close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଯେବେ ତୋ ଗାଡିରେ ମୋ ଗାଡି ଟଚ୍ ହୋଇଗଲା...

ତିସ ହଜାରୀ କୋର୍ଟରେ ଓକିଲ ଓ ପୋଲିସ ମୁହାଁମୁହିଁ ଘଟଣା । ଏହାକୁ ନେଇ ଟ୍ୱିଟ କରିଛନ୍ତି କୁମାର ବିଶ୍ୱାସ ।

ଯେବେ ତୋ ଗାଡିରେ ମୋ ଗାଡି ଟଚ୍ ହୋଇଗଲା...
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ତିସ ହଜାରୀ କୋର୍ଟରେ ଓକିଲ ଓ ପୋଲିସ ମୁହାଁମୁହିଁ ଘଟଣା । ଏହାକୁ ନେଇ ଟ୍ୱିଟ କରିଛନ୍ତି କୁମାର ବିଶ୍ୱାସ । ସାଧାରଣ ଘଟଣାକୁ ନେଇ ଘଟିଥିବା ତୁମୁଳକାଣ୍ଡକୁ କଡା ସମାଲୋଚନା କରିଛନ୍ତି ସେ । ପାର୍କିଂକୁ ନେଇ ପୋଲିସ ଓ ଓକିଲଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପରବର୍ତ୍ତୀ ସମୟରେ ଏହା ଉଗ୍ରରୂପ ନେଇଥିଲା । 

ନିଜ ଟ୍ୱିଟରେ କୁମାର ବିଶ୍ୱାସ ଏହି ଘଟଣାକୁ କଡା ସମାଲୋଚନା କରିଛନ୍ତି । ଆଇନ ବିଶେଷଜ୍ଞ ଏବଂ ଆଇନ ରକ୍ଷାକାରୀଙ୍କ ଗାଡି ଯେତେବେଳେ ସାମ୍ନାସାମ୍ନି ହୋଇଗଲା, ଦେଶର ଆଇନକୁ ଉଭୟ ପକ୍ଷ ମିଶି କୁଆଡେ ଫିଙ୍ଗିଦେଲେ । ଆଉ ସରକାରୀ ଏବଂ ଘରୋଇ ଯାନ ବାହନ ଜାଳିଦେଲେ ବୋଲି କହିଛନ୍ତି କୁମାର ବିଶ୍ୱାସ । 

କହିରଖୁଛୁ, ଶନିବାର ଦିଲ୍ଲୀରେ ପୋଲିସ-ଓକିଲ ଲଢେଇ ଉଗ୍ରରୂପ ଧାରଣ କରିଥିଲା । ଯାହା କୁହାଯାଉଛି, ପାର୍କିଂକୁ ନେଇ ଆରମ୍ଭ ହୋଇଥିଲା ବିବାଦ । ତିସ ହଜାର କୋର୍ଟର ଲୋକଅପ ବାହାରେ ଓକିଲ ଓ ପୋଲିସଙ୍କ ମଧ୍ୟରେ ଜୋରଦାର ମାରପିଟ ହୋଇଥିଲା । ଅଭିଯୋଗ ଆସୁଛି ଯେ ତୃତୀୟ ବାଟାଲିୟନର ପୋଲିସମାନେ ଓକିଲଙ୍କ ଉପରେ ଆକ୍ରମଣ କରିଥିଲା । ଏହାପରେ କୋର୍ଟରେ ହୋଇଥିଲା ଜୋରଦାର ହଙ୍ଗାମା । ଦିଲ୍ଲୀ ବାର୍‌ କାଉନସିଲ୍‌ ଅଧ୍ୟକ୍ଷ ଓକିଲମାନଙ୍କୁ ସମର୍ଥନ ଜଣାଇଛନ୍ତି। 

ତିସ୍‌ ହଜାରୀ ବାର ଆସୋସିଏସନ୍‌ର ଜଣେ କର୍ମକର୍ତ୍ତା କହିଛନ୍ତି, ଜଣେ ଓକିଲ କୋର୍ଟକୁ ଆସିଥିବାବେଳେ ଏକ ପୁଲିସ୍‌ ଗାଡ଼ି ତାଙ୍କ ଗାଡ଼ିରେ ମାଡ଼ ହୋଇଥିଲା। ଓକିଲ ଜଣକ ଏହି ଘଟଣାକୁ ନେଇ ପ୍ରଶ୍ନ କରିବାରୁ ୬ ଜଣ ପୁଲିସ୍‌ ତାଙ୍କୁ ମାଡ଼ ମାରିଥିଲେ। ଲୋକେ ଏହା ଦେଖି ପୁଲିସ୍‌ ଡାକିଥିଲେ। ପରେ ଘଟମାକ୍ରମେ ପୁଲିସ୍‌ ପକ୍ଷରୁ ଗୁଳିମାଡ଼ କରାଯାଇଥିଲା।

 

ଅନ୍ୟପଟେ ଦିଲ୍ଲୀ ପୁଲିସ୍‌ ଏହି ଅଭିଯୋଗକୁ ଖଣ୍ଡନ କରିଛି । ଶୃଙ୍ଖଳା ପାଇଁ ବର୍ତ୍ତମାନ ସୁରକ୍ଷାକର୍ମୀ ମୂତୟନ ହୋଇଛନ୍ତି । ସେପଟେ ଏହି ଗଣ୍ଡଗୋଳର ମଉକା ନେଇ ଉତ୍ତରପ୍ରଦେଶ ପୁଲିସ୍‌ ହେପାଜତରେ ଥିବା ଜଣେ କଏଦୀ ଖସିଯିବାକୁ ସକ୍ଷମ ହୋଇଥିଲା।