କଟକଣା ମଧ୍ୟରେ ଖୋଲିଲା କୋଣାର୍କ, ସୀମିତ ପର୍ଯ୍ୟଟକଙ୍କୁ ଅନୁମତି

କୋରୋନା ମୁକାବିଲା କ୍ଷେତ୍ରରେ ଓଡିଶାର ସ୍ଥିତି ଅନ୍ୟ ରାଜ୍ୟଙ୍କ ତୁଳନାରେ ଅପେକ୍ଷାକୃତ ଭଲ ରହିଛି । ଏହା ମଧ୍ୟରେ କୋଣାର୍କ ବାସୀଙ୍କ ମୁହଁରେ ହସ ଫୁଟାଇଛନ୍ତି କେନ୍ଦ୍ରସରକାର । ସୂର୍ଯ୍ୟମନ୍ଦିର ଉପରେ ନିର୍ଭର କରୁ୍ଥିବା ସାଧାରଣ ଗରିବ ଖଟିଖିଆ । କୋରୋନା ମାଡରେ ହୋଇପଡିଥିଲେ ଘାଇଲା । ଦିନକୁ ଦୁଇ ଓଳି ଦୁଇ ମୁଠା ଦାନା ଯୋଗାଡ କରିବା ସେମାନଙ୍କ ଲାଗି ହୋଇ ପଡିଥିଲା କଷ୍ଟସାଧ୍ୟ । ବେଶ କିଛି ଦିନ ଧରି ବିଶ୍ୱପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା କୋଣାର୍କ ଏବେ ଖୋଲିବାକୁ ଯାଉଥିବାର ଏବେ ସେମାନଙ୍କ ମୁଁହରେ ହସ ଫୁଟିଛି ।

କଟକଣା ମଧ୍ୟରେ ଖୋଲିଲା କୋଣାର୍କ, ସୀମିତ ପର୍ଯ୍ୟଟକଙ୍କୁ ଅନୁମତି