ଜାଣନ୍ତୁ କିପରି କଟିବ ଆଜିର ଦିନ
Advertisement

ଜାଣନ୍ତୁ କିପରି କଟିବ ଆଜିର ଦିନ

ଜାଣନ୍ତୁ ଆଜିର ରାଶିଫଳ

ସୌଜନ୍ୟ: ସୋସିଆଲ ମିଡିଆ

ଭୁବନେଶ୍ୱର: ଜାଣନ୍ତୁ କିପରି କଟିବ ଆପଣଙ୍କ ଶନିବାର

ମେଷ- ଦେହ ଆରୋଗ୍ୟ ରହିବ । ପ୍ରତ୍ୟେକ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦାନ କରିବେ । କର୍ମ କ୍ଷେତ୍ରରେ ଉଚ୍ଚ ପଦାଧିଙ୍କ ଠାରୁ ପ୍ରଶଂସା ପାଇବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହେବ ।

ବୃଷ- ସାମାନ୍ୟ ଶରୀର ପୀଡା ଦେଖାଦେବ । ଆଜି ଆପଣ ନାନା ସମସ୍ୟାରେ ଜଡିତ ହେବେ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ଈର୍ଷାର ଶିକାର ହେବେ । ପାରିବାରିକ ଜୀବନରେ ଭୁଲ ବୁଝାମଣା ଦେଖାଦେବ ।

ମିଥୁନ- ଶରୀର ସୁସ୍ଥ ରହିବ । ଧର୍ମ କାର୍ଯ୍ୟ ପ୍ରତି ଆଗ୍ରହୀ ହେବେ । ଆୟ ବ୍ୟୟ ପ୍ରାୟ ସମାନ ରହିବ । ପାରିବାରିକ ଜୀବନ ସମୃଦ୍ଧ ହେବ ।

କର୍କଟ- ମାନସିକ ଶାନ୍ତି ଫେରି ପାଇବେ । ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ । କାର୍ଯ୍ୟାଳୟର ବାତାବରଣ ଶାନ୍ତିପୂର୍ଣ୍ଣ ରହିବ । ପାରିବାରିକ ଜୀବନ ହର୍ଷ ଉଲ୍ଲାସ ଭରା ରହିବ ।

ସିଂହ- ଦେହ ଓ ମନ ଭଲ ରହିବ । ଈଶ୍ୱରଙ୍କ ପ୍ରତି ଆସ୍ଥା ବଢିବ । ଆୟ ତୁଳନାରେ ବ୍ୟୟ ଅଧିକ ହେବ । କାର୍ଯ୍ୟାଳୟରେ ପାରଦର୍ଶିତା ଦେଖାଇବେ । ପାରିବାରିକ ଜୀବନ ସୁଖମୟ ହେବ ।

କନ୍ୟା- ମାନସିକ ଓ ଶାରୀରିକ ସୁସ୍ଥତା ଲାଭ କରିବେ । ପୂଜା ଆରଧନାରେ ସମୟ କାଟିବେ । ପ୍ରତ୍ୟେକ କାର୍ଯ୍ୟରେ ଆତ୍ମସନ୍ତୋଷ ଲାଭ କରିବେ । ପାରିବାରିକ ଜୀବନ ସୁଖମୟ ହେବ । ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି ।

ତୁଳା- ଶରୀର ସୁସ୍ଥ ରହିବ । କୌଣସି ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ । କର୍ମ କ୍ଷେତ୍ରରେ ଶାନ୍ତିର ବାତାବରଣ ମିଳିବ । ଆୟ ଉତ୍ତମ ହେବ ।

ବିଛା- ଘାତ ଚନ୍ଦ୍ର ଭୋଗ ହେତୁ ବିଶେଷ ଭାବେ ସତର୍କ ରୁହନ୍ତୁ । ଧନକ୍ଷୟ ହେବାର ସମ୍ଭାବନା ରହିଛି । ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବେ । ଶରୀର ପୀଡା ଦେଖାଦେବ ।

ଧନୁ- ଦେହ ଭଲ ରହିବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ । ଆୟ ଓ ବ୍ୟୟ ସମାନ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ ।

ମକର- ମାନସିକ ଅବସାଦ ଦେଖାଦେବ । ଚିନ୍ତାଗ୍ରସ୍ତ ରହିବେ । କାର୍ଯ୍ୟରେ ବାଧା ଓ ଅବରୋଧ ଦେଖାଦେବ । ସହକର୍ମୀଙ୍କ ସହ ମତଭେଦ ଦେଖାଦେବ ।

କୁମ୍ଭ- ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ । ମନ ଦୁର୍ବଳ ରହିବ । ଆୟ ମଧ୍ୟମ ଧରଣର ହେବ । ଆଇନ ଅଦାଲତର କାର୍ଯ୍ୟ ଆପଣଙ୍କ ବିପକ୍ଷରେ ଯିବ ।

ମୀନ- କର୍ମ ତତ୍ପରତା ପ୍ରକାଶ ପାଇବ । ସୁଖ ସମ୍ମାନର ଅଧିକାରୀ ହେବେ । ଉଚ୍ଚ ଆଶା ସଫଳ ହେବ । ରାଜନୈତିକ ବ୍ୟକ୍ତି ବିଶେଷଙ୍କର ପତିଆର ବୃଦ୍ଧି ପାଇବ ।