ଆଇସିୟୁରେ ଲତା ମଙ୍ଗେସକର

ବଲିଉଡ ଗାୟକ ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନର ସୂଚନା ଅନୁସାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପୂର୍ବାପେକ୍ଷା ଭଲ ରହିଛି । ହେମା ମାଳିନୀ କିଛି ଘଣ୍ଟା ପୂର୍ବେ ଟ୍ୱିଟ କରି ଲତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ସୂଚନା ପ୍ରଦାନ କରିଛନ୍ତି ।

ଆଇସିୟୁରେ ଲତା ମଙ୍ଗେସକର

ମୁମ୍ୱାଇ: ବଲିଉଡ ଗାୟକ ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନର ସୂଚନା ଅନୁସାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପୂର୍ବାପେକ୍ଷା ଭଲ ରହିଛି । ହେମା ମାଳିନୀ କିଛି ଘଣ୍ଟା ପୂର୍ବେ ଟ୍ୱିଟ କରି ଲତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ସୂଚନା ପ୍ରଦାନ କରିଛନ୍ତି ।

ହେମା ମାଳିନୀ ଟ୍ୱିଟ କରି ଲେଖିଛନ୍ତି ଯେ, ଲତାଜୀଙ୍କ ପାଇଁ ପ୍ରାର୍ଥନା କରନ୍ତୁ । ସେ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି । କିଛି ରିପୋର୍ଟ୍ସ ଅନୁସାରେ ତାଙ୍କ ଅବସ୍ଥା ବହୁତ ଗୁରୁତର ରହିଛି । ଭଗବାନ ତାଙ୍କୁ ଏହି ଅବସ୍ଥାରୁ ବାହାରିବାକୁ ସାହାଯ୍ୟ କରନ୍ତୁ । ସେ ପୁଣିଥରେ ଆମମାନଙ୍କ ପାଖକୁ ଫେରି ଆସୁ । ସମଗ୍ର ଦେଶ ଭାରତ ରତ୍ନ ଓ ଭାରତର କୋକିଲା ଲତା ଜୀଙ୍କ ପ୍ରାର୍ଥନା କରନ୍ତୁ ବୋଲି ହେମା କହିଛନ୍ତି ।

ଅଭିନେତା ଶବାନା ଆଜମୀ ମଧ୍ୟ ଟ୍ୱିଟ କରି ଲତା ମଙ୍ଗେସକରଙ୍କ ସୁସ୍ଥ ହେବାର କାମନା କରିଛନ୍ତି । ସେ କହିଛନ୍ତି ଆଦାବ ଓ ହଜାର ପ୍ରାର୍ଥନା ଆପଣ ତୁରନ୍ତ ସୁସ୍ଥ ହୋଇ ଘରକୁ ଫେରି ଆସନ୍ତୁ । କହି ରଖୁଛୁ ଯେ ଲତା ମଙ୍ଗେସକର ସୋମବାର ଅର୍ଥାତ ନଭେମ୍ୱର ୧୧ରେ ଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ମୁମ୍ୱାଇର ବ୍ରୀଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲରେ ଭର୍ତ୍ତି ହେବା ଖବର ଶୁଣି ଲୋକେ ସୋସିଆଲ ମିଡିଆରେ ତାଙ୍କ ସୁସ୍ଥ କାମନା କରିଛନ୍ତି ।