ବିଜେପିରେ ମିଶିବେ କୁମାର ବିଶ୍ୱାସ !

ଦିଲ୍ଲୀ ବିଧାନସଭାକୁ ଖୁବ କମ ଦିନ ବାକି ରହିଯାଇଛି। ଆସନ୍ତା ମାସ ୮ ତାରିଖରେ ମତଦାନ 

ବିଜେପିରେ ମିଶିବେ କୁମାର ବିଶ୍ୱାସ !
ବିଜେପିରେ ମିଶିବେ କୁମାର ବିଶ୍ୱାସ !

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାକୁ ଖୁବ କମ ଦିନ ବାକି ରହିଯାଇଛି। ଆସନ୍ତା ମାସ ୮ ତାରିଖରେ ମତଦାନ 

ଅନୁ୍ଷ୍ଠିତ ହେବ। ଏହା ପୂର୍ବରୁ ଆରମ୍ଭ ହୋଇ ଗଲାଣି ଦଳ ଡିଆଁ ପର୍ବ। ତେବେ ଏହି କ୍ରମରେ ଆପର ପୂର୍ବତନ ନେତା ତଥା ବିଶିଷ୍ଟ କବି କୁମାର ବିଶ୍ୱାସ ବିଜେପିରେ ଯୋଗଦାନ କରିବା ନେଇ ବେଶ ଆଲୋଚନା ହେଉଛି। 

ମିଳିଥିବା ସୂଚନା ମୁତାବକ ଦୋହାରେ ଏକ ଉତ୍ସବରେ ଯୋଗ ଦେଇଥିଲେ କୁମାର ବିଶ୍ୱାସ। ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବା ସମୟରେ ସେ କହିଥିଲେ ଯଦି କହିବ ଏହିଠାରୁ ହିଁ ମୁଁ ଯୋଗ ଦେଇଦେବି। ବାରମ୍ବାର ଏହି କଥାକୁ ଦୋହରାଇବାର କୌଣସି ଆବଶ୍ୟକତା ନାହିଁ। ଏହାକୁ ସେ ନିଜ ଟ୍ୱିଟର ଆକାଉଣ୍ଟରେ ମଧ୍ୟ ପକାଇଥିଲେ। ଫଳରେ ଏହି ଟ୍ୱିଟରୁ ହିଁ ସ୍ପଷ୍ଟ ଅନୁମେୟ ହୋଇଥିଲା ଯେ, ସେ ଖୁବ ନିକଟରେ କୌଣସି ରାଜନୈତିକ ଦଳରେ ଯୋଗ ଦେଇପାରନ୍ତି। ମାତ୍ର ତାହାକୁ ଖଣ୍ଡନ କରିଛନ୍ତି ଖୋଦ କୁମାର ବିଶ୍ୱାସ।  କୁମାର ବିଶ୍ୱାସ କହିଛନ୍ତି କି, ଏହା ସମ୍ପୂର୍ଣ୍ଣ ଭାବେ ମିଛ କଥା। ମୋର କୌଣସି ଦଳରେ ଯୋଗ ଦାନ କରିବାର ନାହିଁ। 

ଅଧିକ ପଢନ୍ତୁ: ଦିଲ୍ଲୀ ନିର୍ବାଚନ: ନିଆଁରେ ଘିଅ ଢାଳିଲେ ବିଶ୍ୱାସ

ସୂଚନା ଯୋଗ୍ୟ କୁମାର ବିଶ୍ୱାସ ଆପରେ ଯୋଗଦାନ କରିବା ସହିତ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ଦଳରେ ଥିବା ସମୟରେ ସେ ରାହୁଳ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ବିରୋଧରେ ଲୋକସଭା ନିର୍ବାଚନ ଲଢିଥିଲେ। ସେହିପରି ସେ ୨୦୧୪ ମସିହାରେ ସ୍ମୃତି ଇରାନୀଙ୍କ ବିପକ୍ଷରେ ମଧ୍ୟ ଲୋକସଭାନ ନିର୍ବାଚନ ଲଢିସାରିଛନ୍ତି। 

ତେବେ ପରବର୍ତ୍ତି ସମୟରେ ଦିଲ୍ଲୀର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲଙ୍କ ସହିତ ମତାନ୍ତର କାରଣରୁ କୁମାର ବିଶ୍ୱାସ ଆପରୁ ଇସ୍ତଫା ଦେଇଥିଲେ। ଉଭୟଙ୍କ ମଧ୍ୟରେ ବିଧାୟକ ଅମାନତୁଲ୍ଲା ଖାନଙ୍କୁ ନେଇ ବିବାଦ ଦେଖାଦେଇଥିଲା। ଅମାନତୁଲ୍ଲାଙ୍କୁ ନେଇ କୁମାର ବିଶ୍ୱାସ ବିବାଦୀୟ ବୟାନ ଦେଇଥିଲେ। ଯାହାକୁ ନେଇ ଅରବିନ୍ଦ କେଜରିଓ୍ୱାଲଙ୍କୁ ଦଳରୁ ତାଙ୍କୁ ବହିଷ୍କାର କରିବାକୁ ପଡ଼ିଥିଲା।