• ରାଜ୍ୟରେ ବ୍ୟାପକ ହେବ 'ମୋ-ସ୍କୁଲ୍ ଅଭିଯାନ'
  • ରାଜ୍ୟରେ ବ୍ୟାପକ ହେବ 'ମୋ-ସ୍କୁଲ୍ ଅଭିଯାନ'
  • ୧୦୦ ସ୍କୁଲର ବିକାଶ ଦାୟିତ୍ୱ ନେବ 'ମୋ-ସ୍କୁଲ୍ ଅଭିଯାନ'
  • ଉତ୍ତମ ପ୍ରଦର୍ଶନ କଲେ ଶିକ୍ଷକମାନଙ୍କୁ ପୁରସ୍କୃତ କରାଯିବ
  • '5Tରେ ଅନ୍ତର୍ଭୂକ୍ତ ପରେ ମୋ-ସ୍କୁଲ୍ ଅଭିଯାନ'କୁ ଗୁରୁତ୍ୱ
  • ଶିକ୍ଷା ବ୍ୟବସ୍ଥାକୁ ଅଧିକ ସକ୍ରିୟ କରିବାକୁ ସରକାର ନିଷ୍ପତ୍ତି
  • ବର୍ଷକ ମଧ୍ୟରେ ୩୦ଟି ଜିଲ୍ଲାରେ ୧୦୦ଟି ସ୍କୁଲ ଚୟନ ହେବ
  • ଚୟନ ସ୍କୁଲକୁ ମଡେଲ୍ ସ୍କୁଲରେ ବିକଶିତ କରାଯିବ
  • ପ୍ରତି ଜିଲ୍ଲାରୁ ଅତିକମରେ ୩ଟି ଲେଖାଁଏ ସ୍କୁଲ ରହିବ
  • ଖୁବଶୀଘ୍ର ଆରମ୍ଭ ହେବ 'ଷ୍ଟୁଡେଣ୍ଟ ଆଡପସନ୍' କାର୍ଯ୍ୟକ୍ରମ

ଶିବକୁମାରଙ୍କୁ ଭେଟିଲେ କୁମାରସ୍ୱାମୀ

ତିହାର ଜେଲରେ କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ । ଅର୍ଥ ହେରଫେର(ମନି ଲଣ୍ଡ୍ରିଂ) ମାମଲାରେ ଗିରଫ ହୋଇ ଜେଲରେ ଥିବା ବରିଷ୍ଠ କଂଗ୍ରେସ ନେତା ଡିକେ ଶିବକୁମାରଙ୍କୁ ଭେଟିଛନ୍ତି ସେ । 

ଶିବକୁମାରଙ୍କୁ ଭେଟିଲେ କୁମାରସ୍ୱାମୀ
hd kumaraswamy meet dk shivakumar

ନୂଆଦିଲ୍ଲୀ: ତିହାର ଜେଲରେ କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ । ଅର୍ଥ ହେରଫେର(ମନି ଲଣ୍ଡ୍ରିଂ) ମାମଲାରେ ଗିରଫ ହୋଇ ଜେଲରେ ଥିବା ବରିଷ୍ଠ କଂଗ୍ରେସ ନେତା ଡିକେ ଶିବକୁମାରଙ୍କୁ ଭେଟିଛନ୍ତି ସେ । ରାଜନୀତି ଓ ବ୍ୟକ୍ତିଗତ ସମ୍ପର୍କ ପୃଥକ ପୃଥକ ବୋଲି କହିଛନ୍ତି କୁମାରସ୍ୱାମୀ । 

