ଜାଣନ୍ତୁ ଆଜିର ରାଶିଫଳ ଓ ଗ୍ରହ ବିଚାର
Advertisement

ଜାଣନ୍ତୁ ଆଜିର ରାଶିଫଳ ଓ ଗ୍ରହ ବିଚାର

ଜାଣନ୍ତୁ କିପରି କଟିବ ଆଜିର ଦିନ

file photo

ଭୁବନେଶ୍ୱର: ମେଷ- ଦେହ ସୁସ୍ଥ ରହିବ । ମନୋବଳ ବୃଦ୍ଧି ପାଇବ । ଅବସର ସମୟର ସଦ୍ଉପଯୋଗ କରିବେ । ଦୂରଯାତ୍ରା କରିବେ । ଗୃହକୁ ବନ୍ଧୁଙ୍କ ଆଗମନ ହେବ । ବ୍ୟବସାୟ ଆଶାନୁରୂପକ ହେବ ।

ବୃଷ- ଶାରୀରିକ ସୁସ୍ଥତା ଲାଭ କରିବେ । ସମସ୍ତ ବକେୟା କାର୍ଯ୍ୟକୁ ଆଜି ସଂପୂର୍ଣ୍ଣ କରିବେ । ହଠାତ୍ ଧନ ଆଗମନର ସୂଚନା ମିଳୁଛି । ପଡୋଶୀଙ୍କ ସହ ସମ୍ପର୍କ ମଧୁର ହେବ । ପରିବାରରେ ହସ ଖୁସିର ଲହରୀ ରହିବ ।

ମିଥୁନ- ଦେହ ଓ ମନ ଭଲ ରହିବ । ସୁସ୍ୱାଦୁ ଭୋଜନ ପ୍ରାପ୍ତ ହେବ । କୌଣସି ନୂତନ ଦ୍ରବ୍ୟ କ୍ରୟ କରିବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ପାରିବାରିକ ସୁଖ ସମୃଦ୍ଧି ବଜାୟ ରହିବ ।

କର୍କଟ- ସୁଖ ସମୃଦ୍ଧିର ଦିନ । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ । ଧନ ଆଗମନର ସୂଚନା ମିଳୁଛି । ବନ୍ଧୁଙ୍କ ସାହାଯ୍ୟ ପ୍ରାପ୍ତ ହେବ । ବିବାହ ଭୋଜି ଆଦି କାର୍ଯ୍ୟକ୍ରମରେ ଯୋଗ ଦେବେ ।

ସିଂହ- ସାଂସାରିକ ଜୀବନ ସୁଖମୟ ହେବ । ଶରୀର ସୁସ୍ଥ ଓ ମନ ଭଲ ରହିବ । ଦାୟିତ୍ୱ ବୃଦ୍ଧି ପାଇବ । ଶୁଭ କାର୍ଯ୍ୟରେ ଯୋଗ ଦେବେ । ଆଶା କରୁଥିବା ଦିଗରୁ ଅର୍ଥ ଆଗମନ ହେବ ।

କନ୍ୟା- ପରିଶ୍ରମ ଅନୁଯାୟୀ ଫଳ ମିଳିବ । ଅପରିଚିତ ଅଜଣା ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ । ଆୟ ଓ ବ୍ୟୟ ପ୍ରାୟ ସମାନ ରହିବ । କ୍ରୀଡାବୀତ୍ ପାଇଁ ଦିନଟି ଶୁଭଫଳ ଦେବ । ବ୍ୟବସାୟ ଭଲ ହେବ ।

ତୁଳା- ଶାରୀରିକ କ୍ଲେଶ ଅନୁଭବ କରିବେ । ଚିଡିଚିଡା ସ୍ୱଭାବର ହେବେ । କୌଣସି ଦ୍ରବ୍ୟ ଚୋରି କିମ୍ବା ହଜି ଯାଇପାରେ । ସାଂସାରିକ ଜୀବନ ବାଧା ପ୍ରାପ୍ତ ହେବ । ପଡୋଶୀଙ୍କ ସହ ସମ୍ପର୍କରେ ତିକ୍ତତା ଆସିବ ।

