ଜାଣନ୍ତୁ କିପରି କଟିବ ଆଜିର ଦିନ
Advertisement

ଜାଣନ୍ତୁ କିପରି କଟିବ ଆଜିର ଦିନ

ଜାଣନ୍ତୁ ଆଜିର ରାଶିଫଳ ଓ ଗ୍ରହବିଚାର ବିଷୟରେ

file photo

ମେଷ- ଘାତ ତିଥି ଭୋଗ ହେଉଥିବାରୁ ଆପଣଙ୍କୁ ସାବଧାନତା ସହ ଦୀନଚର୍ଯ୍ୟା କରିବାକୁ ପଡିବ । ଶାରୀରିକ ଆସ୍ୱତୀ ଅନୁଭବ କରିବେ । ଆର୍ଥିକ ସମସ୍ୟାକୁ ନେଇ ଚିନ୍ତିତ ରହିବେ ।

ବୃଷ- ଅସୁସ୍ଥତାରୁ ଆରୋଗ୍ୟ ଲାଭ କରିବେ । କର୍ମ କ୍ଷେତ୍ରରେ ସଫଳତା ମିଳିବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ପାରିବାରିକ ସୁଖଶାନ୍ତି ଲାଗି ରହିବ ।

ମିଥୁନ- ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବେ । କ୍ରୋଧକୁ ନିୟନ୍ତ୍ରଣରେ ନ ରଖିଲେ ଅସୁବିଧାରେ ପଡିବେ । ଅଜଣା ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ ।

କର୍କଟ- ମନ ପ୍ରସନ୍ନ ରହିବ । ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ପାଇବେ । ଅକସ୍ମାତ ଧନ ପ୍ରାପ୍ତିର ଯୋଗ ରହୁଛି । ମହିଳାମାନେ ଗୃହ ନିପୂଣା ହେବେ ।

ସିଂହ- ଦେହ ଓ ମନ ଭଲ ରହିବ । ପ୍ରତ୍ୟେକ କାର୍ଯ୍ୟରେ ତତ୍ପରତା ଦେଖାଇବେ । କର୍ମ କ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ । ଗୃହକୁ ବନ୍ଧୁ ଆଗମନ ହେବ ।

କନ୍ୟା- ଶରୀର ସୁସ୍ଥ ରହିବ । ଶୁଭ କାର୍ଯ୍ୟରେ ଯୋଗ ଦେବେ । କର୍ମ କ୍ଷେତ୍ର ସହଜ, ସରଳ ଓ ଆନନ୍ଦଦାୟକ ହେବ । ପାରିବାରିକ ସୁଖଶାନ୍ତି ବିରାଜମାନ ହେବ ।

ତୁଳା- ଆନନ୍ଦ ଉଲ୍ଲାସରେ ଦିନ କାଟିବେ । ନୂତନ ବସ୍ତ୍ରାଦି କ୍ରୟ କରିବେ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ । ଆଶା କରୁଥିବା ଦିଗରୁ ଅର୍ଥ ପାଇବେ ।

ବିଛା- ମନ ପ୍ରସନ୍ନ ରହିବ । ପ୍ରତ୍ୟେକ କାର୍ଯ୍ୟ ସୁରୁଖୁରୁରେ ତୁଳାଇବେ । ଈଶ୍ୱର ବିଶ୍ୱାସୀ ହେବେ । ଦାନ ଧର୍ମ ପ୍ରତି ମନ ବଳିବ । ପାରିବାରିକ ସୁଖଶାନ୍ତି ବଜାୟ ରହିବ ।

ଧନୁ- ମନରେ ପ୍ରସନ୍ନ ଭାବ ଉଦ୍ରେକ ହେବ । ବହୁ ଦିନରୁ ପଡିରହିଥିବା କାମ ଆଜି ସଂପୂର୍ଣ୍ଣ କରିବେ । କର୍ମ କ୍ଷେତ୍ରରେ ଉତ୍ସାହର ସହ କାର୍ଯ୍ୟ ତୁଳାଇବେ । ଆଇନ ଅଦାଲତର କାମ ଆପଣଙ୍କ ସପକ୍ଷରେ ଯିବ ।

ମକର- ଶରୀର ଆରୋଗ୍ୟ ରହିବ । ଦୃଢ ମନୋବଳ ନେଇ ପ୍ରତିଟି କାର୍ଯ୍ୟରେ ସଫଳ ହେବେ । ପାରିବାରିକ ସୁଖଶାନ୍ତି ଲାଭ କରିବେ । ଛାତ୍ରଛାତ୍ରୀମାନେ ପଡାପଢିରେ ଭଲ କରିବେ ।

କୁମ୍ଭ- ଦେହ ଓ ମନ ସୁସ୍ଥ ରହିବ । ସୁଖ ସମ୍ମାନ ମିଳିବ । ବିବାଦୀୟ ଘଟଣାର ଅବସାନ ଘଟିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ସହକର୍ମୀଙ୍କ ନିକଟରୁ ପୂର୍ଣ୍ଣ ସହଯୋଗ ମିଳିବ ।

ମୀନ- ସ୍ୱାସ୍ଥ୍ୟ ସଚେତନ ହେବେ । କର୍ମ କ୍ଷେତ୍ରରେ ଶାନ୍ତିର ବାତାବରଣ ମିଳିବ । ନୂତନ ଦ୍ରବ୍ୟ ଆଦି କ୍ରୟ କରିବେ । ଆୟ ପୂର୍ବପରି ରହିବ । ବ୍ୟବସାୟୀମାନେ ଆଶାନୁରୂପକ ଲାଭ ପାଇବେ ।

ଗ୍ରହ ବିଚାର- ଚନ୍ଦ୍ର ଗ୍ରହଙ୍କର ଜନ୍ମ ଜାତକରେ ସ୍ଥିତି । ସୋମବାର ଚନ୍ଦ୍ରଙ୍କ ବାର । ଚନ୍ଦ୍ରମାଙ୍କର ଜାତକରେ ରାହୁ, କେତୁ, ଶନି ଯୁକ୍ତ ହେଲେ ମନ ଅଶାନ୍ତି ରହିଥାଏ । 

ପ୍ରତିକାର- ଚନ୍ଦ୍ରଙ୍କର ବୃକ୍ଷ ହେଲା କ୍ଷୀରକୋଳି ଗଛକୁ ପୂଜା କରନ୍ତୁ । ଚନ୍ଦ୍ରଙ୍କର ରତ୍ନମୁକ୍ତା, ଶଙ୍ଖ ମୁଦି, ମୁନଷ୍ଟୋନ ଧାରଣ କରିବା ଦ୍ୱାରା ଚନ୍ଦ୍ର ଶାନ୍ତି ହୋଇଥାନ୍ତି ।