• ଗଞ୍ଜାମ ଭଞ୍ଜନଗର ବ୍ଲକ୍‌ କୁଟୁଣୁକୁମ୍ପା ଗାଁରେ ଗୁଳିମାଡ଼
  • ଗୁରୁତର ଆହତ ଶିବରାମ ନାୟକ ବ୍ରହ୍ମପୁର ବଡ଼ ମେଡିକାଲ ଭର୍ତ୍ତି
  • ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୬ ,୧୧୫ଟି ନୂଆ କୋରୋନା ମାମଲା ଚିହ୍ନଟ, ୨୫୨ ମୃତ
  • ଦିନକରେ ରାଜ୍ୟରେ ଆଉ ୪୬୨ କୋରୋନା ଆକ୍ରାନ୍ତ ଚିହ୍ନଟ, ୫ ମୃତ
  • ବାଲେଶ୍ବର ମଥାନୀରେ ଜଳକା ବିପଦ ସଂକେତ ଉପରେ ପ୍ରବାହିତ
  • ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଟିମ୍‌କୁ ବୋମା ବିସ୍ଫୋରଣ ଧମକ !
  • ନ୍ୟୁଜିଲାଣ୍ଡ ଟିମ୍‌କୁ ନେଇ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡକୁ ଆସିଛି ଧମକପୂର୍ଣ୍ଣ ଇ-ମେଲ୍‌
  • ଆସନ୍ତା ୨୫ରେ ଆମେରିକାରେ ଆୟୋଜିତ ହେବ କ୍ବାଡ଼ ସମ୍ମିଳନୀ
  • କେନ୍ଦୁଝରରେ ନେସ୍କୋ ଯନ୍ତ୍ରୀ ମହେଶ୍ଵର ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି

ପୁରୀ ସେବାୟତ ଓ ପରିବାରଙ୍କୁ ନିଶୁଳ୍କ ଟିକାକରଣ ନେଇ ଚିଠି

ଶ୍ରୀମନ୍ଦିର ପ୍ରଶାସନକୁ ଘାରିଛି ସେବାୟତଙ୍କ ଚିନ୍ତା । ହଜାର ହଜାର ଭକ୍ତଙ୍କ ସମାଗମ ଦୃଷ୍ଟିରୁ ଯେକୌଣସି ସମୟରେ ସେବାୟତ ମାନେ ସଂକ୍ରମିତ ହେବାର ଆଶଙ୍କା ରହିଛି ।

ପୁରୀ ସେବାୟତ ଓ ପରିବାରଙ୍କୁ ନିଶୁଳ୍କ ଟିକାକରଣ ନେଇ ଚିଠି

ସଞ୍ଜୟ କୁମାର ମହାପାତ୍ର, ପୁରୀ: କଟକଣା ମୁକ୍ତ ଦର୍ଶନ ବ୍ଯବସ୍ଥା ଆରମ୍ଭ ହେବା ପରେ ଶ୍ରୀମନ୍ଦିର ପ୍ରଶାସନକୁ ଘାରିଛି ସେବାୟତଙ୍କ ଚିନ୍ତା । ହଜାର ହଜାର ଭକ୍ତଙ୍କ ସମାଗମ ଦୃଷ୍ଟିରୁ ଯେକୌଣସି ସମୟରେ ସେବାୟତ ମାନେ ସଂକ୍ରମିତ ହେବାର ଆଶଙ୍କା ରହିଛି । କିଭଳି ସେମାନେ ସୁରକ୍ଷିତ ରହିବେ ଆଉ ମହାପ୍ରଭୁଙ୍କ ସେବାପୂଜା କିଭଳି ପ୍ରଭାବିତ ନହେବ ସେନେଇ ଆରମ୍ଭ ହୋଇଛି ଅଙ୍କକଷା।  କୋଭିଡ ସମୟରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲେ ଶ୍ରୀମନ୍ଦିର ସେବାୟତ । ଏମିତିକି ଶ୍ରୀମନ୍ଦିରର ନୀତିକାନ୍ତି ମଧ୍ୟ ପ୍ରଭାବିତ ହେବାଭଳି ପରିସ୍ଥିତି ଉପୁଜିଥିଲା। ଏପରିସ୍ଥଳେ ଗତକାଲି ଠାରୁ ଆରମ୍ଭ ହୋଇଥିବା କଟକଣା ମୁକ୍ତ ଦର୍ଶନ ବ୍ୟବସ୍ଥା ଏବେ ଶ୍ରୀମନ୍ଦିର ପ୍ରଶାସନର ଚିନ୍ତା ବଢାଇଛି।  

ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ଗତ ଛତିଶା ନିଯୋଗ ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା  । ଏଣୁ ଶ୍ରୀମନ୍ଦିର ପ୍ରଶାସନ (Srimandira Administration) ପକ୍ଷରୁ ପ୍ରାଥମିକତା ଆଧାରରେ ସେବାୟତଙ୍କୁ ନିଶୁଳ୍କ ଟିକାକରଣ (Free Vaccination) କରିବା ପାଇଁ  ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ (Chief Secretary) ଙ୍କୁ ଚିଠି ଲେଖି  ଅନୁରୋଧ କରାଯାଇଛି । ସେପଟେ ସେବାୟତଙ୍କ ସୁରକ୍ଷା ସହ ସେମାନଙ୍କ ପରିବାରର ସୁରକ୍ଷା ପାଇଁ ଟିକାକରଣ ବେଶ ଉପାଦେୟ ହେବ ବୋଲି କହିଛନ୍ତି ସେବାୟତ।

Also Read: ଭିକ୍ଷୁକଙ୍କ ପାଇଁ ହଷ୍ଟେଲ ! ଭିକ୍ଷାବୃତ୍ତି ନୁହେଁ ହେବେ ସ୍ବାବଲମ୍ବୀ

କୋରୋନା (Corona) କାଳରେ କାଳିଆର ସେବାପୂଜାରେ ଉଣା କରିନାହାଁନ୍ତି ଶ୍ରୀମନ୍ଦିର ସେବାୟତ Srimandira Sevayat)। କୋରୋନା ସହ ଲଢି ମଧ୍ୟ ମହାପ୍ରଭୁଙ୍କ ସେବା କରିଛନ୍ତି । ସେମାନଙ୍କର ସ୍ୱାସ୍ଥ୍ୟ ଉପରେ ବିଶେଷ ଗୁରୁତ୍ୱ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। କୋଭିଡ୍ ଟେଷ୍ଟ (Covid Test) ଚିକିତ୍ସା ସହ ସେମାନଙ୍କୁ ଯୋଗାଇ ଦେଇଥିଲେ ମାଗଣା ମାସ୍କ (Free Mask) ଓ ସାନିଟାଇଜର। ଆଉ ଏବେ ସେବାୟତଙ୍କ ସହ ସେବାୟତଙ୍କ ପରିବାର (Sevayat Family)କୁ ଦିଆଯିବ କୋରୋନା ଟିକା (Corona Vaccine)  । ଖାଲି ସେବାୟତ ନୁହେଁ ଶ୍ରୀମନ୍ଦିର ପ୍ରଶାସନର ୫ଶହ କର୍ମଚାରୀଙ୍କୁ ମଧ୍ୟ ଟିକାକରଣ କରିବା ପାଇଁ ହୋଇଛି ନିଷ୍ପତ୍ତି। 

ପୁରୀ ସେବାୟତ ଓ ପରିବାରଙ୍କୁ ନିଶୁଳ୍କ ଟିକାକରଣ ନେଇ ଚିଠି

ଗତ ଛତିଶା ନିଯୋଗ ବୈଠକରେ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲିବା ଓ ଏସଓପି (SOP) ଭିତରେ ଦର୍ଶନ ବ୍ୟବସ୍ଥା କରିବା ପାଇଁ ବିସ୍ତୃତ ଭାବେ ହୋଇଥିଲା ଆଲୋଚନା । ତେବେ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ସେବାୟତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଗୁରୁତ୍ୱ ଦେବାକୁ ଦାବି ହୋଇଥିଲା । ତେଣୁ ବର୍ତ୍ତମାନ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିବା ବେଳେ ଏଥିରେ କୋଭିଡ ନେଗେଟିଭ ପ୍ରମାଣପତ୍ର ବାଦ୍ ଦିଆଯାଇଛି  । ତେଣୁ ସେବାୟତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଗୁରୁତ୍ୱ ଦେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମୁଖ୍ୟ ପ୍ରଶାସକ ସେବାୟତଙ୍କୁ ନିଶୁଳ୍କ ଟିକାକରଣକୁ ପ୍ରାଥମିକତା ଆଧାରରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାରର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି । ଏ ନେଇ ଗତକାଲି ଠାରୁ ଚିଠି ଦିଆଯାଇଛି ବୋଲି ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ (Srimandira Administrator) ।