ବିଛା- ମଉଜ ମଜଲିସରେ ଦିନ ଅତିବାହିତ କରିବେ । ଦୂରଯାତ୍ରା କରିପାରନ୍ତି । ଖର୍ଚ୍ଚ ବୃଦ୍ଧି ପାଇବ । ବିବାହ ଭୋଜି ଆଦିରେ ଯୋଗ ଦେବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ଧନୁ- ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ । ଶରୀର ଆରୋଗ୍ୟ ଓ ମନ ପ୍ରସନ୍ନ ରହିବ । ବନ୍ଧୁବାନ୍ଧବ ତଥା ଆତ୍ମୀୟ ସ୍ୱଜନଙ୍କ ମେଳରେ ଦିନ କାଟିବେ । ପାରିବାରିକ ଜୀବନ ମଧୁରମୟ ହେବ ।

ମକର- କାର୍ଯ୍ୟ ବ୍ୟସ୍ତତା ବୃଦ୍ଧି ପାଇବ । ବିରକ୍ତି ଭାବ ପ୍ରକାଶ ପାଇବ । ଆୟ ତୁଳନାରେ ବ୍ୟୟ ବୃଦ୍ଧି ପାଇବ । ଆଶା କରୁଥିବା ଦିଗରୁ ଅର୍ଥ ପାଇବାରେ ବିଳମ୍ବ ହେବ । ଦୂରଯାତ୍ରା ବିଫଳ ହେବ ।

କୁମ୍ଭ- ଦାନ ଧର୍ମ ପ୍ରତି ମନ ବଳିବ । ପରିବାରରେ ଶାନ୍ତିପୂର୍ଣ୍ଣ ବାତାବରଣ ଲାଗି ରହିବ । ଆୟ ସଙ୍କୁଚିତ ହେବ । ରାଜନୈତିକ ବ୍ୟକ୍ତି ବିଶେଷ ଜନତାଙ୍କ ଆକ୍ରୋଶର ଶିକାର ହେବେ ।

ମୀନ- ଦେହ ଓ ମନ ଭଲ ରହିବ । ପାରିବାରିକ ସ୍ନେହ ଶ୍ରଦ୍ଧା ପ୍ରାପ୍ତ ହେବ । ବକେୟା କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ଆହୁରି ବିଳମ୍ବ ହେବ । ବିଦ୍ୟାର୍ଥୀମାନେ ଖେଳ ପ୍ରିୟ ହେବେ । ମହିଳାମାନେ ଗୃହ ନିପୁଣା ହେବେ । ବ୍ୟବସାୟରେ ସ୍ୱଳ୍ପ ଲାଭ ମିଳିବ ।

ଆପଣଙ୍କ ଜମି କିପରି ଆପଣଙ୍କ ପାଇଁ ଶୁଭ

ଭୂମିଟି ବର୍ଗକାର କିମ୍ବା ଆୟତକାର ହେବା ଦରକାର, ମନ୍ଦିର କିମ୍ବା ମଶାଣୀ ପାଖରେ ଜାଗା ଥିଲେ ଅଶୁଭ ଽ ଜାଗାର ଦୁଇ ପାଶ୍ୱର୍ରେ ଜଳରାଶି ଥିଲେ ଏହା ଅଶୁଭ, ଜମି ପାଖରେ ବଟ, ତେନ୍ତୁଳି, ସାହାଡା ଗଛ ରହିବା ଅଶୁଭ ଅଟେ

ଲିମ୍ବ, ତୁଳସୀ, ଆମ୍ବ, ନଡିଆ, ଗୁଆ ଶୁଭ ବୃକ୍ଷ ଅଟେ, ଘର ପଛ ପଟେ ସଜନା ଗଛ ଲଗାନ୍ତୁ ନାହିଁ