ତିହାର ଜେଲ ପରିସରରେ ଉଭୟଙ୍କ ମଧ୍ୟରେ ଏହି ସାକ୍ଷାତ ହୋଇଥିଲା । ସାକ୍ଷାତ ପରେ କୁମାରସ୍ୱାମୀ କହିଥିଲେ, ଏହା ବ୍ୟକ୍ତିଗତ ସାକ୍ଷାତ । ଏବେ ଶିବକୁମାର ରାଜନୈତିକ ଆକ୍ରୋଶର ଶିକାର ହେଉଛନ୍ତି । ତାଙ୍କୁ ଏବେ ଏଭଳି ଆକ୍ରୋଶ ସାମ୍ନା କରିବାକୁ ପଡୁଛି । ମୁଁ ତାଙ୍କ ମନୋବଳ ବଢାଇବା ପାଇଁ ସାକ୍ଷାତ କରିଛି । ଶିବକୁମାର ମାନସିକ ସ୍ତରରେ ବହୁତ ମଜଭୁତ । ଆମେ ସମସ୍ତେ ମିଶି ପରିସ୍ଥିତିର ମୁକାବିଲା କରିବୁ ବୋଲି କହିଛନ୍ତି କୁମାରସ୍ୱାମୀ । ଅର୍ଥ ହେପଫେର ମାମଲାରେ ଗିରଫ ହୋଇ ତିହାର ଜେଲରେ ଅଛନ୍ତି କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ଶିବକୁମାର । ଆସନ୍ତା ଅକ୍ଟୋବର ୨୫ ପର୍ଯ୍ୟନ୍ତ ସେ ନ୍ୟାୟିକ ହେପାଜତରେ ରହିବେ । ଏହା ପୂର୍ବରୁ ପରିବାର ଲୋକ ଶିବକୁମାରଙ୍କୁ ଭେଟିବାକୁ ଅନୁମତି ଦେଇଥିଲେ ଅଦାଲତ । 

କହିରଖୁଛୁ, ତଳ କୋର୍ଟରେ ଶିବକୁମାରଙ୍କ ଜାମିନ ଆବେଦନ ଖାରଜ ହୋଇସାରିଛି । ଏହାପରେ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଶିବକୁମାର । ଏବେ ଏହା ଉପରେ ଶୁଣାଣି ଗେବାର ଅଛି । ଆଉ ଏହା ପୂର୍ବରୁ ଶିବକୁମାରଙ୍କୁ ଭେଟିଛନ୍ତି କୁମାରସ୍ୱାମୀ । କଂଗ୍ରେସ-ଜେଡିଏସ ସରକାରରେ ମନ୍ତ୍ରୀ ଥିଲେ ଶିବକୁମାର । ଯେତେବେଳେ କଂଗ୍ରେସ-ଜେଡିଏସର ୧୬ ବିଧାୟକ ଇସ୍ତଫା ଦେଇଥିଲେ, ସେତେବେଳେ ସରକାର ବଞ୍ଚାଇବା ପାଇଁ ଖୁବ ପ୍ରୟାସ କରିଥିଲେ ଏହି କଂଗ୍ରେସ ନେତା । 

କେମିତି ମୁସ୍କିଲରେ ପଡିଲେ ଶିବକୁମାର-

ଡିକେ ଶିବକୁମାରଙ୍କ ପାଇଁ ମୁସ୍କିଲ ୨୦୧୭ ମସିହାରେ ଆରମ୍ଭ ହୋଇଥିଲା । ଏହି ସମୟରେ ଆୟକର ବିଭାଗ ପକ୍ଷରୁ  ଶିବକୁମାରଙ୍କ ସହ ଜଡିତ ୬୦ଟି ସ୍ଥାନରେ ତଢାଉ କରାଯାଇଥିଲା । ଚଢାଉ ସମୟରେ ଆୟକର ବିଭାଗର ଅଧିକାରୀ ନଗଦ ୧୧କୋଟି ଟଙ୍କା ସହ କୋଟି କୋଟି ଟଙ୍କାର ସମ୍ପତ୍ତି ବିଷୟରେ ଜାଣିବାକୁ ପାଇଥିଲେ । ଏହାପରେ ଶିବକୁମାରଙ୍କ ବିରୋଧରେ ଅର୍ଥ ହେରଫେର ମାମଲା ରୁଜୁ ହୋଇଥିଲା । ଗତ ସେପ୍ଟେମ୍ୱର ୪ ତାରିଖରେ ଗିରଫ ହୋଇଥିଲେ ଶିବକୁମାର ।