ସତରେ କ'ଣ କିମ ଜୋଙ୍ଗ ଉନ୍ ମୃତ, ପିତାଙ୍କ ମୃତ୍ୟୁ ବେଳେ ମଧ୍ୟ ହୋଇଥିଲା ଏପରି କିଛି...
Advertisement
Article Detail0/zeeodisha/odisha672756

ସତରେ କ'ଣ କିମ ଜୋଙ୍ଗ ଉନ୍ ମୃତ, ପିତାଙ୍କ ମୃତ୍ୟୁ ବେଳେ ମଧ୍ୟ ହୋଇଥିଲା ଏପରି କିଛି...

ପିତାଙ୍କ ମୃତ୍ୟୁ ପରେ ମଧ୍ୟ ଘୋଷଣାରେ ହୋଇଥିଲା ବିଳମ୍ବ

ଫାଇଲ ଫଟୋ
ଫାଇଲ ଫଟୋ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଗଣମାଧ୍ୟମରେ ବର୍ତ୍ତମାନ ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ ଉନକୁ ନେଇ ଅନେକ ଚର୍ଚ୍ଚା । ସତରେ କ'ଣ ୩୬ ବର୍ଷୀୟ ଏହି ଏକଛତ୍ରବାଦୀ ଶାସକଙ୍କ ମୃତ୍ୟୁ ହୋଇଛି ? ଏ ଚର୍ଚ୍ଚାକୁ ଖୋରାକ ଯୋଗାଇଛି ବେଜିଙ୍ଗ ସ୍ଥିତ ଏକ ସାଟେଲାଇଟ ଚ୍ୟାନେଲ । ଉକ୍ତ ଚ୍ୟାନେଲ ସୋସିଆଲ ମିଡିଆ  Weiboରେ ଏପରି କିଛି ଦାବି କରିଛି । ହଂକଂର ସ୍ଥିତ ଏହି ସାଟେଲାଇଟ ଚ୍ୟାନେଲର Vice director ଶିଜିୟାନ ଶିଙ୍ଗଜାଓ ( Shijian Xingzou) ଉଚ୍ଚ ସ୍ତରୀୟ ସୂତ୍ରର ନାଁ ନେଇ ଏଭଳି କିଛି ନିଜ ସୋସିଆଲ ଆକାଉଣ୍ଟରେ ଲେଖିଛନ୍ତି । ସେ ନିଜ ସୋସିଆଲ ଆକାଉଣ୍ଟ Weiboରେ କହିଛନ୍ତି, ଉତ୍ତର କୋରିଆର ନେତାଙ୍କ ନିଧନ ହୋଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଶିଜିୟାନ ଚୀନର ବିଦେଶ ମନ୍ତ୍ରୀଙ୍କ ଅତି ନିକଟତର ବ୍ୟକ୍ତି । ଶିଜିୟାନଙ୍କ Weibo(ସୋସିଆଲ ମିଡିଆ)ରେ ୧.୫ କୋଟି ଫୋଲୟର୍ସ ମଧ୍ୟ ଅଛନ୍ତି । ତେଣୁ ତାଙ୍କର ବୟାନର ଗୁରୁତ୍ୱ ମଧ୍ୟ ସେତିକି ରହିଥିବା ଚର୍ଚ୍ଚା ହେଉଛି । 

ତେବେ ଶିଜିୟାନଙ୍କ ଏଭଳି ଦାବିକୁ ଉତ୍ତର କୋରିଆ ସମେତ ଅନ୍ୟ କୌଣସି ଦେଶର ଏଜେନ୍ସି ମଧ୍ୟ ସ୍ପଷ୍ଟ କରିନାହାଁନ୍ତି । ଉତ୍ତର କୋରିଆର ସରକାରୀ ଖବର ସରବରାହ ସଂସ୍ଥା ମଧ୍ୟ ଏହା ଉପରେ କୌଣସି ପ୍ରତିକ୍ରିୟା ରଖିନି । ତେବେ କାହାକୁ ଜଣାନାହିଁ କିମ୍ ଜୋଙ୍ଗ ଏବେ କେଉଁଠି ? ତେବେ କିମ ଜୋଙ୍ଗଙ୍କ ଚିକିତ୍ସା ପାଇଁ ଚୀନ ଏକ ବିଶେଷଜ୍ଞ ଟିମ୍ ପଠାଇଥିବା କିଛି ନ୍ୟୁଜ ଏଜେନ୍ସିରୁ ଜଣାପଡିଛି । 

ଏଠାରେ ଆମେ ଆପଣଙ୍କୁ କହିରଖୁଛୁ, କିମ୍ ଜୋଙ୍ଗ୍ ଉନକୁ ନେଇ ଏଭଳି କିଛି ଖବର ପ୍ରଥମେ ୨୧ ଏପ୍ରିଲରେ ଆସିଥିଲା । ଆମେରିକୀୟ ଅଧିକାରୀଙ୍କ ସୂତ୍ର କହି ଅନ୍ତର୍ଜାତୀୟ ଗଣମାଧ୍ୟମ କିମ୍ ଜୋଙ୍ଗ୍ ଗୁରୁତର ଅସୁସ୍ଥ ବୋଲି ଖବର ପ୍ରକାଶ କରିଥିଲା । ହାର୍ଟ ସର୍ଜରୀ ପରେ କିମ୍ ଗୁରୁତର ଥିବା ଖବର ବାହାରିଥିଲା । ତେବେ ଏହି ରିପୋର୍ଟର ସୂତ୍ର ଦକ୍ଷିଣ କୋରିଆର ଇଣ୍ଟରନେଟ ସମାଚାର ଆଉଟଲେଟ ବୋଲି ମଧ୍ୟ କୁହାଯାଇଥିଲା । କେହି କେହି ଏହା ମଧ୍ୟ କହିଥିଲେ ଯେ, କିମ ଜୋଙ୍ଗଙ୍କ ମସ୍ତିସ୍କ ଡେଡ୍ ହୋଇଯାଇଛି । 

ପିତାଙ୍କ ମୃତ୍ୟୁ ପରେ ମଧ୍ୟ ଘୋଷଣାରେ ହୋଇଥିଲା ବିଳମ୍ବ

୨୦୧୧ରେ କିମ୍ ଜୋଙ୍ଗ ଉନଙ୍କ ପିତା କିମ୍ ଜୋଙ୍ଗ୍ ଇଲଙ୍କ ମୃତ୍ୟୁ ହୋଇଥିଲା । ଆଉ ଏହା ପରେ କିମ୍ ଜୋଙ୍ଗ୍ ଉନ୍ ଉତ୍ତର କୋରିଆର ଶାସନ ଦାୟିତ୍ୱ ନେଇଥିଲେ । ତେବେ କିମ୍ ଜୋଙ୍ଗ ଇଲଙ୍କ ମୃତ୍ୟୁ ହେବାର ୨ ଦିନ ପରେ ଯାଇ ଏହାର ଅଫିସିଆଲ୍ ଘୋଷଣା ହୋଇଥିଲା । ଅର୍ଥାତ ଉତ୍ତର କୋରିଆର ଲୋକେ ମଧ୍ୟ ୨ ଦିନ ପରେ ଜାଣିପାରିଥିଲେ ଯେ, ତାଙ୍କ ନେତା ଆଉ ନାହାଁନ୍ତି । କଳା କପଡା ପିନ୍ଧି ଉତ୍ତର କୋରିଆର ଆଙ୍କର ଏହି ଖବର ପଢ଼ିଥିଲେ । 

;