କର୍ଣ୍ଣାଟକରେ ମାଡି ଆସୁଛି ବାତ୍ୟା 'କ୍ୟାର', ରଚି ପାରେ ତାଣ୍ଡବ
Advertisement

କର୍ଣ୍ଣାଟକରେ ମାଡି ଆସୁଛି ବାତ୍ୟା 'କ୍ୟାର', ରଚି ପାରେ ତାଣ୍ଡବ

ମାଡି ଆସୁଛି ଭୟଙ୍କର ସାମୁଦ୍ରିକ ଝଡ଼ 'କ୍ୟାର' । କର୍ଣ୍ଣାଟକବାସୀଙ୍କ ଦୀପାବଳି ଖୁସିରେ ବିଘ୍ନ ସୃଷ୍ଟି କରିପାରେ ଏହି ବାତ୍ୟା । ରବିବାର ଅର୍ଥାତ ଅକ୍ଟୋବର ୨୭ରେ ଦୀପାବଳି ଦିନ ରାଜ୍ୟରେ ପ୍ରବଳ ବର୍ଷା ହେବା ସହ ଦ୍ରୁତ ଗତିରେ ପବନ ବହିବାର ଆଶଙ୍କା କରିଛି ପାଣିପାଗ ବିଭାଗ । କର୍ଣ୍ଣାଟକ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ କେନ୍ଦ୍ରର ନିର୍ଦ୍ଦେଶକ ଜିଏସ ଶ୍ରୀନିବାସ ରେଡ୍ଡି କହିଛନ୍ତି ଯେ ପଶ୍ଚିମ ଆଡୁ ଅଗ୍ରସର ହେଉଥିବା ସାମୁଦ୍ରିକ ଝଡ଼ କ୍ୟାର ପ୍ରବଳ ବର୍ଷା ଓ ଦ୍ରୁତ ପବନ ସହରାଜଦ୍ୟର ସାମୁଦ୍ରିକ ତଟବର୍ତ୍ତୀ ଅଞ୍ଚଳରେ ପହଞ୍ଚିବ । ୨ ଦିନ ଧରି ଏହାର ପ୍ରଭାବ ଜାରି ରହିବ । 

ପ୍ରତୀକାତ୍ମକ ଫଟୋ

ବେଙ୍ଗାଲୁରୁ: ମାଡି ଆସୁଛି ଭୟଙ୍କର ସାମୁଦ୍ରିକ ଝଡ଼ 'କ୍ୟାର' । କର୍ଣ୍ଣାଟକବାସୀଙ୍କ ଦୀପାବଳି ଖୁସିରେ ବିଘ୍ନ ସୃଷ୍ଟି କରିପାରେ ଏହି ବାତ୍ୟା । ରବିବାର ଅର୍ଥାତ ଅକ୍ଟୋବର ୨୭ରେ ଦୀପାବଳି ଦିନ ରାଜ୍ୟରେ ପ୍ରବଳ ବର୍ଷା ହେବା ସହ ଦ୍ରୁତ ଗତିରେ ପବନ ବହିବାର ଆଶଙ୍କା କରିଛି ପାଣିପାଗ ବିଭାଗ । କର୍ଣ୍ଣାଟକ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ କେନ୍ଦ୍ରର ନିର୍ଦ୍ଦେଶକ ଜିଏସ ଶ୍ରୀନିବାସ ରେଡ୍ଡି କହିଛନ୍ତି ଯେ ପଶ୍ଚିମ ଆଡୁ ଅଗ୍ରସର ହେଉଥିବା ସାମୁଦ୍ରିକ ଝଡ଼ କ୍ୟାର ପ୍ରବଳ ବର୍ଷା ଓ ଦ୍ରୁତ ପବନ ସହରାଜଦ୍ୟର ସାମୁଦ୍ରିକ ତଟବର୍ତ୍ତୀ ଅଞ୍ଚଳରେ ପହଞ୍ଚିବ । ୨ ଦିନ ଧରି ଏହାର ପ୍ରଭାବ ଜାରି ରହିବ । 

ଆରବ ସାଗରରେ ଘନୀଭୂତ ହୋଇଥିବା ବାତ୍ୟା ‘କ୍ୟାର’ର ପ୍ରଭାବ ଗୋଆ ଏବଂ କର୍ଣ୍ଣାଟକ ଉପରେ ରହିବ । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ସୂଚନା ଅନୁସାରେ, ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ସୃଷ୍ଟ ଏହି ସାମୁଦ୍ରିକ ବାତ୍ୟା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଭୟଙ୍କର ରୂପ ଧାରଣ କରିବ । 

ଏନେଇ ରାଜ୍ୟ ସରକାର ଦକ୍ଷିଣ କନ୍ନଡ, ଉଡୁପି ଓ ଉତ୍ତର କନ୍ନଡର ତଟୀୟ ଜିଲ୍ଲାରେ ରେଡ ଆଲର୍ଟ ଜାରି କରି ଦେଇଛି । ଶନିବାର ସ୍କୁଲ ଓ କଲେଜ ବନ୍ଦ ରହିଥିଲା । ପ୍ରବଳ ବର୍ଷା ହେତୁ ତଳ ଅଞ୍ଚଳରେ ପାଣି ଜମି ଯାଇଥିଲା । ମତ୍ସ୍ୟଜୀବୀଙ୍କ ପାଇଁ ମଧ୍ୟ ଦିଶା ନିର୍ଦ୍ଦଶ ଜାରି କରାଯାଇଛି । ବର୍ତ୍ତମାନ ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରେ ଯିବାକୁ ବାରଣ କରାଯାଇଛି ।   
ବାତ୍ୟା ଯୋଗୁ ପଶ୍ଚିମ ଉପକୂଳରେ ଘଣ୍ଟାପ୍ରତି ୧୧୦ କିଲୋମିଟର ବେଗରେ ପବନ ବୋହିବା ସହ ପ୍ରବଳ ବର୍ଷା ହେବାର ଆଶଙ୍କା କରାଯାଉଛି । ସମ୍ପୂର୍ଣ୍ଣ ରୂପେ ବାତ୍ୟାର ରୂପ ନେବା ବେଳକୁ ୧୪୫ କିଲୋମିଟର ବେଗରେ ପବନ ବୋହିପାରେ ବୋଲି ସୂଚନା ମିଳିଛି । ରବିବାର ସୁଦ୍ଧା ଏହି ପବନର ବେଗ ଘଣ୍ଟାପ୍ରତି ୨୦୦ କିଲୋମିଟର ରହିପାରେ ବୋଲି ପାଣିପାଗ ବିଭାଗ  ପକ୍ଷରୁ କୁହାଯାଇଛି ।

ଉତ୍ତର ମହାରାଷ୍ଟ୍ର, ଗୁଜରାଟ ଉପକୂଳରେ ବାତ୍ୟାର ପ୍ରଭାବ ରହିବ । ତେଣୁ ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ ଏବଂ ଦକ୍ଷିଣ ଗୁଜରାଟ ଉପକୂଳରେ ମତ୍ସ୍ୟଜୀବୀଙ୍କୁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି । ଖାଲୁଆ ଅଞ୍ଚଳ ଓ ଅସୁରକ୍ଷିତ ଘରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ପରାମର୍ଶ ଦିଆଯାଇଥିବା ଜଣାପଡିଛି ।  ଲୋକଙ୍କ ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫ୍ ଓ ଏସଡିଆରଏଫ୍ ଟିମ କ୍ରମାଗତ ସକ୍ରିୟ ରହିଛନ୍ତି ।