ଲଦାଖ ସୀମା ବିବାଦର ସମାଧାନ ପାଇଁ ଆଲୋଚନା ଶେଷ

ଲଦାଖରେ ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି । ଉଭୟ ରାଷ୍ଟ୍ର ପକ୍ଷରୁ ଏହାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଉଦ୍ୟମ ଜାରି ରହିଛି। ଗତ ମଙ୍ଗଳବାର ଦୁଇରାଷ୍ଟ୍ର ମଧ୍ୟରେ ପୁଣି ଥରେ ଆଲୋଚନା ହୋଇଥିଲା। ଏହି ଆଲୋଚନା ଲଦାଖର ରୁସୁଲ ଠାରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଲେଫ୍ଟନାଣ୍ଟ ଜେନେରାଲସ୍ତରର ଅଧିକାରୀମାନେ ସାମିଲ ହୋଇଥିଲେ।  ତେବେ ଏହି

ଲଦାଖ ସୀମା ବିବାଦର ସମାଧାନ ପାଇଁ ଆଲୋଚନା ଶେଷ

ନୂଆଦିଲ୍ଲୀ: ଲଦାଖରେ ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି । ଉଭୟ ରାଷ୍ଟ୍ର ପକ୍ଷରୁ ଏହାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଉଦ୍ୟମ ଜାରି ରହିଛି। ଗତ ମଙ୍ଗଳବାର ଦୁଇରାଷ୍ଟ୍ର ମଧ୍ୟରେ ପୁଣି ଥରେ ଆଲୋଚନା ହୋଇଥିଲା। ଏହି ଆଲୋଚନା ଲଦାଖର ରୁସୁଲ ଠାରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଲେଫ୍ଟନାଣ୍ଟ ଜେନେରାଲସ୍ତରର ଅଧିକାରୀମାନେ ସାମିଲ ହୋଇଥିଲେ। 

ତେବେ ଏହି ଆଲୋଚନା ପ୍ରାୟ ୧୨ ଘଣ୍ଟା ଧରି ଚାଲିଥିଲା ​​| ଏହି ଆଲୋଚନାରେ ଚୀନକୁ ୨୨ଜୁନ୍ ରେ ହୋଇଥିବା ଚୁକ୍ତିନାମାକୁ ପାଳନ କରିବା ପାଇଁ ଭାରତ କହିଛି। ଏହା ସହିତ ଚୀନକୁ LACରେ ଏପ୍ରିଲ 2020 ର ସ୍ଥିତି ବଜାୟ ରଖିବାକୁ କୁହାଯାଇଥିଲା। ସେନା ଏହା ଉପରେ ଏକ ସରକାରୀ ବିବୃତ୍ତି ଦେଇପାରେ। କେଉଁ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା ଏବଂ କ’ଣ ସହମତି ହେଲା ସେ ବିଷୟରେ କହିବାକୁ କେହି ପ୍ରସ୍ତୁତ ନଥିବା ଜଣାପଡ଼ିଛି। 

ସବୁଠାରୁ ବଡ଼ କଥା ହେଉଛି, ଗତ ମାସରେ ପୂର୍ବ ଲଦାଖର ଗଲଓ୍ୱାଲ ଉପତ୍ୟାକାରେ ଚୀନ୍ ସେନାଙ୍କ ସହ ହୋଇଥିବା ହିଂସାକାଣ୍ଡରେ  ଜଣେ କର୍ଣ୍ଣେଲଙ୍କ ସହିତ 20 ଜଣ ଭାରତୀୟ ଯବାନ ଶହୀଦ ହୋଇଥିଲେ। ଏହି ସଂଘର୍ଷରେ ପ୍ରାୟ ୪୫ ଜଣ ଚୀନ୍ ସେନା ମୃତାହତ ହୋଇଥିଲେ। ସୂଚନା ଅନୁଯାୟୀ, ସୀମାନ୍ତର ଭାରତୀୟ ଅଂଶରେ ଚୀନ୍ ସେନାଙ୍କ ଦ୍ୱାରା ଲଗାଯାଇଥିବା ତମ୍ବୁକୁ ହଟାଇବାକୁ ଯେତେବେଳେ ଭାରତୀୟ ଯବାନମାନେ ଯାଇଥିଲେ ସେତେବେଳେ ହିଂସାକାଣ୍ଡ ମୁଣ୍ଡ ଟେକିଥିଲା। ଜୁନରେ ଉଭୟ ପକ୍ଷର ଲେଫ୍ଟନାଣ୍ଟ ଜେନେରାଲ୍ ପଦବୀ ମଧ୍ୟରେ ଆଲୋଚନା ପରେ ଚୀନ୍ ଟେଣ୍ଟ ହଟାଇବାକୁ ରାଜି ହୋଇଥିଲା।