• ଆସନ୍ତାକାଲିଠୁ ଦେଶବ୍ୟାପୀ କୋରୋନା ଟିକାକରଣ
  • ଶେଷ ପର୍ଯ୍ୟାୟରେ ରାଜ୍ୟରେ ଟିକାକରଣ ପ୍ରସ୍ତୁତି
  • ଶନିବାର ସାଢେ ୧୦ଟାରେ କରୋନା ଟିକାକରଣର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
  • ପ୍ରଥମ ଦିନରେ ୩ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟିକା
  • କଳାହାଣ୍ଡିରେ ୧୦୬୪ କୋଟିରୁ ଅଧିକ ଟଙ୍କାର ୫୪ଟି ପ୍ରକଳ୍ପର ଲୋକାର୍ପଣ
  • ୧୦୬ଟି ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
  • ଏଥର ବର୍ଷ ଗଣତନ୍ତ୍ର ଦିବସରେ ରହିବେନି ବିଦେଶୀ ଅତିଥି
  • କୋଭିଡ କଟକଣା ଯୋଗୁୁଁ ରାଷ୍ଟ୍ର ମୁଖ୍ୟକୁ ନଡାକିବାକୁ ବିଦେଶ ମନ୍ତ୍ରାଳୟର ନିଷ୍ପତ୍ତି ।
  • କୃଷକ ଆନ୍ଦୋଳନ: ସୁପ୍ରିମକୋର୍ଟଙ୍କ ଗଠିତ ୪ ଜଣିଆ କମିଟିରୁ ଓହରିଗଲେ ଭୂପିନ୍ଦର ସିଂ ମାନ
  • ଲେଉଟିବ ଶୀତ! ଆସନ୍ତା ଦୁଇ ଦିନ ୭ ଜିଲ୍ଲାକୁ ଘନ କୁହୁଡି ସମ୍ଭାବନା

ହାଉସଫୁଲ ୪ ପରେ ପୁଣିଥରେ ଏହି ଫିଲ୍ମରେ କୃତି ସେନନ ସହ ନଜରକୁ ଆସିବେ ଅକ୍ଷୟ କୁମାର

କ୍ରିସମସ ୨୦୨୦ରେ ରିଲିଜ ହେବାକୁ ଥିବା 'ବଚ୍ଚନ ପାଣ୍ଡେ'ରେ ଅକ୍ଷୟ ଓ କୃତିଙ୍କ ଯୋଡ଼ି ନଜରକୁ ଆସିବେ । ଏହି ଫିଲ୍ମ ସାଜିଦ ନାଡିୟାୱାଲା ପ୍ରୋଡ୍ୟୁସ କରୁଛନ୍ତି । ଅନ୍ୟପକ୍ଷେ ଏହାକୁ ଫରହାଦ ସାମଜୀ ନିର୍ଦ୍ଦେଶନା ଦେଉଛନ୍ତି । ବଚ୍ଚନ ପାଣ୍ଡେଙ୍କ ପୋଷ୍ଟର ମଧ୍ୟ ରିଲିଜ ହୋଇ ସାରିଛି ।  

ହାଉସଫୁଲ ୪ ପରେ ପୁଣିଥରେ ଏହି ଫିଲ୍ମରେ କୃତି ସେନନ ସହ ନଜରକୁ ଆସିବେ ଅକ୍ଷୟ କୁମାର

ନୂଆଦିଲ୍ଲୀ: ନିକଟ ଅତୀତରେ ରିଲିଜ ହୋଇଥିବା ଫିଲ୍ମ 'ହାଉସଫୁଲ 4'ରେ ଅକ୍ଷୟ କୁମାର ଓ କୃତି ସେନନଙ୍କ ଯୋଡ଼ି ନଜରକୁ ଆସିଥିଲା । ଫିଲ୍ମ ସହ ଏହି ଯୋଡ଼ିଙ୍କୁ ମଧ୍ୟ ଦର୍ଶକ ବେଶ ପସନ୍ଦ କରିଛନ୍ତି । ବର୍ତ୍ତମାନ ପୁଣିଥରେ ଏହି ଯୋଡ଼ି ଏକାଠି ଗୋଟିଏ ଫିଲ୍ମରେ କାମ କରିବାକୁ ଯାଉଛନ୍ତି ।

