Advertisement
Article Detail0/zeeodisha/odisha697200
Zee OdishaOther Newsଲଦାଖ ହିଂସା: ପ୍ରତିରକ୍ଷା ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଏଲଏସିରେ ସୈନ୍ୟ ଆଲର୍ଟ

ଲଦାଖ ହିଂସା: ପ୍ରତିରକ୍ଷା ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଏଲଏସିରେ ସୈନ୍ୟ ଆଲର୍ଟ

ଲଦାଖ ହିଂସା ଘଟଣା ପରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବା ସହ ଏଲଏସିରେ ସୈନ୍ୟ ଆଲର୍ଟ କରାଯାଇଛି |  

ଲଦାଖ ହିଂସା: ପ୍ରତିରକ୍ଷା ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଏଲଏସିରେ ସୈନ୍ୟ ଆଲର୍ଟ

ନୂଆଦିଲ୍ଲୀ: ଗଲୱାନ ଉପତ୍ୟାକାରେ ହୋଇଥିବା ହୋଇଥିବା ସାମରିକ ସଂଘର୍ଷରେ ୨୦ ଭାରତୀୟ ଯବାନ ଶହୀଦ ହୋଇଥିବା ଚୀନ ସେନାର ୪୩ ସୈନ୍ୟ ମୃତାହତ ହୋଇଛନ୍ତି | ଏହି ଘଟଣା ପରେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ତିକ୍ତତାପୂର୍ଣ୍ଣ ହୋଇଉଠିଛି | ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ପ୍ରକୃତ ନିୟନ୍ତ୍ରଣ ସୀମାରେଖା(Line of Actual Control-LAC) ଠାରେ ସୈନ୍ୟ  ବାହିନୀକୁ ଆଲର୍ଟ କରାଯାଇଛି |        

ବୁଧବାର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଅନୁଷ୍ଠିତ ହୋଇଥିବା ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଚିଫ ଡିଫେନ୍ସ ଅଫ ଷ୍ଟାଫ-ସିଡିଏସ(Chief Defense of Staff-CDS)ଜେନେରାଲ ବିପିନ ରାୱତ, ତିନି ସେନାବାହିନୀ ମୁଖ୍ୟ ଯୋଗ ଦେଇଛନ୍ତି | ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଲଦାଖ ହିଂସା ଘଟଣା ଉପରେ ନଜର ରଖିଛନ୍ତି |    
   
ଭାରତ-ଚୀନ ମଧ୍ୟରେ ବିବାଦ ବଢିବା ପରେ ହିମାଚଳ ପ୍ରଦେଶର କିନ୍ନୌର ଏବଂ ଲାହୋଲ ସ୍ପିତି, ଉତ୍ତରାଖଣ୍ଡର ଚମୋଲି ଏବଂ ପିଥୌରାଗଡ, ସିକ୍କିମ, ଅରୁଣାଚଳ ପ୍ରଦେଶ ସୀମାରେ ଭାରତୀୟ ସେନାକୁ ସତର୍କ କରାଯାଇଛି | ପୂର୍ବ-ପଶ୍ଚିମ ଭାରତରେ ଥିବା  ବାୟୁସେନା ଘାଟିକୁ(airbase) ଜରୁରୀକାଳୀନ ସ୍ଥିତିର ମୁକାବିଲା କରିବା ପାଇଁ ସଜାଗ କରି ଦିଆଯାଇଛି | ଏହା ବ୍ୟତୀତ ନୌସେନାକୁ ଆଲର୍ଟ କରାଯିବା ସହ ସାମୁଦ୍ରିକ ପାଟ୍ରୋଲିଂକୁ ଜୋରଦାର କରାଯାଇଛି |   
      
ଲଦାଖ ହିଂସା ଘଟଣାରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି | ଗଲୱାନ ଘାଟିରେ ରାତିରେ ହୋଇ ହୋଇଥିବା ସାମରିକ ସଂଘର୍ଷରେ କେତେକ ସୈନିକ ନିକଟସ୍ଥ ନଦୀରେ ଖସିପଡିବା କାରଣରୁ ଶହୀଦ ହୋଇଛନ୍ତି | କଣ୍ଟାତାର ଏବଂ ଲୁହା ରଡ ସହ ସମ୍ପୂର୍ଣ୍ଣ ସଜ୍ଜିତ ହୋଇ ଆସିଥିଲା ଡ୍ରାଗନ ସେନା | ଏହି ସାମରିକ ସଂଘର୍ଷରେ ମୃତାହତ ହୋଇଥିବା ଚୀନ ସୈନିକଙ୍କ ସଂଖ୍ୟା ବଢିପାରେ ବୋଲି ଏକ ଉଚ୍ଚପଦସ୍ଥ ସୂତ୍ରରୁ ପ୍ରକାଶ |       

ଚୀନକୁ ଜବାବ ଦେବା ପାଇଁ ଭାରତ ପାଖରେ କ'ଣ ରହିଛି ବିକଳ୍ପ  
୧- ଚୀନ୍ ବିରୋଧରେ ଏକ କଠୋର କାର୍ଯ୍ୟକାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରଣନୀତି ପ୍ରସ୍ତୁତ ହେଉ
୨-ଚୀନକୁ ତାହାରି ଭାଷାରେ ପ୍ରକୃତ ନିୟନ୍ତ୍ରଣ ସୀମାରେଖା(Line of Actual Control-LAC) ଠାରେ ଜବାବ ଦିଆଯାଉ
୩- ଚୀନ ବିରୋଧରେ ଆନ୍ତର୍ଜାତୀୟ ଗଠବନ୍ଧନ କରାଯିବା ସହ ଯେଉଁ ଦେଶ ଡ୍ରାଗନ ବିରୋଦ୍ଧରେ ଭାରତ ସେମାନଙ୍କୁ ନିଜ ପକ୍ଷକୁ ନେଉ
୪- ଚୀନକୁ ସମୁଦ୍ରରେ ଡ୍ରାଗନକୁ ଘେରିବାକୁ ଭାରତୀୟ ନୌସେନା ରଣନୀତି ପ୍ରସ୍ତୁତ କରୁ | କାରଣ ଏହା ଦ୍ୱାରା ଚାପଗ୍ରସ୍ତ ହେବା ଫଳରେ ବୁଝାମଣା କରିବାକୁ ବାଧ୍ୟ ହେବ ଚୀନ  
୫: ଚୀନ ବିରୁଦ୍ଧରେ ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ଭାରତ 

Add Zee News as a Preferred Source