Advertisement
Article Detail0/zeeodisha/odisha697260
Zee OdishaOther Newsଲଦାଖ ହିଂସା: ଜାଣନ୍ତୁ ଭାରତ-ଚୀନ ସାମରିକ ବିବାଦର ଘଟଣାକ୍ରମ

ଲଦାଖ ହିଂସା: ଜାଣନ୍ତୁ ଭାରତ-ଚୀନ ସାମରିକ ବିବାଦର ଘଟଣାକ୍ରମ

ଭାରତ-ଚୀନ ମଧ୍ୟରେ ହୋଇଥିବା ସାମରିକ ବିବାଦର ଘଟଣାକ୍ରମ ଉପରେ ପକାନ୍ତୁ ନଜର...  

ଲଦାଖ ହିଂସା: ଜାଣନ୍ତୁ ଭାରତ-ଚୀନ ସାମରିକ ବିବାଦର ଘଟଣାକ୍ରମ

ନୂଆଦିଲ୍ଲୀ: ଲଦାଖର ଗଲୱାନ ଘାଟିରେ ଭାରତ-ଚୀନ ମଧ୍ୟରେ ହୋଇଥିବା ସାମରିକ ସଂଘର୍ଷରେ ୨୦ ଭାରତୀୟ ଯବାନ ଶହୀଦ ହୋଇଥିବା ବେଳେ, ଚୀନର ୪୩ ସୈନ୍ୟ ମୃତାହତ ହୋଇଥିବାର ଖବର ମିଳିଛି | ଏହି ବିବାଦରେ ଜଣେ ଭାରତୀୟ କର୍ଣ୍ଣେଲ ରାଙ୍କର ଅଧିକାରୀ ଏବଂ ଚୀନର ଜଣେ କମାଣ୍ଡିଂ ଅଫିସର ସାମିଲ ଅଛନ୍ତି |         

