ଜାଣନ୍ତୁ କିପରି କଟିବ ଆଜିର ଦିନ

ଜାଣନ୍ତୁ ଆଜିର ଗ୍ରହ ବିଚାର ଓ ରାଶିଫଳ

ଜାଣନ୍ତୁ କିପରି କଟିବ ଆଜିର ଦିନ
ସୌଜନ୍ୟ: ସୋସିଆଲ ମିଡିଆ

ଭୁବନେଶ୍ୱର: ମେଷ- ନିଜର ଦକ୍ଷତା ପ୍ରତିପାଦନ କରିବାରେ ସକ୍ଷମ ହେବେ । କର୍ମ କ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ବୃଷ- କର୍ମ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବେ । ଆୟ ବୃଦ୍ଧିର ସୂଚନା ମିଳୁଛି । ଚିନ୍ତାଧାରା ଉନ୍ନତମାନର ହେବ । ପାରିବାରିକ ସୁଖ ମିଳିବ ।

ମିଥୁନ- ନୂତନ କର୍ମରେ ଯୋଗ ଦେଇ ଖୁସି ହେବେ । ମନ ପ୍ରସନ୍ନ ରହିବ । ଅର୍ଥ ପ୍ରାପ୍ତି ସୂଚନା ମିଳୁଛି । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଦୂରଯାତ୍ରା କରିପାରନ୍ତି ।

କର୍କଟ- ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ । ପରିସ୍ଥିତି ପ୍ରତି ସଜାଗ ରୁହନ୍ତୁ । ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି । ଚୋର ଭୟ ରହିବ । ଅଚିହ୍ନା ଅପରିଚିତ ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ ।

ସିଂହ- ସୌଭାଗ୍ୟବନ୍ତ ହେବେ । ସମସ୍ତ କ୍ଷେତ୍ରରେ ପାରଦର୍ଶିତା ଲାଭ କରିବେ । ପାରିବାରିକ ସୁଖଶାନ୍ତି ଅବ୍ୟାହତ ରହିବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଟେ ।

କନ୍ୟା- ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବେ । ନିର୍ଭୀକ ଭାବେ କାର୍ଯ୍ୟ ସମ୍ପାଦନ କରିବେ । ବନ୍ଧୁଙ୍କ ସହଯୋଗ ମିଳିବ । ଆୟ ବୃଦ୍ଧି ପାଇବ । ବିବାହ ଆଦି ଭୋଜିଭାତରେ ଯୋଗ ଦେବେ ।

ତୁଳା- ଘାତଚନ୍ଦ୍ର ହେତୁ ସତର୍କତା ଆବଶ୍ୟକ । ସାମାନ୍ୟ କଥାକୁ କେନ୍ଦ୍ର କରି ବିବାଦୀୟ ପରିସ୍ଥିତି ଉପୁଜିପାରେ । ଖର୍ଚ୍ଚାନ୍ତ ହେବେ । ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ ।

ବିଛା- ଶରୀର ସାମାନ୍ୟ ଅସୁସ୍ଥ ରହିବ । କର୍ମକ୍ଷେତ୍ରରେ ଅଶାନ୍ତିର ବାତାବରଣ ମିଳିବ । ଆର୍ଥିକ ଅନଟନ ଦେଇ ଗତିକରିବେ । ପାରିବାରିକ ସୁଖଶାନ୍ତି ବ୍ୟାହତ ହେବ ।

ଧନୁ- କର୍ମ ପ୍ରବଣତା ପ୍ରକାଶ ପାଇବ । ସମସ୍ତ କାର୍ଯ୍ୟ ସଫଳତାର ସହ ସମ୍ପାଦନ କରିବେ । ଧନ ପ୍ରାପ୍ତିର ସୁଯୋଗ ସୃଷ୍ଟିହେବ । ସୁସ୍ୱାଦୁ ଭୋଜନ ପ୍ରାପ୍ତି ହେବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।

ମକର- ସୁଖପୂର୍ଣ୍ଣ ଜୀବନ ଯାପନ କରିବେ । କର୍ମ କ୍ଷେତ୍ର ସହଜ ସରଳ ବୋଧଗମ୍ୟ ହେବ । ବନ୍ଧୁ ସାହାଯ୍ୟ ପାଇ ଖୁସି ହେବେ । ସନ୍ତାନଙ୍କ କୃତିତ୍ୱ ଆତ୍ମଶାନ୍ତି ପ୍ରଦାନ କରିବ ।

କୁମ୍ଭ- ମନରେ ଈର୍ଷାଭାବ ଜାଗ୍ରତ ହେବ । କ୍ରୋଧକୁ ନିୟନ୍ତ୍ରଣରେ ନ ରଖିଲେ ଅସୁବିଧାରେ ପଡିବେ । ଘାତଚନ୍ଦ୍ର ଭୋଗ ହେତୁ ଦିନଟିରେ ଜଗି ରଖି ଚଳନ୍ତୁ । ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ ।

ମୀନ- ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରି ଆତ୍ମଶାନ୍ତି ଲଭିବେ । ଦିଅଁ ଦର୍ଶନ ମଙ୍ଗଳକର ହେବ । ଭୂମି କିମ୍ବା ଗୃହ କ୍ରୟ ପାଇଁ ଯୋଗାଯୋଗ ସ୍ଥାପନ କରିବେ । ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ହେବ ।

ଗ୍ରହ ବିଚାର- ଚନ୍ଦ୍ର ଓ ଶନି ଏକତ୍ର ଥିଲେ ଚନ୍ଦ୍ର ମନକାରାକ, ମାନସିକକାରକ ତଥା ଶାନ୍ତିକାରକ ଗ୍ରହ ଅଟନ୍ତି, ଶନି ଜୀବିକା, କର୍ମ, ଧର୍ମ ଓ ନ୍ୟାୟ,ଦଣ୍ଡଦାତା ଗ୍ରହ ଅଟେ ଽ ଶନି, ଚନ୍ଦ୍ର ଏକାଠି ଥିଲେ ବିରକ୍ତି ଭାବ ଜାତ ହୋଇଥାଏ ଓ ଦ୍ୱନ୍ଦ ଭାବ ଜାତ ହୋଇଥାଏ