କୋଣାର୍କ ମହୋତ୍ସବ: ମୋହିଲା ତୃତୀୟ ସନ୍ଧ୍ୟା
Advertisement

କୋଣାର୍କ ମହୋତ୍ସବ: ମୋହିଲା ତୃତୀୟ ସନ୍ଧ୍ୟା

ଅର୍କକ୍ଷେତ୍ର କୋଣାର୍କର ସୂର୍ଯ୍ୟମନ୍ଦିର ପାଦଦେଶରେ ଚାଲିଥିବା ୩୦ ତମ କୋଣାର୍କ ମହୋତ୍ସବର ତୃତୀୟ ସନ୍ଧ୍ୟା ଥିଲା ବେଶ ନିଆରା.... ଗୁରୁ ସ୍ୱପ୍ନାରାଣୀ ସିହ୍ନାଙ୍କ  ଓଡିଶୀ ଏବଂ ମୋହିନୀ ଆଟ୍ଟମର ନୃତ୍ୟ ଦର୍ଶକଙ୍କ ମନମୁଗ୍ଧ କରିଥିଲା....

ଫଟୋ ସୌଜନ୍ୟ: ଜୀ ମିଡିଆ

କୋଣାର୍କ: ଅର୍କକ୍ଷେତ୍ର କୋଣାର୍କର ସୂର୍ଯ୍ୟମନ୍ଦିର ପାଦଦେଶରେ ଓଡିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ କୋଣାର୍କ ଉତ୍ସବର ତୃତୀୟ ସନ୍ଧ୍ୟା ପୁରାଣ ପ୍ରସଙ୍ଗ ଓ ଜୀବନ ଦର୍ଶନକୁ ଶାସ୍ତ୍ରୀୟ ନୃତ୍ୟ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା। ସଂଧ୍ୟାର ଅତିଥି ଭାବେ ପ୍ରିନ୍ସିପାଲ ଏ. ଜି. ଯଶୋଧାରା ରାୟ ଚୈଧୁରୀ, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ୍ , ସଂଗୀତ ନାଟକ ଏକାଡେମୀ ସଚିବ ଡ. ବିଜୟ କୁମାର ଜେନା ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସୁଦୃଶ୍ୟ ଆଲୋକର ସାଜସଜ୍ଜା ଓ ଭରପୁର ଦର୍ଶକ ଗ୍ୟାଲେରୀ ମଧ୍ୟସ୍ଥ ମୁକ୍ତାକାଶ ମଞ୍ଚରୁ ଓଡିଶୀ ଏବଂ ମୋହିନୀ ଆଟ୍ଟମର ନୃତ୍ୟ ଦର୍ଶକଙ୍କ ମନମୁଗ୍ଧ କରିଥିଲା । ଗୁରୁ ସ୍ୱପ୍ନାରାଣୀ ସିହ୍ନାଙ୍କ ନୃତ୍ୟଶିଳ୍ପୀ ବେଦର ଅଗ୍ନିସୃତିକୁ ନେଇ ନୃତ୍ୟ ପରିବେଷଣ କରିଥିବା ଦେଖିବାକୁ ମିଳିଥିଲା । ପରେ ନୃତ୍ୟ ନାଟିକାର ତ୍ରୀବେଣୀ ସଙ୍ଗମ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା ।

fallback

ଦ୍ୱିତୀୟ ଚରଣରେ ମୋହିନୀ ଆଟ୍ଟମର ସୁପ୍ରସିଦ୍ଧ ଗୁରୁ ଜୟପ୍ରଭା ମେନନ୍ ଓ ସାଥୀ ଶିଳ୍ପୀ ଗୀତ ଗୋବିନ୍ଦମର ଚର୍ଚ୍ଚିତ ଅଷ୍ଟପଦୀ ଚନ୍ଦନ ଚର୍ଚ୍ଚିତ ନୀଳ କଳେବରର ଉପସ୍ଥାପନା କରିଥିଲେ । ପ୍ରକୃତି ଓ ପୁରୁଷର ମିଳନରୁ ସୃଷ୍ଟି ସଂଜାତି ।.ଯାହା  ଜୀବନର ଆନନ୍ଦ ତତ୍ୱକୁ ପ୍ରକାଶ କରିଆସିଛି ଓ ଏହି ଉପଲବ୍ଧି ହିଁ ଜୀବନ ଜିଜ୍ଞାସାର ମୂଳତତ୍ୱ, ଯାହା ଶାସ୍ତ୍ରୀୟ ନୃତ୍ୟରେ ପ୍ରତିଭାତ ହୋଇଥିଲା ।  ମୋହିନୀ ଆଟ୍ଟମର ଅନ୍ତିମ ପ୍ରସ୍ତୁତିରେ ଜୀବ, ମୋକ୍ଷ ଓ ଉପସଂହାରର ଆବେଗକୁ ପ୍ରକାଶ କରିଥିଲା।

ଆହୁରି ପଢନ୍ତୁ; ଦର ବୃଦ୍ଧି ଇଫେକ୍ଟ: ଚୋର ସାଜିଲା ଚାଷୀ !