ଦିଲ୍ଲୀ ନିର୍ବାଚନ: ନିଆଁରେ ଘିଅ ଢାଳିଲେ ବିଶ୍ୱାସ

ଆଗାମୀ ନିର୍ବାଚନ ପାଇଁ ଦିଲ୍ଲୀରେ ରାଜନୈତିକ ପାଣିପାଗ ବେଶ ଉଷ୍ମ ହୋଇ ପଡ଼ିଛି। ତେବେ ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି ୭୦ଟି ଆସନ ପାଇଁ ତାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ସେପଟେ ପ୍ରାର୍ଥୀ ତାଲିକାକୁ ନେଇ ଦେଖାଦେଇଛି ଅସନ୍ତୋଷ। ଏହି ଅସନ୍ତୋଷର ନିଆଁରେ ଘିଅ ଢାଳିଛନ୍ତି ପୂର୍ବତନ ଆପ ନେତା କୁମାର ବିଶ୍ୱାସ। 

ଦିଲ୍ଲୀ ନିର୍ବାଚନ: ନିଆଁରେ ଘିଅ ଢାଳିଲେ ବିଶ୍ୱାସ
ଟିକେଟ ବଣ୍ଟନକୁ ନେଇ ଆପରେ ଝଡ଼

ନୂଆଦିଲ୍ଲୀ: ଆଗାମୀ ଦିଲ୍ଲୀ ନିର୍ବାଚନ ପାଇଁ ରାଜନୈତିକ ମାହୋଲ ଏବେ ବେଶ ଉଷ୍ମ। ଏହାରି ମଧ୍ୟରେ ଚାଲିଛି ଆରୋପ ପ୍ରତ୍ୟାରୋପର ପର୍ବ। ନିର୍ବାଚନ ବୈତରଣୀ ପାର ହେବାକୁ ଆରମ୍ଭ ହୋଇଛି କଡ଼ା ରଣନୀତି। କିଏ ନିଜର ବିଗତ ୫ ବର୍ଷର କାମକୁ ଆଧାର କରି ଭୋଟ ମାଗିବା ଆରମ୍ଭ କରିଛି ତ ଆଉ କିଏ ଅନ୍ୟର ଅପାରଗ ପଣିଆକୁ ଆଧାର କରି ନିର୍ବାଚନ ଲଢିବାକୁ ପ୍ରୟାସ ଜାରି ରଖିଛି। ତେବେ ସେ ଯାହାବି ହେଉ, ଆଗାମୀ ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି ୭୦ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମକୁ ଘୋଷଣା କରିସାରିଛି। ଆଉ ଏହି ପ୍ରାର୍ଥୀଙ୍କୁ ନେଇ ବର୍ତ୍ତମାନ ଦଳୀୟ କନ୍ଦଳ ତଥା ପ୍ରାର୍ଥୀଙ୍କ ଅସନ୍ତୋଷ ଧିରେଧିରେ ସାମ୍ନାକୁ ଆସିବାରେ ଲାଗିଛି।

ଅଧିକ ପଢନ୍ତୁ: ୧୦ କୋଟି ଦିଅ, ଟିକଟ ନିଅ !

ଟିକେଟ ବଣ୍ଟନକୁ ନେଇ ଦଳୀୟ ବିଧାୟକ ବିଷ ଓଗାଳିଥିବା ବେଳେ ତାଙ୍କ ସ୍ୱରରେ ସ୍ୱର ମିଳାଇଛନ୍ତି ପୂର୍ବତନ ଆପ ନେତା ତଥା ବିଶିଷ୍ଟ କବି କୁମାର ବିଶ୍ୱାସ। କୁମାର ବିଶ୍ୱାସ କହିଛନ୍ତି କି, ଦଳରେ ଧିରେଧିରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଯେଉଁମାନଙ୍କ ଠାରୁ ୨୦୧୩ରେ ଦଳୀୟ ନେତା ମାଡ଼ ଖାଇଥିଲେ, ସେହିମାନଙ୍କୁ ଡାକି ଟିକେଟ ପ୍ରଦାନ କରାଯାଇଛି। ଆମେମାନେ ଏମାନଙ୍କ ସହିତ ଲଢି ବିଜୟ ହାସଲ କରିଥିଲୁ। ମାତ୍ର ଆଜି ୨୦୨୦ ନିର୍ବାଚନରେ ଏମାନଙ୍କୁ ଡକାଯାଇ ଟିକେଟ ପ୍ରଦାନ କରାଯାଇଛି ବୋଲି କୁମାର ବିଶ୍ୱାସ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି। ଏଠାରେ କହିରଖୁଛୁ ଯେ ଏକ ପୁରୁଣା ଟ୍ୱିଟକୁ ଆଧାର କରି ବିଶ୍ୱାସ ଏହି ଟ୍ୱିଟ କରିଛନ୍ତି। ଉକ୍ତ ପୁରୁଣା ଟ୍ୱିଟରେ ଉଲ୍ଲେଖ ରହିଛି ଯେ, ଧନୱନ୍ତି ଚନ୍ଦେଲାର ଗୁଣ୍ଡାମାନେ ଆପ ଦଳର କାର୍ଯ୍ୟକର୍ତ୍ତାଙ୍କୁ ମାଡ ମାରିଥିଲେ। 

ଟିକେଟ ବଣ୍ଟନକୁ ନେଇ ଆପରେ ଝଡ଼

ଅଧିକ ପଢନ୍ତୁ: ନଅ ଟଙ୍କାରେ ନୂଆଦିଲ୍ଲୀ ଦଖଲ !

ସୂଚନା ଯୋଗ୍ୟ ଗତକାଲି ଆପ ପକ୍ଷରୁ ୭୦ଟି ଆସନ ପାଇଁ ପ୍ରାର୍ଥୀଙ୍କ ଘୋଷଣା କରାଯାଇଛି। ସେଥିରେ ବର୍ତ୍ତମାନର ୧୫ ଜଣ ବିଧାୟକଙ୍କୁ ଟିକେଟ ଦେଇନାହିଁ ଦଳ। ଦିଲ୍ଲୀ କ୍ୟାଣ୍ଟରୁ ଦୁଇଥର ବିଧାୟକ ରହିଥିବା କମାଣ୍ଡୋ ସୁରେନ୍ଦ୍ର ସିଂଙ୍କୁ ମଧ୍ୟ ଦଳ ଟିକେଟ ପ୍ରଦାନ କରିନାହିଁ। ତେବେ ଏକ ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ କହିଥିଲେ କି, କମାଣ୍ଡୋମାନଙ୍କ ଏକ ନାରା ରହିଛି। ଜବ ମୁସ୍କିଲ ଓ୍ୱକ୍ତ, କମାଣ୍ଡୋ ସଖତ। ରାଜନୀତିରେ ଏହା ସବୁ ଲାଗିରହିଥାଏ। ଏଥିରେ ମନଦୁଖ କରିବାର କୌଣସି କାରଣ ନାହିଁ ବୋଲି ସେ କହିଥିଲେ। ସେହିପରି ପୂର୍ବଥର ୬ ଜଣ ମହିଳାଙ୍କୁ ଦଳ ଟିକେଟ ଦେଇଥିବା ବେଳେ ଆଗାମୀ ନିର୍ବାଚନ ପାଇଁ ୮ ଜଣ ମହିଳାଙ୍କୁ ଟିକେଟ ପ୍ରଦାନ କରିଛି।