ତୁ କିପରି କଟିବ ଆଜିର ଦିନ

ଜାଣନ୍ତୁ ନିଜର ରାଶିଫଳ ଓ ଗ୍ରହବିଚାର ବିଷୟରେ

ଜାଣନ୍ତୁ କିପରି କଟିବ ଆଜିର ଦିନ
ସୌଜନ୍ୟ: ସୋସିଆଲ ମିଡିଆ

ଭୁବନେଶ୍ୱର: ମେଷ: ଦେହ ଓ ମନ ଭଲ ରହିବ । ଆୟ ତୁଳନାରେ ବ୍ୟୟ ବୃଦ୍ଧି ପାଇବ । ପଡୋଶୀଙ୍କ ସହ ମତାନ୍ତର ଦେଖାଦେବ । ଗାଡିମଟର ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ ।
 
ବୃଷ: ସ୍ୱାସ୍ଥ୍ୟ ସଚେତନ ହେବେ । କୌଣସି ଭୋଜି ଭାତରେ ଯୋଗ ଦେବେ । ଆର୍ଥିକ ସ୍ଥିତି ମଜଭୁତ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ମିଥୁନ: ମନ ପ୍ରସନ୍ନ ରହିବ । ବନ୍ଧୁବାନ୍ଧବ ଓ ଆତ୍ମୀୟ ପରିଜନଙ୍କ ଗହଣରେ ଦିନ କାଟିବେ । ଋଣ ପରିଶୋଧ କରିବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ପାରିବାରିକ ଜୀବନ ସୁଖମୟ ହେବ ।

କର୍କଟ: ଅବସର ସମୟର ସଦ୍ଉପଯୋଗ କରିବେ । ଶରୀର ସୁସ୍ଥ ରହିବ । ଅର୍ଥ ଆଗମନର ସୂଚନା ମିଳୁଛି । ଦୂରଯାତ୍ରା ସଫଳ ହେବ ।

ସିଂହ: କାର୍ଯ୍ୟ ବ୍ୟସ୍ତତା ଭିତରେ ଦିନ କାଟିବେ । ଶରୀର ସୁସ୍ଥ ରହିବ । ବାକିଥିବା କାର୍ଯ୍ୟ ସବୁ ଆଜି ସମ୍ପୂର୍ଣ୍ଣ କରିବେ । ଆୟ ବ୍ୟୟ ସମାନ ରହିବ । କୌଣସି ଦ୍ରବ୍ୟ ହଜି କିମ୍ବା ଚୋରି ହୋଇ ଯାଇପାରେ ।

କନ୍ୟା: ଶାରୀରିକ ସୁସ୍ଥତା ଲାଭ କରିବେ । ବୁଝି ବିଚାରି ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ତୁଳାଇବେ । ଅବସର ସମୟର ସଦଉପଯୋଗ କରିବେ । ହଠାତ ସୁଖବର ପ୍ରାପ୍ତି ହେବ ।
 
ତୁଳା: ଖର୍ଚ୍ଚୀ ସ୍ୱଭାବର ହେବେ । ଦେହ ଓ ମନ ଭଲ ରହିବ । ସନ୍ତାନଙ୍କ କାର୍ଯ୍ୟକଳାପକୁ ନେଇ ଚିନ୍ତିତ ରହିବେ । ବ୍ୟବସାୟ ଆଶାନୁରୂପକ ହେବ ।

ବିଛା: କର୍ମ ଚଞ୍ଚଳ ରହିବେ । ବ୍ୟସ୍ତତା ଭିତରେ ଦିନ କାଟିବେ । ପାରିବାରିକ ସୁଖଶାନ୍ତି ପ୍ରାପ୍ତ ହେବ । ଅପରାହ୍ନରେ ଦୂରଯାତ୍ରା କରିବେ । ନୂତନ ଦ୍ରବ୍ୟ କ୍ରୟ କରିବେ । ବ୍ୟବସାୟ ପ୍ରତିଦ୍ୱନ୍ଦିତା ପୂର୍ଣ୍ଣ ହେବ ।

ଧନୁ: ଶରୀର ଆରୋଗ୍ୟ ରହିବ । କର୍ମ ତତ୍ପରତା ବୃଦ୍ଧି ପାଇବ । ବ୍ୟବସାୟିକ ଅଭିବୃଦ୍ଧି ଦେଖାଦେବ । ପାରିବାରିକ ସୁଖଶାନ୍ତି ବଜାୟ ରହିବ । ଆୟ ଆଶାନୁରୂପକ ହେବ ।

ମକର: ସାମାନ୍ୟ ଶରୀର ପୀଡା ଦେଖାଦେଇପାରେ । ମନ ଭାରକ୍ରାନ୍ତ ରହିବ । ବ୍ୟସ୍ତତା ଭିତରେ ଦିନଚର୍ଯ୍ୟା କରିବେ । ବ୍ୟୟ ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ ଆଖି ଦୃଶିଆ ହେବ ।

କୁମ୍ଭ: ସ୍ଥିର ମନ ନେଇ କାର୍ଯ୍ୟ କଲେ ସଫଳତା ପ୍ରାପ୍ତି ହେବ । ଖର୍ଚ୍ଚାନ୍ତର ହେବେ । କୌଣସି ଭୋଜିଭାତରେ ଯୋଗ ଦେବେ । ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେବ ।

ମୀନ: ଦେହ ଓ ମନ ଭଲ ରହିବ । ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ତୁଳାଇବେ । ବ୍ୟବସାୟରେ ଉତ୍ତମ ଲାଭ ପାଇବେ । ଗୃହକୁ ବନ୍ଧୁବାନ୍ଧବଙ୍କ ଆଗମନ ହେବ । ଖର୍ଚ୍ଚାନ୍ତର ହେବେ ।

ଗ୍ରହ ବିଚାର: ଯଦି ଜନ୍ମ ଜାତକରେ ମଙ୍ଗଳ,ଶନି ଗୋଟିଏ ରାଶିରେ ଥାଏ ବା ସାମ୍ନା ସାମ୍ନା ଥିଲେ ତାକୁ ଅଙ୍ଗାରକୋ ଦୋଷ କୁହାଯାଏ । ଏହି ଦୋଷ ଥିଲେ ପାରିବାରିକ, ବୈବାହିକ ଓ ଦାମ୍ପତ୍ୟଜୀବନ ପ୍ରଭାବ ପକାଇବା ସହ ପୈତୃକ ବିବାଦ,ଭ୍ରାତୃ କଳହ ଦେଖାଦେଇଥାଏ । ବନ୍ଧୁବାନ୍ଧବଙ୍କ ଠାରୁ କୌଣସି  ସାହାଯ୍ୟ ମିଳବ ନାହିଁ ।
ପ୍ରତିକାର: ଯଦି ଜନ୍ମ ଜାତକରେ ମେଷ ଲଗ୍ନ ଥାଏ ତେବେ ମଙ୍ଗଳ ଗ୍ରହ ପାଇଁ ରକ୍ତ ପ୍ରବାଳ ଧାରଣ କରନ୍ତୁ । ଶନି ଗ୍ରହ ପାଇଁ ବାଡି ଅଁଳା ଗଛ ପୂଜା କରନ୍ତୁ ।