ଶାସନରେ ଥିବା ଲୋକଙ୍କୁ ଲାଲୁ-ରାବ୍ରି ସରକାର ଚୁନ ଲଗାଇଥିଲେ ବୋଲି ତେଜସ୍ୱୀ ଯାଦବଙ୍କ ଉଦ୍ଦେଶ୍ୟରେ କଟାକ୍ଷା କରିଛନ୍ତି ବିହାର ସରକାରଙ୍କ ମନ୍ତ୍ରୀ ନୀରଜ କୁମାର |
Trending Photos
)
ପାଟନା: ଚଳିତ ବର୍ଷ ଶେଷ ଆଡକୁ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନର ତାତି ଏବେଠୁ ଅନୁଭୂତ ହେଲାଣି | ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ର କରି ଶାସକ ଜନତାଦଳ ୟୁନାଇଟେଡ(ଜେଡିୟୁ) ଏବଂ ବିରୋଧି ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ମଧ୍ୟରେ ରାଜନୈତିକ ଆରୋପ-ପ୍ରତ୍ୟରୋପ ଜାରି ରହିଛି |
ରାଜ୍ୟର ବିଧାନସଭାରେ ବିରୋଧି ଦଳ ନେତା ଥିବା ତେଜସ୍ୱୀ ଯାଦବଙ୍କୁ ଟାର୍ଗେଟ କରି ବିହାର ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ନୀରଜ କୁମାର କହିଛନ୍ତି, ଦୁର୍ନୀତିର ରାଜକୁମାର ଆଜି ଥାଳି ବଜାଉଛନ୍ତି, ସେ ଏହା ମଧ୍ୟ କହିବା ଦରକାର ତାଙ୍କ ବାପା କଏଦୀ ନମ୍ବର ୩୩୫୧ ଲାଲୁ ଯାଦବ ଏବଂ ତିହାର ଜେଲରେ ଦୁଇ ନମ୍ବର ସେଲରେ ରହୁଥିବା ଶାହାବୁଦ୍ଦିନ ଆଜି ଥାଳି ବଜାଉଛନ୍ତି ନାଁ ଜେଲରେ ଛାତି ପିଟୁଛନ୍ତି |
ଲାଲୁ ଯାଦବ ଏବଂ ଶାହାବୁଦ୍ଦିନ ନ୍ୟାୟିକ ପ୍ରବାସୀ ସେମାନେ ଥାଳି ବଜାଇଛନ୍ତି ନାଁ ଛାତି ପିଟିଛନ୍ତି ସେ ନେଇ ସ୍ପଷ୍ଟ କରିବା ତେଜସ୍ୱୀ ଯାଦବଙ୍କ ଦାୟିତ୍ୱ | ଏଥି ସହିତ ଲାଲୁ ଯାଦବ ଯିଏ ଆରଜେଡିର ଜାତୀୟ ସଭାପତି ଅଛନ୍ତି, ସେ ଥାଳି ବଜାଇ ତାଙ୍କୁ ସମର୍ଥନ କରିଛନ୍ତି କି ନାହିଁ ତାହାର ଭିଡିଓ ଫୁଟେଜ ମଧ୍ୟ ସେ ପ୍ରକାଶ କରିବା ଉଚିତ |
ଆଜି ତେଜସ୍ୱୀ ଯାଦବ ଯେଉଁ ନାଟକବାଜି କରୁଛନ୍ତି, ସେ ଜାଣି ରଖିବା ଦରକାର ତାଙ୍କ ପିତାମାତା ଶାସନ କ୍ଷମତା ଥିବା ସମୟରେ ଲୋକଙ୍କୁ ଖୁବ ଚୂନ ଲଗାଇଥିଲେ | ମାତ୍ର ବର୍ତ୍ତମାନର ବିରୋଧି ଦଳ ନେତା ଏହା ଜାଣିନାହାଁନ୍ତି ଏଥର ଲୋକେ ତାଙ୍କୁ ନିର୍ବାଚନରେ ଜବାବ ଦେବାକୁ ପ୍ରସ୍ତୁତ ଅଛନ୍ତି |
ଏହା ସହିତ ମନ୍ତ୍ରୀ ନୀରଜ କୁମାର କହିଛନ୍ତି, ସେମାନେ ଥାଳି ବଜାଉଛନ୍ତି, ଲୋକେ ସେମାନଙ୍କ ଉପରେ ଥାଳି ବଜାଇବା ସହ ଏହାର ମଜା ଉଠାଉଛନ୍ତି | ଜନସାଧାରଣ ସାଧାରଣ ସମସ୍ୟା ସହ ଲଢୁଥିବା ବେଳେ ସେମାନେ ଡ୍ରାମାବାଜି ଚଳାଇଛନ୍ତି |
ସେମାନଙ୍କର ବେଲେି ରୋଡରେ ଏକ ଚମତ୍କାର ମଲ ରହିଛି, ଯାହାକୁ ଆମେ ଧରିଛୁ | ଯାହାର ଫଳସ୍ୱରୂପ ସେମାନେ ପଟିଆଲା କୋର୍ଟକୁ ବାରମ୍ବାର ଦୌଡୁଛନ୍ତି | ଗରିବ ଲୋକ ଖାଦ୍ୟ ପାଇଁ ସଂଘର୍ଷ କରୁଥିବା ବେଳେ ସେମାନେ ରାଜନୈତିକ ନାଟକ କରୁଛନ୍ତି |