Advertisement
Article Detail0/zeeodisha/odisha673806
Zee OdishaOther Newsନିଜ ସମ୍ପ୍ରଦାୟଙ୍କୁ ପ୍ଲାଜମା ଦେଉଛନ୍ତି ଜମାତି

'ନିଜ ସମ୍ପ୍ରଦାୟଙ୍କୁ ପ୍ଲାଜମା ଦେଉଛନ୍ତି ଜମାତି'

ତବଲିଗ ଜମାତମାନଙ୍କୁ ନେଇ ଦିନକୁ ଦିନ ନୂଆନୂଆ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। କୋରୋନା ଯୋଦ୍ଧାଙ୍କୁ ଅସମ୍ମାନ କରିବା ହେଉ ଅବା ଏକତ୍ରିତ ହୋଇ କୋରୋନା ସଂକ୍ରମଣ ବଢାଇବା ଉଦ୍ଦେଶ୍ୟରେ ହେଉ, ସେମାନେ ବାରମ୍ବାର ଚର୍ଚ୍ଚାରେ ରହି ଆସିଛନ୍ତି। କିନ୍ତୁ ବର୍ତ୍ତମାନ ଯେଉଁ କାରଣ ପାଇଁ ଚର୍ଚ୍ଚାରେ ରହିଛନ୍ତି, ତାହା ମାନବିକତା ଉପରେ ନିଶ୍ଚିତ

'ନିଜ ସମ୍ପ୍ରଦାୟଙ୍କୁ ପ୍ଲାଜମା ଦେଉଛନ୍ତି ଜମାତି'

ନୂଆଦିଲ୍ଲୀ: ତବଲିଗ ଜମାତମାନଙ୍କୁ ନେଇ ଦିନକୁ ଦିନ ନୂଆନୂଆ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। କୋରୋନା ଯୋଦ୍ଧାଙ୍କୁ ଅସମ୍ମାନ କରିବା ହେଉ ଅବା ଏକତ୍ରିତ ହୋଇ କୋରୋନା ସଂକ୍ରମଣ ବଢାଇବା ଉଦ୍ଦେଶ୍ୟରେ ହେଉ, ସେମାନେ ବାରମ୍ବାର ଚର୍ଚ୍ଚାରେ ରହି ଆସିଛନ୍ତି। କିନ୍ତୁ ବର୍ତ୍ତମାନ ଯେଉଁ କାରଣ ପାଇଁ ଚର୍ଚ୍ଚାରେ ରହିଛନ୍ତି, ତାହା ମାନବିକତା ଉପରେ ନିଶ୍ଚିତ ଭାବେ ପ୍ରଶ୍ନ ସୃଷ୍ଟି କରିବ। 

ତେବେ ଗତ ୨ ଦିନ ଧରି ଏହି ଜମାତମାନେ ଅନ୍ୟ କୋରୋନା ରୋଗୀଙ୍କ ଜୀବନ ରକ୍ଷା କରିବାକୁ ରକ୍ତଦାନ କରୁଛନ୍ତି। ଆଉ ଏମାନେ ମାନବିକତାର ପରିଚୟ ଦେଇଛନ୍ତି ବୋଲି ବିଗତ ଦୁଇ ଦିନ ଧରି ପ୍ରଚାର କରାଯାଇଥିଲା। କିନ୍ତୁ ତାହାକୁ ଭୁଲ ବୋଲି କହିଛନ୍ତି ଓକିଲ ପ୍ରଶାନ୍ତ ପଟେଲ। 

 

Add Zee News as a Preferred Source

ପ୍ରଶାନ୍ତ ପଟେଲ କହିଛନ୍ତି କି, ଜମାତିମାନେ ଅନ୍ୟମାନଙ୍କୁ ପ୍ଲାଜମା ପ୍ରଦାନ କରୁଛନ୍ତି। କିନ୍ତୁ ଯେଉଁଭଳି ଭାବରେ ପ୍ରଚାର କରାଯାଉଛି, ତାହାର ବାସ୍ତବତା କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ। ସେ କହିଛନ୍ତି କି ଜମାତିମାନେ କେବଳ ନିଡ ସମ୍ପ୍ରଦାୟର ଲୋକମାନଙ୍କୁ ପ୍ଲାଜମା ପ୍ରଦାନ କରିଛନ୍ତି। 

ସୂଚନା ଯୋଗ୍ୟ କିଛି ଦିନ ତଳେ ଦିଲ୍ଲୀରେ ୪ କୋରୋନା ରୋଗୀଙ୍କ ଉପରେ ପ୍ଲାଜମା ଥେରାପି ପ୍ରୟୋଗ କରାଯାଇଥିଲା। ଏହାର ସୁଫଳ ମଧ୍ୟ ଦେଖିବାକୁ ମିଳିଥିଲା। ଦୁଇ ରୋଗୀ ତୁରନ୍ତ ସୁସ୍ଥ ହୋଇଥିଲେ। ଏନେଇ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ସୂଚନା ଦେଇଥିଲେ। ଆହୁରି ମଧ୍ୟ ଏହି ପ୍ଲାଜମା ପାଇଁ କୋରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି ବା ମହିଳାଙ୍କ ରକ୍ତ ଅଧିକ ଭାବେ କାର୍ଯ୍ୟ କରୁଛି। ଫଳରେ ସେମାନଙ୍କୁ ରକ୍ତ ଦେବାକୁ ନିବେଦନ କରିଥିଲେ। 

About the Author