ପୁରୀ ସେବାୟତ ଓ ପରିବାରଙ୍କୁ ନିଶୁଳ୍କ ଟିକାକରଣ ନେଇ ଚିଠି

କୋଭିଡ (Covid-19) କୁ ନେଇ ସେବାୟତଙ୍କ ମଧ୍ୟରେ ବଢିଯାଇଛି ଚିନ୍ତା । ଏବେ ଭୟ ନଥିଲେ ବି ସର୍ବସାଧାରଣ ଦର୍ଶନ ଚାଲୁଥିବାରୁ ଦେଖାଦେଇଛି ସଂକ୍ରମଣ ଭୟ । କାରଣ କୋଭିଡ ସମୟରେ ଶ୍ରୀମନ୍ଦିରର ୫ଶହ ସେବାୟତ ସଂକ୍ରମିତ ହୋଇଥିବା ବେଳେ ୨୨ ଜଣ ମୃତ୍ୟୁବରଣ କରିଥିଲେ । ସେଥିରେ ୪ ଜଣ ପୂର୍ବତନ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ବି ମୃତ୍ୟୁବରଣ କରିଥିଲେ । ଆଉ ସେହି ସମୟରେ ସେବାୟତଙ୍କ ଅଭାବ ଦେଖାଦେଇଥିଲେ ସୁଦ୍ଧା ସେବାପୂଜା ସଠିକ ଭାବେ ଚାଲିଥିଲା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦୁଇଟି କୋଭିଡ କେୟାର ସେଣ୍ଟର (Covid Care Center) କରାଯାଇ ସଙ୍ଗରୋଧରେ ରଖାଯାଉଥିଲା । 

Also Read: ମିଶନ 'ODIA'ରେ ଓଡିଆଙ୍କ ମୁହଁରେ ହସ ଫୁଟାଇବେ ସବ୍ୟସାଚୀ

ହେଲେ ଏବେ ସର୍ବସାଧାରଣ ଦର୍ଶନ ପୁଣି କୋଭିଡ ନେଗେଟିଭ (Covid Negative) ପ୍ରମାଣପତ୍ର ବାଦ ଦେଇ ବ୍ୟବସ୍ଥା ଚାଲୁଥିବାରୁ ସେବାୟତଙ୍କ ମନରେ ଦେଖାଦେଇଛି କୋଭିଡ ଭୟ  । ସେହି ଅନୁସାରେ ସମସ୍ତ ସେବାୟତଙ୍କୁ କୋଭିଡ ଟିକାକରଣ (Covid Vaccination) କରିବାକୁ ପ୍ରସ୍ତାବ ଦେଇଥିଲେ ବରିଷ୍ଠ ସେବାୟତ । ତେଣୁ ପ୍ରଶାସନ ପକ୍ଷରୁ ସେବାୟତଙ୍କୁ ଟିକାକରଣ କରିବା ପ୍ରସ୍ତାବ ସ୍ୱାଗତଯୋଗ୍ୟ ହୋଇଥିବା ବେଳେ ଖୁବ ଶୀଘ୍ର ଏନେଇ ପଦକ୍ଷେପ ନିଆଯାଉ ବୋଲି କହିଛନ୍ତି ଗରାବଡୁ ନିଯୋଗ ମୁଖପାତ୍ର ।

କଟକଣା ମୁକ୍ତ ଦର୍ଶନ ଯୋଗୁଁ ଦିନକୁ ଦିନ ବଢିଚାଲିଛି ଭକ୍ତଙ୍କ ସଂଖ୍ୟା । କୋରୋନା ସଂକ୍ରମଣ ହାର ମଧ୍ୟ କମିବାର ନାଁ ଧରୁନି। ଆତଙ୍କିତ ଅବସ୍ଥାରେ ସମସ୍ତେ। ହେଲେ ଏସବୁ ଭିତରେ ସେବାୟତ (Sevayat) ଓ ଭକ୍ତ କିଭଳି ସୁରକ୍ଷିତ ରହିବେ ତାହା ଶ୍ରୀମନ୍ଦିର ପ୍ରଶାସନ ପାଇଁ ସବୁଠୁ ବଡ ଚାଲେଞ୍ଜ ।

Edited: Zee Odisha Desk