ଜାଣନ୍ତୁ ଭାରତ-ଚୀନ ମଧ୍ୟରେ ହୋଇଥିବା ବିବାଦର ଘଟଣାକ୍ରମ

  • ଜୁନ ୧୫-୧୬ ମଧ୍ୟରାତ୍ରୀ: ଲଦାଖସ୍ଥିତ ପ୍ରକୃତ ନିୟନ୍ତ୍ରଣ ସୀମାରେଖା(Line of Actual Control-LAC) ଠାରେ ଭାରତ-ଚୀନ ସୈନିକଙ୍କ ମଧ୍ୟରେ ସଂଘର୍ଷ     
  • ଜୁନ ୧୬, ଦିନ 01.00 PM: ଭାରତୀୟ ସୈନ୍ୟ ଅଫିସରଙ୍କ ସହ 3 ସୈନିକ ଶହୀଦ  
  • ଜୁନ ୧୬ ଦିନ 01.45 PM: ପ୍ରତିରକ୍ଷା ମନ୍ତ୍ରୀ, ବିଦେଶ ମନ୍ତ୍ରୀ, ଚିଫ ଡିଫେନ୍ସ ଅଫ ଷ୍ଟାଫ ଏବଂ ତିନି ସେନାଙ୍କ ବୈଠକ  
  • ଜୁନ ୧୬ ଦିନ 02.00 PM: କଥାବାର୍ତ୍ତା ମାଧ୍ୟମରେ ବିବାଦର ସମାଧାନ କରିବାକୁ ପ୍ରସ୍ତାବ ଦେଲା ଚୀନ   
  • ଜୁନ ୧୬ ଦିନ 02.11 PM: ପ୍ରକୃତ ନିୟନ୍ତ୍ରଣ ସୀମାରେଖା ଠାରେ କମାଣ୍ଡରସ୍ତରୀୟ ଆଲୋଚନା 
  • ଜୁନ ୧୬ ଦିନ 03.00 PM: ଘଟଣା ବାବଦରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ     
  • ଜୁନ ୧୬ ଦିନ 03.14 PM: ଲଦାଖ ଠାରେ ହୋଇଥିବା ସାମରିକ ସଂଘର୍ଷରେ ଡ୍ରାଗନ ସେନା ପ୍ରାଣ ହରାଇଥିବା ନେଇ ଚୀନ ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସର ସ୍ୱୀକାର    
  • ଜୁନ ୧୬ ଦିନ 03.23 PM: ଭାରତ ସୀମରେଖା ଉଲଂଘନ କରିଥିବା ନେଇ ବୟାନ ରଖିଲା ଚୀନ
  • ଜୁନ ୧୬ ସନ୍ଧ୍ୟା 05.28 PM: ସେନା ମୁଖ୍ୟଙ୍କୁ ଭେଟିଲେ ପ୍ରତିରକ୍ଷା ମନ୍ତ୍ରୀ   
  • ଜୁନ ୧୬ ସନ୍ଧ୍ୟା 05.51 PM:  ଚିଫ ଡିଫେନ୍ସ ଅଫ ଷ୍ଟାଫଙ୍କୁ ଭେଟିଲେ ପ୍ରତିରକ୍ଷା ମନ୍ତ୍ରୀ   
  • ଜୁନ ୧୬ ସନ୍ଧ୍ୟା 05.57 PM: ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିବାକୁ ପହଞ୍ଚିଲେ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର   
  • ଜୁନ ୧୬ ସନ୍ଧ୍ୟା ୦୬.୨୫ PM: ପ୍ରତିରକ୍ଷା ମନ୍ତ୍ରୀ, ବିଦେଶ ମନ୍ତ୍ରୀ, ସିଡିଏସ, ସେନା ମୁଖ୍ୟଙ୍କ ମଧ୍ୟରେ ବୈଠକ ଶେଷ
  • ଜୁନ ୧୬ ସନ୍ଧ୍ୟା 07.01 PM: ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର   
  • ଜୁନ ୧୬ ସନ୍ଧ୍ୟା 07.59 PM: ଭାରତର ଗତିବିଧି ଦେଶର ସୀମା ମଧ୍ୟରେ ହେଉଥିବା ନେଇ ଜଣାଇଲା ଭାରତୀୟ  ବିଦେଶିକ ମନ୍ତ୍ରଣାଳୟ 
  • ଜୁନ ୧୬ ରାତି 08.08 PM: ବେଜିଂରେ ଭାରତୀୟ ରାଷ୍ଟ୍ରଦୂତ ଏବଂ ଚୀନ ଉପବିଦେଶ ମନ୍ତ୍ରୀଙ୍କ ମଧ୍ୟରେ ବୈଠକ   
  • ଜୁନ ୧୬ ରାତି 08.38 PM: ପ୍ରଧାନମନ୍ତ୍ରୀଙ୍କ ବାସଭବନରେ କ୍ୟାବିନେଟ କମିଟି ଅନ ସିକ୍ୟୁରିଟି-ସିସିଏସ(Cabinet Committee on Security-CCS) ବୈଠକ  
  • ଜୁନ ୧୬ ରାତି 09.00 PM: ଲଦାଖ ଠାରେ ହୋଇଥିବା ସଂଘର୍ଷରେ ୨୦ ଭାରତୀୟ ସୈନିକ ଶହୀଦ
  • ଜୁନ ୧୬ ରାତି 09.38 PM: ଚୀନର ୪୩ ସୈନିକ ମୃତାହତ ହୋଇଥିବା ନେଇ ମିଳିଲା ଖବର 
  • ଜୁନ ୧୬ ରାତି 10.15 PM: ଚୀନ ସୀମାକୁ ଲାଗିଥିବା କିନ୍ନୌର ଏବଂ ଲାହୋଲ ସ୍ପିତି ସେକ୍ଟରରେ ଆଲର୍ଟ 
  • ଜୁନ ୧୬ ରାତି 10.18  PM: ଶବ ନେଇ ଯାଉଥିବା ବେଳେ ଗଲୱାନ ଘାଟିରେ ଦେଖାଗଲା ଚୀନ ହେଲିକପ୍ଟର
  • ଜୁନ ୧୬ ରାତି 10.24  PM: ସିସିଏସ ବୈଠକ ଶେଷ, ପ୍ରଧାନମନ୍ତ୍ରୀ-ଗୃହମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା    

 

Add Zee News as a Preferred Source