କ୍ରିସମସ ୨୦୨୦ରେ ରିଲିଜ ହେବାକୁ ଥିବା 'ବଚ୍ଚନ ପାଣ୍ଡେ'ରେ ଅକ୍ଷୟ ଓ କୃତିଙ୍କ ଯୋଡ଼ି ନଜରକୁ ଆସିବେ । ଏହି ଫିଲ୍ମ ସାଜିଦ ନାଡିୟାୱାଲା ପ୍ରୋଡ୍ୟୁସ କରୁଛନ୍ତି । ଅନ୍ୟପକ୍ଷେ ଏହାକୁ ଫରହାଦ ସାମଜୀ ନିର୍ଦ୍ଦେଶନା ଦେଉଛନ୍ତି । ବଚ୍ଚନ ପାଣ୍ଡେଙ୍କ ପୋଷ୍ଟର ମଧ୍ୟ ରିଲିଜ ହୋଇ ସାରିଛି ।  

ସେହିପରି ବିଗତ କିଛି ଦିନ ପୂର୍ବେ ମ୍ୟୁଜିକ ଭିଡିଓରେ ଡେବ୍ୟୁ କରିଥିଲେ ବଲିଉଡ ଅଭିନେତା ଅକ୍ଷୟ କୁମାର । ତାଙ୍କ ପ୍ରଥମ ମ୍ୟୁଜିକ ଭିଡିଓ 'ଫିଲହାଲ' ରିଲିଜ ହୋଇଯାଇଛି । ଯେଉଁଥିରେ ସେ କୃତି ସେନନଙ୍କ ଭଉଣୀ ନୁପୂର ସହ ରୋମାନ୍ସ କରୁଥିବାର ନଜରକୁ ଆସିଛି ।

ବି ପ୍ରାକ ଏହି ଗୀତରେ ନିଜ ସ୍ୱର ଦେଇଛନ୍ତି । ଏହା ଏକ ଅସଂପୂର୍ଣ୍ଣ ପ୍ରେମ କାହାଣୀ ଉପରେ ଆଧାରିତ ମ୍ୟୁଜିକ ଭିଡିଓ । ଏହି ମ୍ୟୁଜିକ ଭିଡିଓରେ ଦୁଇ ପ୍ରେମୀ ଯୁଗଳ ସମାଜ ଦ୍ୱାରା ଗଢା ଯାଇଥିବା ନିୟମ ଯୋଗୁଁ ଏକାଠି ହୋଇ ପାରି ନଥାଏ ।

ବର୍କ ଫ୍ରଣ୍ଟର କଥା ଆଲୋଚନା କରିବା ତେବେ ଫିଲହାଲ ମ୍ୟୁଜିକ ଭିଡିଓ ବ୍ୟତୀତ, ଅକ୍ଷୟ କୁମାରଙ୍କ ନିକଟ ଅତୀତରେ ହାଉସଫୁଲ ୪ ରିଲିଜ ହୋଇଥିଲା । ଯାହା ବକ୍ସ ଅଫିସରେ ଚମତ୍କାର ପ୍ରଦର୍ଶନ କରୁଛି । ଅତିଶୀଘ୍ର ତାଙ୍କ ଆଉଁ ଫିଲ୍ମ ରିଲିଜ ହେବାକୁ ଯାଉଛି । ସେ ସୂର୍ଯ୍ୟବଂଶୀ ଓ ଗୁଡ ନ୍ୟୁଜରେ ନଜରକୁ ଆସିବେ । ଏହା ବ୍ୟତୀତ ତାଙ୍କ ପାଖରେ ପୃଥ୍ୱୀରାଜ ଚୌହ୍ୱାନଙ୍କ ବାୟୋପିକ, ବଚ୍ଚନ ପାଣ୍ଡେ, ଲକ୍ଷ୍ମୀ ବୋମ ଓ ନିଖିଲ ଆଡଭାନୀଙ୍କ ଫିଲ୍ମ ରହିଛି ।